suryabanshibjp Profile Banner
Suryabanshi Suraj Profile
Suryabanshi Suraj

@suryabanshibjp

Followers
28K
Following
3K
Statuses
4K

Sevak, Dhamanagar | Minister of State, Govt. of Odisha | Higher Education | Sports & Youth Services | Odia language, literature & Culture.

Odisha, India
Joined July 2014
Don't wanna be here? Send us removal request.
@suryabanshibjp
Suryabanshi Suraj
37 minutes
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକଲ ରାଷ୍ଟ୍ରୀୟ କ୍ରୀଡ଼ା ସମାରୋହ-୨୦୨୫ ର ଉଦଯାପନୀ ଉତ୍ସବରେ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ସହ ଯୋଗଦେବାର ଅବସର ମିଳିଲା। ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଏକଲ ଅଭିଯାନ ଓ ଅଦ୍ଭୁଦୟ ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କ୍ରୀଡ଼ା ସମାରୋହ। ଦେଶର ବିଭିନ୍ନ ପ୍ରାନ୍ତରୁ କ୍ରୀଡ଼ାବିତମାନେ ଯୋଗଦେଇ ନିଜ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ଭୁବନେଶ୍ବର ଏକାମ୍ର ବିଧାୟକ @babusinghodisha ମଧ୍ୟ ଉପସ୍ଥିତ ଥିଲେ।
Tweet media one
Tweet media two
Tweet media three
Tweet media four
0
0
4
@suryabanshibjp
Suryabanshi Suraj
4 hours
RT @narendramodi: Had a wonderful interaction with young students on different aspects of stress-free exams. Do watch Pariksha Pe Charcha.…
0
4K
0
@suryabanshibjp
Suryabanshi Suraj
15 hours
Team India seals a thrilling series victory over England, powered by Captain @ImRo45 masterful 119 run off 90 balls. A match to remember at Barabati‘s iconic venue.
24
12
262
@suryabanshibjp
Suryabanshi Suraj
1 day
୮୦ ପାହାଡ଼ ଓ ୯୦ ଖୋଲର ସମାହାର ହେଉଛି ବୁଦ୍ଧଖୋଲ । ଧ୍ୟାନମଗ୍ନ ବୁଦ୍ଧ ପ୍ରତିମା ଆବି��୍କୃତ ହୋଇଥିବାରୁ ଏହାର ନାମ ବୁଦ୍ଧଖୋଲ ବୋଲି କିମ୍ବଦନ୍ତୀ କହେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ବତ ଶିଖରରେ ସାଦୃଶ୍ୟମାନ ପଞ୍ଚୁମହାଦେବ ମନ୍ଦିର ରହିଛି ଯାହା ଖ୍ରୀଷ୍ଟପୂର୍ବ ୯ମ ଶତାବ୍ଦୀ ସମୟରୁ ପ୍ରତିଷ୍ଠିତ । ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦ୍ଧେଶ୍ୱର, ସିଦ୍ଧେଶ୍ୱର ଓ ବୁଦ୍ଧେଶ୍ୱର ମନ୍ଦିର ନାଁରେ ଜଣାଶୁଣା। ତୃତୀୟ ଶତାବ୍ଦୀର କଳିଙ୍ଗ ଯୁଦ୍ଧ ପରେ ଏଠାରେ ବୌଦ୍ଧ ଧର୍ମର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା। ତା ପରେ ଜୈନଧର୍ମ ଏବଂ ବୈଷ୍ଣବ ଓ ଶୈବ ଆଧ୍ୟାତ୍ମିକ ପୂଜା ପଦ୍ଧତିର ଅଦ୍ଭୁଦୟ ଘଟିଥିଲା। ଏଭଳି ସାଂସ୍କୃତିକ ପରମ୍ପରାକୁ ଆଧାର କରି ଜନ୍ମ ନେଇଛି ବୁଦ୍ଧଖୋଲ ମହୋତ୍ସବ। ୨୦୧୫ରୁ ଆରମ୍ଭ ହୋଇଥିବା ମହୋତ୍ସବଟି ଆଜି ୧୦ ବର୍ଷରେ ପଦାର୍ପଣ କରିଛି। ମାନ୍ୟବର ମନ୍ତ୍ରୀ ଶ୍ରୀ @GokulanandaBJP , ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ଭବ୍ୟ ଓ ଦିବ୍ୟ ସାଂସ୍କୃତିକ ତଥା ଐତିହାସିକ ମହୋତ୍ସବରେ ଯୋଗଦାନ କରି ଆତ୍ମସନ୍ତୋଷ ଲାଭ କରିଛି ।
Tweet media one
Tweet media two
Tweet media three
Tweet media four
14
7
131
@suryabanshibjp
Suryabanshi Suraj
2 days
Historic mandate for BJP in Delhi after 27 years. This victory is a testament to the unwavering belief in PM @narendramodi Ji’s vision and the Vikas Yatra he has led. With double engine government, Delhi will now witness double speed progress. Thank you, Delhi. #DelhiElectionResults #DelhiElections2025 #NarendraModi #BJP
8
9
104
@suryabanshibjp
Suryabanshi Suraj
3 days
ମାନନୀୟ ରାଜ୍ୟପାଳ ଶ୍ରୀ @DrHariBabuK ଙ୍କ ଗରିମାମୟ ଉପସ୍ଥିତିରେ ପାରାଦ୍ବୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ ମାନନୀୟ ମନ୍ତ୍ରୀ ଶ୍ରୀ @SampadSwainBJP ଙ୍କ ସହ ଯୋଗଦେବାର ଅବସର ପ୍ରାପ୍ତ ହେଲା। ଜିଲ୍ଲାର ଏକ ମହତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଭାବେ ଏହି ମହାବିଦ୍ୟାଳୟର ସ୍ୱର୍ଣ୍ଣିମ ଯାତ୍ରା ପାଇଁ ସମସ୍ତ ପ୍ରଧ୍ୟାପକ-ପ୍ରଧ୍ୟାପିକା, ଅଧ୍ୟୟନରତ ତଥା ପୂରାତନ ଛାତ୍ରଛାତ୍ରୀବୃନ୍ଦ, କର୍ମଚାରୀଗଣ ଏବଂ ଅନୁଷ୍ଠାନ ସହ ଜଡ଼ିତ ସମସ୍ତ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ।
Tweet media one
Tweet media two
Tweet media three
Tweet media four
7
5
136
@suryabanshibjp
Suryabanshi Suraj
5 days
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର କୁମ୍ଭାରିଆଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାର ସୌଭାଗ୍ୟ ମିଳିଲା। ପତିତପାବନଙ୍କ ନିକଟରେ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲି।
Tweet media one
Tweet media two
Tweet media three
Tweet media four
44
5
99
@suryabanshibjp
Suryabanshi Suraj
5 days
ଧାମନଗର ଏନଏସି ଅନ୍ତର୍ଗତ କଣ୍ଟାବଣିଆ ମଠରେ ଚାଲିଥିବା ବିଶ୍ଵଶାନ୍ତି ମହରେ ଯୋଗଦେଇ ଦିବ୍ୟକୃପା ଲାଭ କରିଲି। ଏହାସହ ଧାମନଗରବାସୀଙ୍କ କଲ୍ୟାଣ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି। ପୀଠରେ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ନିଯାଇଥିବ ପଦକ୍ଷେପର ସମୀକ୍ଷା କଲି।
Tweet media one
Tweet media two
Tweet media three
Tweet media four
1
2
87
@suryabanshibjp
Suryabanshi Suraj
5 days
ତିହିଡି ବ୍ଲକ କୁବେରା ପଞ୍ଚାୟତର ଦେଉଳାଠାରେ ଆୟୋଜିତ ଦେଉଳା ପ୍ରିମିଅର୍ ଲିଗରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କଲି। ଯୁବ ଖେଳାଳୀମାନେ କ୍ରୀଡା ମାଧ୍ୟମରେ ସମାଜରେ ସୁସମ୍ପର୍କ ସ୍ଥାପନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ଏଣୁ କୁବେରବାସୀ ଏଭଳି ଟୁର୍ଣାମେଣ୍ଟ ଆୟୋଜନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ୍।
Tweet media one
Tweet media two
Tweet media three
Tweet media four
2
0
85
@suryabanshibjp
Suryabanshi Suraj
5 days
ଧାମନଗର ଚୁଡ଼ାକୁଟୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବାର ଅବସର ମିଳିଲା। ବୈଷୟିକ ଯୁଗରେ ସମାଜରେ ସଂସ୍କାର ଆଣିବା ନେଇ ଶିଶୁଙ୍କ ଭୂମିକା ଅନେକ। ଏ ଦିଗରେ ସେମାନଙ୍କୁ ପ୍ରସ୍ତୁତ କରିବାରେ ଗୁରୁଜୀ ଗୁରୁମାଙ୍କ ଅବଦାନ ଅତୁଳନୀୟ। ତେବେ ଶିଶୁ ମନ୍ଦିରରେ ଶିଶୁମାନେ ଶିକ୍ଷା ସହ ଦେଶାତ୍ମକ ମୂଲ୍ୟବୋଧ, ନୈତିକ ମୂଲ୍ୟ ଏବଂ ସମ୍ପୂର୍ଣ ବ୍ୟକ୍ତିତ୍ଵ ବିକାଶରେ ଗଠନର ସୁଯୋଗ ପାଇଥାନ୍ତି। ଏଣୁ ସମସ୍ତ ଶିଶୁ ନିଷ୍ଠାର ସହ ପାଠ ପଢିବାକୁ ଆଗ୍ରହ ରଖିଲି।
Tweet media one
Tweet media two
Tweet media three
Tweet media four
4
1
74
@suryabanshibjp
Suryabanshi Suraj
5 days
ଧାମନଗର ବ୍ଲକ ଧୁଷୁରୀ ସରକାରୀ ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବ ଅବସରରେ ଯୋଗଦେଲି। ପ୍ରତ୍ୟେକ ବିଦ୍ୟାର୍ଥୀ ଶିକ୍ଷା ପ୍ରତି ଅନୁରାଗୀ ହେବା ସହ ଏକନିଷ୍ଠ ଭାବେ ପରିଶ୍ରମ କଲେ ଭବିଷ୍ଯତର ଲକ୍ଷ୍ଯ ହାସଲରେ ନିଶ୍ଚୟ ସଫଳ ହେବେ। ଏହି ବିଦ୍ଯାଳୟ ଅନେକ ପ୍ରତିଭାଙ୍କୁ ସଫଳ ଭାବେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇଥିବାରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇଛି ।
Tweet media one
Tweet media two
Tweet media three
Tweet media four
2
1
30
@suryabanshibjp
Suryabanshi Suraj
5 days
ଧୂଷୁରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଛି। ଆଜିର ଶିଶୁ, କାଲିର ନାଗରିକ । ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଜିର କୁନି ବିଦ୍ୟାର୍ଥୀମାନଙ୍କୁ ପ୍ରସ୍ତୁତ କରିବା ଆମ ସଭିଙ୍କ ଦାୟିତ୍ୱ। ଏହି ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରୁଥିବା ଅନୁଷ୍ଠାନର ସମସ୍ତ କର୍ମଚାରୀବୃନ୍ଦଙ୍କୁ ସାଧୁବାଦ।
Tweet media one
Tweet media two
Tweet media three
Tweet media four
3
3
68
@suryabanshibjp
Suryabanshi Suraj
5 days
ଧାମନଗର ବ୍ଲକ ଭଟ୍ଟସାହି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରରେ ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେବାର ଅବସର ପ୍ରାପ୍ତ ହେଲା। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସଂସ୍କାରଙ୍କୁ ମାର୍ଜିତ କରି ସେମାନଙ୍କୁ ଚରିତ୍ରବାନ ମଣିଷ ରୂପେ ଗଢ଼ି ତୋଳିବାର ଦାୟିତ୍ୱ ବହନ କରେ ଶିଶୁ ବିଦ୍ୟା ମନ୍ଦିର। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ-ଗୁରୁମା ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ।
Tweet media one
Tweet media two
Tweet media three
Tweet media four
0
0
17
@suryabanshibjp
Suryabanshi Suraj
5 days
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଗଠନ ଲକ୍ଷ୍ଯ ନେଇ ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଛି ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ । ଗାଁର ବିକାଶରୁ ହିଁ ଆରମ୍ଭ ରାଜ୍ଯର ସାମୂହିକ ବିକାଶ। ଭଦ୍ରକ ଜିଲ୍ଲାରେ ଆଜି ଏହି ଅଭିଯାନର ଶୁଭାରମ୍ଭ ହୋଇଛି ।
Tweet media one
Tweet media two
Tweet media three
Tweet media four
3
4
97
@suryabanshibjp
Suryabanshi Suraj
6 days
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ସହ ପୁରୀସ୍ଥିତ ସୂରଜମଲ ସାହା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ସମାରୋହରେ ଯୋଗ ଦେଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ ହୋଇଛି ।
Tweet media one
Tweet media two
Tweet media three
Tweet media four
2
3
65
@suryabanshibjp
Suryabanshi Suraj
6 days
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଉପସ୍ଥିତିରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ଯତିଥି ଅବସରରେ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି। ଏହି ଅବସରରେ ବାଚସ୍ପତି ମହୋଦୟା ଶ୍ରୀମତୀ @suramapadhybjp ଏବଂ ଅନ୍ୟ ବିଧାୟକଗଣ ଉପସ୍ଥିତ ରହିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ଏବଂ ଭାଷା ଆନ୍ଦୋଳନରେ ମହାପୁରୁଷଙ୍କ ଅବଦାନକୁ ଏ ମାଟି ଚିରଦିନ ପାଇଁ ସ୍ମରଣ କରୁଥିବ।
Tweet media one
Tweet media two
Tweet media three
Tweet media four
7
6
140
@suryabanshibjp
Suryabanshi Suraj
6 days
ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପୁଣ୍ୟତିଥିରେ ଶତ ନମନ। ଓଡ଼ିଆଙ୍କ ମନରେ ଉତ୍କଳୀୟ ଚେତନା ଜାଗ୍ରତ କରିବା କେବଳ ତାଙ୍କର ପରିଚୟ ନୁହେଁ, ଆଜିର ସମାଜ ଯେଉଁ ଶିଳ୍ପ ଓ ଦକ୍ଷତା ବିକାଶର କଥା କୁହେ, ତାହା ପାଇଁ ସେ ଏକ ଶତାବ୍ଦୀ ଆଗରୁ ଚେଷ୍ଟିତ ଥିଲେ । ଉତ୍କଳ ଟ୍ୟାନେରୀ, ଓଡ଼ିଶା ଆର୍ଟୱେୟାର ଆଦି ପ୍ରତିଷ୍ଠାନ ଏହାକୁ ପ୍ରମାଣିତ କରେ। ତାଙ୍କ ଭଳି ମହାନ ସୁପୁତ୍ରକୁ ପ୍ରାପ୍ତ କରି ଏ ବୀର ପ୍ରସବିନୀ ମାଟି ଗର୍ବିତ।
Tweet media one
37
9
69
@suryabanshibjp
Suryabanshi Suraj
7 days
ଧାମନଗର ନିର୍ବାଚନମଣ୍ଡଳୀ ଅଧିନସ୍ଥ ତିହିଡ଼ି ବ୍ଲକର କାଁପଡ଼ା ଦକ୍ଷିଣପାରୀ ଗାଁ ଓ ମା’ ବାସୁଳାଇ ମନ୍ଦିର ଏବଂ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ନିମନ୍ତେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ବାଉଁଶ ପୋଲକୁ ଭରସା କରି ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିଲେ। ନିର୍ବାଚନ ପ୍ରତିଶ୍ରୁତି ରକ୍ଷାପୂର୍ବକ ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରି ବ୍ୟବହାରକ୍ଷମ କରିବାକୁ ତତ୍ପରତାର ସହ ପଦକ୍ଷେପ ନିଆଯିବ।
Tweet media one
Tweet media two
Tweet media three
Tweet media four
12
4
90
@suryabanshibjp
Suryabanshi Suraj
7 days
ଧାମନଗର ଅସୁରାଳି ବଣିକ ସଂଘ ପକ୍ଷରୁ ଆୟୋଜିତ ସାର୍ବଜନୀନ ମା’ ରଟନ୍ତୀ କାଳୀ ପୂଜାରେ ଯୋଗଦେଇ ମାଆଙ୍କ ଆଶୀର୍ବାଦ ଭିକ୍ଷା କଲି । ଦୀର୍ଘ ବର୍ଷ ଧରି ଆୟୋଜିତ ହେଉଥିବା ଏହି ଉତ୍ସବ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଭାତୃତ୍ବଭାବର ସନ୍ଦେଶ ପ୍ରଦାନ କରେ । ସ୍ଥାନୀୟ ବାସିନ୍ଦାଙ୍କ ମଙ୍ଗଳ କାମନା କରିବା ସହିତ ଧାମନଗରର ସମୃଦ୍ଧି ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରୁଛି ।
Tweet media one
Tweet media two
Tweet media three
Tweet media four
1
2
61