Jyoti Prakash Mohapatra Profile Banner
Jyoti Prakash Mohapatra Profile
Jyoti Prakash Mohapatra

@jp_mohapatra

Followers
4,737
Following
289
Media
2,137
Statuses
20,532

ସମୁଦ୍ରରେ ଏ ଗର୍ଜନ କାହାର ? ବୋଧେ ନଦୀର ଦୀର୍ଘ ନିରବତାର...

Bhubaneswar
Joined September 2015
Don't wanna be here? Send us removal request.
Explore trending content on Musk Viewer
Pinned Tweet
@jp_mohapatra
Jyoti Prakash Mohapatra
2 years
ଏବେ ଆପଣ ବହିଟି @amazonIN ରୁ ପାଇ ପାରିବେ। ଲିଙ୍କ: Click for book
Tweet media one
28
20
234
@jp_mohapatra
Jyoti Prakash Mohapatra
1 year
#ସାମ୍ବାଦିକତାର_ଫର୍ଦ୍ଦ (୨୨) #ଅରିନ୍ଦମ ଦୁଇ ବର୍ଷ ହୋଇଗଲା ଆଜିକୁ। ସେ ବର୍ଷ ସେପ୍ଟେମ୍ବର ୨୪ ଶୁକ୍ରବାର ଥିଲା। ଦିନ ଦଶଟା ପାଖାପାଖି ବେଳେ ଅରିନ୍ଦମର ଫୋନ ଆସିଲା- ସାର, ଆଜି ଯୁବରାଜ ଢାବାରେ ମଟନ ଟିକେ ହେଉ। ବାର ଭଲ ଅଛି। - ତମେ କୋଉଠି କି ? - ଆପଣ ତ ଟିଭି ଦେଖନ୍ତି ନାହିଁ, ଜାଣିବେ କୁଆଡ଼ୁ। ଆପଣ ଆଠଗଡ ଢାବାରେ ସାଢ଼େ
Tweet media one
20
40
730
@jp_mohapatra
Jyoti Prakash Mohapatra
4 years
ଏ ବହି ମନେ ଅଛି ?
Tweet media one
105
30
652
@jp_mohapatra
Jyoti Prakash Mohapatra
3 years
'ନିର୍ବନ୍ଧ' କେଡ଼େ ସୁନ୍ଦର ଶବ୍ଦଟେ। ଆମେ ତାକୁ ରିଙ୍ଗ୍ ସେରେମନିରେ ବଦଳେଇ ଦେଲେ। ସଂସ୍କୃତି ଏଇମିତି ହଜେ, ଆସ୍ତେ। ଆମେ ଜାଣନ୍ତି ଅଚାନକ, ବହୁ ଡେରିରେ।
40
54
525
@jp_mohapatra
Jyoti Prakash Mohapatra
3 years
#ବାପା ବାପା ହେବା ଭାରି ସହଜ ମ ! ବୋଉ ଉପରେ ସଂସାର ଛାଡ଼ିଦେଇ ଖରା, ବର୍ଷାରେ ସେ ସଂସାର ପାଇଁ ତିଆରୁ ଥିବ ଛାତ, ପୁଅ ଝିଅ ଶୋଇଗଲେ ଅନ୍ଧାରରେ ଲୁଚି ତାଙ୍କ କପାଳରେ ଛୁଉଁଥିବ ଆଶୀର୍ବାଦର ଅଭୟ ହାତ
43
69
486
@jp_mohapatra
Jyoti Prakash Mohapatra
3 years
#ଅରିନ୍ଦମ ଅରିନ୍ଦମ କଥା କୋଉଠୁ ଆରମ୍ଭ କରିବି ? ଲେଖିହେବ କି ସେ କେବେ କେଇ ଶହ ଶବ୍ଦ ଭିତରେ ? ଏଇ ସାତ ଦିନ ତଳେ ଦେଖା ହୋଇଥିଲା, ଯୋଡ଼େ ଫର୍ମ ସାଙ୍ଗରେ ଧରି ଆସିଥିଲା। କହିଲା- ସାର୍, (ଯେବେ ତା ଇଚ୍ଛା ହୁଏ ମତେ ଭାଇ ଡାକେ) ଚାଲନ୍ତୁ ଲ' ପଢିବା। ଏଇ ଆପଣଙ୍କ ଫର୍ମ, ଏ ଫର୍ମ ମୋର। ସାଙ୍ଗ ହୋଇ ଓକିଲ ହେବା। ୧
Tweet media one
27
48
480
@jp_mohapatra
Jyoti Prakash Mohapatra
4 months
କମଳା ପୂଜାରୀ ଚାଲିଗଲେ। ସକାଳୁ ସକାଳୁ ଛାତି ଫାଟିଗଲା ପରି ଖବର। କୋରାପୁଟ - ବୈପାରିଗୁଡ଼ା ରାସ୍ତା କଡ଼ରେ ସେ ବର୍ଷା ଭିଜା ସଂଜରେ ତାଙ୍କୁ ଦେଖିବାର ମହାର୍ଘ୍ୟ ମୁହୁର୍ତ୍ତ। ସୁନା ରଙ୍ଗିଆ ଧାନ ବିଲ ସାମ୍ରାଜ୍ୟର ପାଟରାଣୀ ଥିଲେ ସେ। ପ୍ରଣାମ ମାଆ। ପ୍ରଣାମ।
Tweet media one
31
28
410
@jp_mohapatra
Jyoti Prakash Mohapatra
5 years
Every other West Bengal returnee to Odisha is testing Corona positive. Balasore, Bhadrak and Jajpur are the worst sufferers. This indicates how serious is the situation in WB ! But here Odisha is suffering.
12
134
340
@jp_mohapatra
Jyoti Prakash Mohapatra
3 years
୧୧ ବର୍ଷ ପୁରିଗଲା କୋବି ସିଜିନ ବାହାଘରକୁ। ତେଣୁ ପଖାଳ ଓ କୋବି ପକୁଡ଼ି ଆଉ ଛାଡ଼ି ପାରିନି।
Tweet media one
Tweet media two
40
8
352
@jp_mohapatra
Jyoti Prakash Mohapatra
1 year
ଆମେ ସାଥି ହୋଇ ଏକା ବଟାନି ଅନର୍ସ ପଢିଥିଲୁ, ଯାଜପୁରରେ। ଛୋଟିଆ ଦଳଟେ ଥିଲା ଆମର- ୧୬ ଜଣ ପିଲା। ପଢ଼ା ସରିବା ପରେ ଦେଖା ହେବାର ପଣ କରି ସମସ୍ତେ ଆମେ ଅଲଗା ହୋଇ ଯାଇଥିଲୁ। ପ୍ରିୟଦର୍ଶିନୀ ତ କେବେ ଦେଖା ହୋଇ ନଥିଲା, ସେ ମହାବାତ୍ୟା ବର୍ଷରୁ। ଭାବୁଥିଲି- କୋରାପୁଟର ନନ୍ଦପୁରରେ କେହି କାହାକୁ ଚିହ୍ନି ପାରିବୁ ନାହିଁ। ଉଭୟେ ଉଭୟଙ୍କୁ ତ
Tweet media one
19
0
326
@jp_mohapatra
Jyoti Prakash Mohapatra
4 years
ଓଡ଼ିଆ ଭାଷାରେ କୌଣସି ଗବେଷଣା ପତ୍ରିକା ନାହିଁ। ଲେଖିଲେ ବି ପ୍ରକାଶିତ ହେବାର ଆଶା ନାହିଁ। ତେଣୁ ସେଥିପାଇଁ ଛୋଟ ପ୍ରୟାସଟେ ଆରମ୍ଭ କରିଛୁ। ଆଶା, ସବୁ ଠିକଣା ବାଟରେ ଯିବ ଓ ଏହା ଶୀଘ୍ର ସାମ୍ନାକୁ ଆସିବ। ବହୁଦିନର ଆବଶ୍ୟକତାକୁ ପୁରଣ କରିବ। ଏହା ଅନଲାଇନ ହେବ ଏବଂ ଇ ପତ୍ରିକା ଆକାରରେ ଉପଲବ୍ଧ ହେବ।
Tweet media one
33
29
295
@jp_mohapatra
Jyoti Prakash Mohapatra
11 months
ବୋଉର ଆଜି ଜନ୍ମଦିନ। ପୁରୁଣା ଏକ କବିତା, କେବେ କେଉଁ ଅତୀତରେ ଗାରେଇ ଥିବା କବିତା ବୋଉ ପାଇଁ। #କବିତା ବୋଉ ବୋଉ ଲୋ ! ତୁ ଟିକିଏ କମ ବୋଉ କାହିଁ ହେଲୁନି ? ଏ ଜୀବନରେ କହ ତ କେତେ ନିଦ ତୋର ଅଧା ରହିଗଲା କେତେ ଥର ସିଲେଇ କଲୁ ଆପଣା ପଣତ କେତେ ବାର ନ ଦେଖି ଭୁଲିଗଲୁ ଫଗୁଣ ବସନ୍ତ ରାତି ସବୁ ତୋର ଦିନ ହୋଇଗଲେ ସେ କୋମଳ ହାତରୁ ତୋର ସବୁ
Tweet media one
27
13
302
@jp_mohapatra
Jyoti Prakash Mohapatra
3 years
#ସୂତା ଅପରାହଣର ଚିଠି ରେଭେନ୍ସାରେ ମୁଁ ପଢୁଥିଲି ସେତେବେଳେ । ପିଜି ଫିଫଥ ଇଅର ସରି ଯାଇଥାଏ । ପରୀକ୍ଷା ସରି ନଥାଏ । ଖରାଛୁଟି। ନିଉ ପିଜି ହଷ୍ଟେଲରେ ଭାତ, ଡାଲମା ରାନ୍ଧି ଖାଇ ସାରିବା ପରେ ଉପରବେଳା ଗୋଟେ ଚିଠି କିଏ ଆଣି ଦେଲା । ୧
67
28
292
@jp_mohapatra
Jyoti Prakash Mohapatra
1 year
ପୁଅକୁ ଖୋଜି ବୁଲୁଥିବା ସେ ବାପ, ହାତରେ ଖଣ୍ଡେ ବେଗ, ଛାତିରେ ଛାତିଏ ଛନକା, ଅନହୂତି ବିସ୍ଫୋରଣର ଆଶଙ୍କାରେ। ଏ କରୁଣତମ ଦୃଶ୍ୟ, ମେହେନତି ମଣିଷର ବାଷ୍ଫରୁଦ୍ଧ କଣ୍ଠ- ଗୋଟାଏ ପ୍ରକାଣ୍ଡ ଆକାଶ ଛିଡ଼ି ପଡ଼ିଲା ପରି। ଗୋଟାଏ ବିଶାଳ ପାହାଡ଼ରୁ ଶତାବ୍ଦୀ ଶତାବ୍ଦୀ ଧରି ଅନବରତ ଲାଭା ନିର୍ଗମନ ଯେମିତି। #TrainAccident #Balasore
11
32
291
@jp_mohapatra
Jyoti Prakash Mohapatra
4 years
Abolish the #contractual and outsourcing system from state govt offices. It's the worst form exploitation and slavery. They are human resources. Treat them like that only and take immediate steps. @OGCEA @SecyChief @5TsOdisha @CMO_Odisha
172
266
278
@jp_mohapatra
Jyoti Prakash Mohapatra
5 years
ଏଇ ଦାଉ ଦାଉ ଆଖିକୁ ଚାହିଁଲେ ଲାଗେ, ବ୍ୟସ୍ତ ହଅନି। ମା ଅଛି ପରା। ସବୁ ସେଇ ବୁଝିବ।। ମା' ବିରଜା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ
Tweet media one
9
14
266
@jp_mohapatra
Jyoti Prakash Mohapatra
3 years
ମକର ସଂକ୍ରାନ୍ତି ବେଶରେ ମା' ବିରଜା
Tweet media one
10
8
260
@jp_mohapatra
Jyoti Prakash Mohapatra
1 month
ଖୁସି ତା ଡ୍ୟାନ୍ସ କ୍ଲାସ୍ ଭିଡ଼ିଓ ପଠେଇଛି ମତେ ଆଜି। କହିଛି - ବାବା ! ଟିକିଏ ଦେଖିବ। କଳା ଜାମାର ଝିଅଟି ଖୁସି।
16
1
265
@jp_mohapatra
Jyoti Prakash Mohapatra
3 years
ଆପଣ ଯେତେ ଭଲ ମଣିଷ ହୁଅନ୍ତୁ ନା କାହିଁକି କାହାରି ନା କାହାରି କାହାଣୀରେ ଖରାପ ଚରିତ୍ରଟେ ହୋଇଥିବେ ନିଶ୍ଚିତ #JP
11
16
245
@jp_mohapatra
Jyoti Prakash Mohapatra
6 years
ଏ ଜୀବନରେ ଏତିକି ଜମା ତୋଠୁ ଦରକାର ମାଟି ଉପରେ ଯେବେ ବସିଯିବି ଝାଳ ଜୁଡୁସୁଡୁ ହୋଇ ଲୋକେ କହିବେ କେଡ଼େ ସରଳ ମଣିଷଟିଏ କହିବେନି ତାର ଓଜନ ସେତିକି ଯେ! #ଟୁଇଟର_କବିତା
9
15
244
@jp_mohapatra
Jyoti Prakash Mohapatra
9 months
#ଖିଅ #ଶ୍ରଦ୍ଧାଞ୍ଜଳି ରାଜନୀତିର ପାଟରାଣୀ ରାଣୀ ମୁଁ, ମନ୍ତ୍ରୀ କଣ ହେବି ? କିଏ ଏମିତି ଉତ୍ତର ଦେଇପାରେ କି କେବେ ? ଗଞ୍ଜାମ ଜିଲ୍ଲା କେବଳ ନୁହେଁ, ସାରା ଓଡ଼ିଶା ତାଙ୍କୁ ଦେଖିଛି, ତାଙ୍କ ବ୍ୟକ୍ତିତ୍ୱର ଆଭା ଦେଖିଛି। ବର୍ଷେ, ଦଶ ବର୍ଷ ନୁହେଁ, ୫୦ ବର୍ଷର ରାଜନୀତି ତାଙ୍କର। ୧
Tweet media one
12
11
246
@jp_mohapatra
Jyoti Prakash Mohapatra
3 years
ଝିଟିପିଟିକୁ ଡରୁଥିବା ଝିଅ ଯେବେ ମା' ହୁଏ, ସଂସାରର ସବୁ କୁମ୍ଭୀରଙ୍କ ସଂଗେ ଲଢ଼ିବାକୁ ସଦା ପ୍ରସ୍ତୁତ ଥାଏ।
10
10
236
@jp_mohapatra
Jyoti Prakash Mohapatra
6 years
ହେମସ୍ମିତା ନାୟକ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମୋରଡ଼ାରେ। ସ୍ନାତକ। ସ୍ୱପ୍ନଭର୍ତ୍ତି ଆଖି। ଏମିତି ଲୋକ ଜିତି ଯାଆନ୍ତେ କି! 🙏
Tweet media one
16
28
226
@jp_mohapatra
Jyoti Prakash Mohapatra
3 years
କଳାହାଣ୍ଡି ଆଇନ କଲେଜ କେଡ଼େ ଚମତ୍କାର ଢଙ୍ଗରେ ସଜେଇଛନ୍ତି ଫଟୋ: ରଂଜନ
Tweet media one
2
7
227
@jp_mohapatra
Jyoti Prakash Mohapatra
2 years
ବାପା, ବୋଉଙ୍କ ସହ ଆଡ଼ପ ଦର୍ଶନ #Puri
Tweet media one
15
0
228
@jp_mohapatra
Jyoti Prakash Mohapatra
2 years
ବୋଉ ଦିବସ ସେ ଚାକିରି କରୁଥିଲେ। ଅଧ୍ୟାପିକା ଥିଲେ, ଦୀର୍ଘ ବର୍ଷ ଅଧ୍ୟକ୍ଷା ବି। କିନ୍ତୁ, ଆଜିଯାକେ ନିଜ ଏଟିଏମ୍ ନମ୍ବର ଜାଣି ନ ଥିବା ମଣିଷଟି ମୋ ବୋଉ। ସମ୍ବଲପୁରୀ ଶାଢ଼ୀ ଦେଖିଲେ ଅନେଇବେ, କିନ୍ତୁ କେବେ ବି ସାରା ଜୀବନ ନିଜ ପାଇଁ ଶାଢ଼ୀ କିଣି ନ ଥିବା ମହିଳା ଜଣକ ମୋ ବୋଉ। ସକାଳୁ ଉଠିଲା ବେଳକୁ ଚାହା କପ ଧରି ଛିଡ଼ା ହୋଇଥିବେ।
Tweet media one
25
4
227
@jp_mohapatra
Jyoti Prakash Mohapatra
10 months
ଲଣ୍ଠନ ଆଲୁଅ ଜଳୁଥିବ ମିଞ୍ଜିମିଞ୍ଜି। ନଦୋଉ କାନ୍ଥ ଝରକାକୁ ଲାଗି ପଡିଥିବ କୋଉ ପୁରୁଣାକାଳିଆ ଚାକୁଣ୍ଡା ଖଟଟେ। ଭାଇ, ଭଉଣୀ ବସିଥିବେ ଅଙ୍କ, ଭୂଗୋଳ, ହସ୍ତାକ୍ଷର ସାଙ୍ଗେ। ମଝିରେ ମଝିରେ ଚିମୁଟା ଚିମୁଟି ଚାଲିଥିବ। ରୋଷେଇ ଘରୁ ଭାସି ଆସୁଥିବ ବିରି ଚକୁଳି ବାସ୍ନା। କବାଟ ଫାଙ୍କରେ ଅନେଇ ଆକଟ କରୁଥିବ ବୋଉ। ଠାକୁର ଘରୁ ଶୁଭୁଥିବ ଜେଜେମାର
Tweet media one
14
24
224
@jp_mohapatra
Jyoti Prakash Mohapatra
1 year
#ବାପା ଛୋଟ ଥିଲି ତ ବାପାଙ୍କ ଛିଡ଼ା ଚପଲରେ ଲୋଭ ଥିଲା ବଡ଼ ହେଲି ତ ଦେଖିଲି ବାପାଙ୍କ ଚପଲ ସେଇମିତି ଛିଡ଼ା, ଫଟା ଛୋଟ ଥିଲି ତ ବାପାଙ୍କୁ ଡରୁଥିଲି ବଡ଼ ହେଲି ତ ବାପା ହେବାକୁ ହିଁ ଡରୁଛି ବାପା ତମେ କେମିତି ଗୋଟାଏ ଦୀର୍ଘ ଉଠାଣି ବାପା ହୋଇ ହିଁ ରାସ୍ତା ଚାଲିଲ? ବାପା ତମେ କେମିତି ସବୁ ହରେଇ, ଏକଲା ଅଭୟ ଆଶୀର୍ବାଦର ନାଟକରେ ଅଭିନୟ
Tweet media one
19
6
224
@jp_mohapatra
Jyoti Prakash Mohapatra
4 years
ଭୟଙ୍କର ନିଷ୍ପତ୍ତି ଇଏ। ଯୋଉମାନେ ସ୍ଥାୟୀ ଚାକିରିଆ ତାଙ୍କ ଦରମା କାଟ କର। ସେମାନଙ୍କ ଦରମା ଅଧାକୁ କମାଅ। ବାକି ରାଜ୍ୟ ତାହା କରୁଛନ୍ତି। ତଳିଆ ଲୋକଙ୍କ ପେଟକୁ କାହିଁକି ନାତ ମାରୁଛ? ଇତିହାସ କ୍ଷମା ଦେବନି କେବେ। #AbolishContractSystem @OGCEA @SecyChief @CMO_Odisha
35
95
208
@jp_mohapatra
Jyoti Prakash Mohapatra
2 years
ଘସି, ଶୁଖିଲା କାଠର ବାସ୍ନା। ଟକମକ ଫୁଟୁଥିବ ନାଲି ବଗଡ଼ା ଚାଉଳର ଭାତ। ସେଇ ଚୂଲିରେ ପୋଡା ହୋଇଥିବ ଆଳୁ ଗୋଟେ କି ବାଇଗଣଟେ। ବୋଉ ତା' ପଣତରେ ଓହ୍ଲାଇ ଆଣୁଥିବ ଚିକିଟା କଢ଼େଇ ଓ ଚେପା ସିଲଭର ହାଣ୍ଡି। ଚୂଲି କଡ଼ରେ ବସ୍ତାନି ପକେଇ ଦେଇ ଖାଇ ବସିଲା ବେଳକୁ କାନିରେ ପୋଛି ଦେଉଥିବ ବୋଉ। ସେ ସଜଳ ସ୍ମୃତି, ସେ ସାଇତା ଅନୁଭୂତି। ୧
Tweet media one
18
11
218
@jp_mohapatra
Jyoti Prakash Mohapatra
3 years
#ସୂତା #ଯାଜପୁର ଝିଅ ଦେଖା ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ। ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି । - କଣ ହେଲା କି ? - ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ। ୨୦୧୦ ମସିହାର କଥା ଇଏ। ୧
47
21
212
@jp_mohapatra
Jyoti Prakash Mohapatra
2 years
#ଖିଅ ଜାନକୀ ବଲ୍ଲଭ ପଟ୍ଟନାୟକ: ଶ୍ରଦ୍ଧାଞ୍ଜଳି ଜାନକୀ ବଲ୍ଲଭ ପଟ୍ଟନାୟକ ବିରୋଧୀ ଦଳ ନେତା ଥିଲା ବେଳେ ତାଙ୍କୁ ପାଖରୁ ମୁଁ ଦେଖିଛି, ବିଧାନସଭା ରିପୋର୍ଟିଂ କରିବା ବେଳେ। ତାଙ୍କ ସାମ୍ବାଦିକ ସମ୍ମିଳନୀ କଭର୍ କରିବାକୁ ବହୁଥର ଯାଇଛି। ଜାନକୀ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ ଭାରି ସୁନ୍ଦର। ୧
Tweet media one
16
11
214
@jp_mohapatra
Jyoti Prakash Mohapatra
6 years
Climbed 24 kms of hills to reach my booth. No water, no electricity, no Network. Sang National anthem with my team. Tears. #IndiaVotes
16
12
203
@jp_mohapatra
Jyoti Prakash Mohapatra
2 years
Putsil #Koraput ❤️
Tweet media one
7
11
204
@jp_mohapatra
Jyoti Prakash Mohapatra
3 years
କଲମପୁର, କଳାହାଣ୍ଡି ଫଟୋ: ରଂଜନ
Tweet media one
0
8
199
@jp_mohapatra
Jyoti Prakash Mohapatra
3 years
#ସୂତା ଗୋପୀନାଥ ମହାନ୍ତିଙ୍କ ଘର କୋରାପୁଟ କୋରାପୁଟରେ ଗୋପୀନାଥ ମହାନ୍ତିଙ୍କ ଘର। ଏଇଠି ରହୁଥିଲେ ସେ। ଆଦିବାସୀ ଜନଜୀବନକୁ ନେଇ ଉପନ୍ୟାସ ଓ ସାହିତ୍ୟର ବନ୍ୟା ଏଇ ଘରୁ ହିଁ ହୋଇଥିଲା। ଏବେ ଏ ଘର @BSNL_OR ର ଗୋଦାମ ଘର। ଗୋଟାଏ ଚିର କୃତଘ୍ନ ଜାତି ଆଉ କି ଉପାୟରେ ତାର ଚିର ନମସ୍ୟ ଲେଖକଙ୍କୁ ସମ୍ମାନ ଦେଇପାରେ ! @dmkoraput
Tweet media one
13
21
203
@jp_mohapatra
Jyoti Prakash Mohapatra
2 years
ଆଜି ରାତିରେ ଭାତ, ଡାଲି, ପୋଟଳ ରସା, ଆଳୁଭର୍ତ୍ତା। ଦାୟିତ୍ୱ ମତେ ଦେଇ ସମସ୍ତେ ଅଗଣାରେ ଗଙ୍ଗ ଶିଉଳି ତଳେ ସପ ପକେଇ ଗପିବାରେ ବ୍ୟସ୍ତ। #ଗାଁ
Tweet media one
13
0
197
@jp_mohapatra
Jyoti Prakash Mohapatra
4 years
ଏକରେ ବେଠି ଖଟେଇବ। ଦୁଇରେ ଠିକ ଦରମା ଦେବନି। ତିନିରେ ଠିକା ଚାକିରୀ ବୋଲି ତାଙ୍କୁ ଧମକେଇବ। ଚାରିରେ ପୁଣି ଚାକିରୀ ନେବାର ଡର ଦେଖେଇବ। ସେମାନେ କଣ ଘର ଚାକର ଆପଣଙ୍କ ଇଚ୍ଛା ଅନୁସାରେ ଚାଲିବେ? ସାମାଜିକ ଗଣମାଧ୍ୟମରେ ବି ପୋଷ୍ଟ କରି ପାରିବେ ନାହିଁ ନିଜ ଦାବି। ତାଙ୍କ ମୌଳିକ ଅଧିକାର ବି ଛଡେଇ ନେବ? @OGCEA @SecyChief @CMO_Odisha
Tweet media one
29
109
186
@jp_mohapatra
Jyoti Prakash Mohapatra
3 years
ଆଜି 'ସମାଜ' ସମ୍ପାଦକୀୟ ପୃଷ୍ଠାରେ
Tweet media one
17
21
188
@jp_mohapatra
Jyoti Prakash Mohapatra
3 years
ରାଉଣ୍ଡ୍ ମିଲ୍ #ବ୍ରହ୍ମପୁର
Tweet media one
12
2
186
@jp_mohapatra
Jyoti Prakash Mohapatra
5 years
ନାହିଁ: ନିର୍ବନ୍ଧ ମହାପ୍ରସାଦ ମଙ୍ଗଳପାକ ଠାକୁରାଣୀ ଗାଧୁଆ କନକ ଆଞ୍ଜୁଳି ଅଛି: ରିଙ୍ଗ ସେରେମନି କେକ କଟିଂ ମେହେନ୍ଦୀ ସଙ୍ଗୀତ ହଲଦି ଏମାନେ ପୁଣି ସ୍ୱାଭିମାନ ନେଇ ଭାଷଣ ଦେଉଛନ୍ତି। ପରମ୍ପରା ଆଉ ସଂସ୍କୃତି କେମିତି ମରେ କି ? ଜାତି ପଛ ଗୋଡାଣିଆ କେମିତି ପାଲଟେ କି ? କେମିତି ସତ୍ତା ହରାଏ କି ? #ଓଡ଼ିଆ
16
41
184
@jp_mohapatra
Jyoti Prakash Mohapatra
7 months
ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରରେ। ଏକ କାର୍ଯ୍ୟକ୍ରମ ରେକର୍ଡିଂ ପରେ। ପଦ୍ମ ଓ ଶୁଭସ୍ମିତା ସହ। ପଦ୍ମ ଏବେ ସେଠି ବାର୍ତ୍ତା ସମ୍ପାଦକ।
Tweet media one
4
0
184
@jp_mohapatra
Jyoti Prakash Mohapatra
4 years
୧୦ ବର୍ଷ ପୁରିଗଲା। ଗୋଟିଏ ସେଲ୍ଫିରେ
Tweet media one
Tweet media two
27
0
171
@jp_mohapatra
Jyoti Prakash Mohapatra
10 months
ଗାଁରେ ତାସ ଖେଳ ଜମାଣିଆ। ରିଟାୟାର୍ଡ଼ ହେଡମାଷ୍ଟ୍ର ନାରଣ ସାର, ଫକୁନିନା, ବକୁ ମିଶିଗଲେ ଖାଲି ହଜାରୀ, ରଙ୍ଗ, ବ୍ରେ।ଗାଧୁଆ ବେଳ ଖାଇବା ବି ମନେ ପଡ଼େନା। ସଂଜକୁ ସ୍ପେଶାଲ ଆରେଂଜମେଣ୍ଟ ହୁଏ। ବଡ ଡିବିରିରେ କିରାସିନି ପୁରେଇ ଥୁଆ ହୁଏ ମଝିରେ। ପାରବୋଉ, ରଂଗୀମା' ଘରୁ ମୁଢି ପିଆଜ ଅଯାଚିତ ଭାବେ ଆସେ। ଡିବିରି ତେଲ ସରିଯାଏ, ଖେଳ ସରେନା।
Tweet media one
10
3
180
@jp_mohapatra
Jyoti Prakash Mohapatra
3 years
#ବାଙ୍କିଦେଈ ବାଙ୍କି ବାହା ହୋଇଗଲା ଶେଷରେ। ସମ୍ପର୍କରେ ମୋ ପିଉସୀ ହେବ। ଜେଜେମାଙ୍କ ସାଙ୍ଗରେ ସେ ଯାଜପୁର ଆସେ। ଛୋଟଟେ ହୋଇଥିଲା, ମୁଁ ତାକୁ ଗାଁ ସ୍କୁଲରେ ବି ପଢେଇଛି। ତା'ପରେ ଘର ବୋଝ ବୋହି ସେ ଚାଲିଲା। ବିଲ, ଛେଳି, ଗାଈ, ଚୂଲି ପାଇଁ ଜାଳ- ଏସବୁ ଭିତରେ ଜୀବନ ଭୁଲିଗଲା ସେ। ୧
Tweet media one
26
4
178
@jp_mohapatra
Jyoti Prakash Mohapatra
2 years
ସକାଳୁ ସକାଳୁ ଲୁହ ନିଗିଡ଼ି ଆସିଲା
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Tears rolled down! ସ୍ଵାଭିମାନୀ! ପ୍ରଣାମ ମା। ❤️🙏 From - whatsapp
36
45
398
9
14
172
@jp_mohapatra
Jyoti Prakash Mohapatra
2 years
ଯେତେ ବୟସ ବଢ଼େ, ନିରବତା ସେତେ ଭଲ ଲାଗେ। #ଜେପି
10
9
175
@jp_mohapatra
Jyoti Prakash Mohapatra
3 years
ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କିସେ ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ । କ୍ଷେତ ପରେ କ୍ଷେତ, କାଶଫୁଲ ଆଉ – ବେଣାରେ ଜଟିଳା ପାଟ, ପାଟ ପରେ ବଣ ବଣ ପାରି ହେଲେ ମାମୁଁ ଘର ଗାଁ ଦିଶେ । #ଗ୍ରାମପଥ ଫଟୋ: ରଂଜନ
Tweet media one
9
12
172
@jp_mohapatra
Jyoti Prakash Mohapatra
5 years
ବାହାଘରରେ ବାପା ଆପଣା ଝିଅ ଦେଇଦେଲା, ଲୋକେ ଟ୍ରକରେ ଖୋଜୁଥିଲେ ଯୌତୁକ କଣ ଆସିଲା #ଟୁଇଟର_କବିତା
21
15
165
@jp_mohapatra
Jyoti Prakash Mohapatra
1 year
ରଜ ସଂକ୍ରାନ୍ତି ବେଶରେ ମାଆ ବିରଜା
Tweet media one
13
8
171
@jp_mohapatra
Jyoti Prakash Mohapatra
3 years
ମା' ବିରଜାଙ୍କ ରଥ ସିଂହଧ୍ଵଜ। ରଥଯାତ୍ରା ପାଇଁ ରଥ,ପଥ ସବୁ ପ୍ରସ୍ତୁତ।
Tweet media one
3
6
161
@jp_mohapatra
Jyoti Prakash Mohapatra
3 years
ବହୁ ବର୍ଷ ପରେ କଲେଜ କ୍ୟାଣ୍ଟିନ ଗଲି। ଦୋକାନୀ ପଚାରିଲା- ଚାହା ଦେବି ? ମୁଣ୍ଡ ଟୁଙ୍ଗାରିଲି। ଦୋକାନୀ କହିଲା- ଚାହା ସଂଗେ ଆଉ କଣ ଦେବି କି ? ମୁଁ ଉତ୍ତର ଦେଲି- ମୋ ପୁରୁଣା ସାଙ୍ଗ ମିଳିବେ କି ? #ଟୁଇଟର_ଗପ
8
4
164
@jp_mohapatra
Jyoti Prakash Mohapatra
3 years
This is how The Samaja reported the demise of Utkal Gouraba #MadhusudanDas .
Tweet media one
3
17
167
@jp_mohapatra
Jyoti Prakash Mohapatra
2 years
ବହୁ ବର୍ଷ ପରେ ପସନ୍ଦିଆ ଛାତ୍ର ମାନଙ୍କ ସହ ସେଇ ପୁରୁଣା ହୋଟେଲ ପ୍ରିୟାରେ
Tweet media one
10
3
163
@jp_mohapatra
Jyoti Prakash Mohapatra
1 year
Drop something yellow from your gallery 💛 ମାଆ ବିରଜା
Tweet media one
@nidhi_budha
ନିଧି ଅଜା
1 year
Drop something yellow from your gallery 💛
Tweet media one
5
1
38
8
0
162
@jp_mohapatra
Jyoti Prakash Mohapatra
2 years
ତତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ...
Tweet media one
4
0
166
@jp_mohapatra
Jyoti Prakash Mohapatra
3 years
ବେଳେ ବେଳେ ଅଜବ ଲାଗେନି ଆମେ ସେଇ ଦେଶରେ ଗରିବ ହଟେଇବା କଥା କୁହନ୍ତି, ଯୋଉ ଦେଶରେ ଗରିବ ତାଲିକାରୁ ନାଁ କଟିଗଲେ ଲୋକେ ଯୁଦ୍ଧ କରି ପକାନ୍ତି
5
14
159
@jp_mohapatra
Jyoti Prakash Mohapatra
3 years
ଗାଁରେ କି ଅପୂର୍ବ ଡାକ ଓ ସମ୍ବୋଧନ ସବୁ ଥିଲା। ବୋଉଠୁ ଯିଏ ବଡ଼- ବଡ଼ବୋଉ ବୋଉଠୁ ଯିଏ ସାନ- ସାନବୋଉ ଏକାଧିକ ସାନବୋଉ ଥିଲେ- ନାଲିବୋଉ, ରଂଗୀବୋଉ, ଛୁଆବୋଉ, କୁନିବୋଉ... ବୋଉର ବୋହୂ : ନୂଆବୋଉ (ସମ୍ପର୍କରେ ବଡ଼ ଥିଲେ) ଖାଲି ବୋଉ ଓ ବୋଉମାନଙ୍କୁ ନେଇ ଆମ ସଂସାର ପରିପୂର୍ଣ୍ଣ ଥିଲା। ଏବେ କାକି, ଆଣ୍ଟି, ଚାଚି, ଭାଭି କେତେ କଣ? ୧
20
14
160
@jp_mohapatra
Jyoti Prakash Mohapatra
1 year
ଏ ପରବତ କୁଞ୍ଚିକୁଞ୍ଚିକା... #Laxmipur #koraputdiaries
Tweet media one
7
1
163
@jp_mohapatra
Jyoti Prakash Mohapatra
6 months
ଖୁସି ପାଇଁ କବିତା ଖୁସିର ଜନ୍ମଦିନରେ - ଝିଅ ବଡ଼ ହେଉଛି - ଝିଅ ବଡ଼ ହେଉଛି ବାପା ଥାଳି ପାଖେ କଷ୍ଟେମଷ୍ଟେ ଟେକି ଗିଲାସେ ପାଣି ଥୋଉଛି ଝିଅ ବଡ଼ ହେଉଛି ବାପା ଫୋନକୁ ଅନେଇ ଅନେଇ ମନକୁ ମାରି ଏକା ଶୋଇ ପଡ଼ୁଛି ବାବାକୁ ଆଉ କହୁନି ବିରିୟାନି ଯିମିତି ହେଲେ ଆଣିବ, ଓଲଟା ବାବା ପର୍ସ ଦେଖୁଛି ସେଥିରେ ନୀଳ, ନାରଙ୍ଗୀ ଆଗ ଖୋଜୁଛି
Tweet media one
Tweet media two
31
4
162
@jp_mohapatra
Jyoti Prakash Mohapatra
5 years
#କବିତା_୧ ବୋଉ ବୋଉ ଲୋ ! ତୁ ବୁଢ଼ୀ ହେଉଛୁ କି ? ବଡ଼ିଚୁରାରେ ବଡି ଖଣ୍ଡ ଖଣ୍ଡ କଣ ଲୋ ଆଳୁଭର୍ତ୍ତାରେ ଆଳୁ ଟିକି ଟିକି ପତ୍ରପୋଡ଼ାରେ ଲୁଣ କମ ? ଚଉରା ମୂଳେ ଡେରି ସଂଜ ଯାଏ ବସୁଛୁ ବେକରେ କାନି ଗୁଡେଇ ସେଠି ଆସ୍ତେ ଆସ୍ତେ କଣ କହୁଚୁ ଠାକୁର ଘର ସବୁ ଫଟୋକୁ ଲମ୍ବା ସମୟ ଯାଏ ପୋଛୁଛୁ କାହିଁ ପାଇଁ ? ୧
27
24
154
@jp_mohapatra
Jyoti Prakash Mohapatra
3 years
शायद फिर इस जनम में मुलाक़ात हो ना हो... #LataMangeshkar
Tweet media one
2
2
156
@jp_mohapatra
Jyoti Prakash Mohapatra
1 year
ଅନେକ ଜଞ୍ଜାଳ ଛାଡ଼ି, ପୁଣି ଆସିଛି ଫେରି ଦେଖ ତୁମ ପ୍ରୀତି ସହରକୁ କେବେ ଚିହ୍ନା ଥିଲା ଦିନେ, ଗପରେ ଗପରେ ସମର୍ପିଛି କେବଳ ତୁମକୁ ଏ ସହର ନୂଆ ରାସ୍ତା, ପ୍ରଶସ୍ତ ଓ ଅଚିହ୍ନା ଭୁଲାଏ ଏ ସହରର ବାସ୍ନା ସହ, ସଖୀ ଗୋ ! ତୁମକୁ ତ ଭଲପାଏ, ଭଲ ହିଁ ତ ପାଏ #Balasore
Tweet media one
4
6
163
@jp_mohapatra
Jyoti Prakash Mohapatra
4 years
ସାଇତା ସ୍ମୃତି
Tweet media one
14
2
159
@jp_mohapatra
Jyoti Prakash Mohapatra
2 years
ଆକାଶବାଣୀ କଟକ କେନ୍ଦ୍ରରେ, ଆଜି ସଂଜରେ ଏକ କାର୍ଯ୍ୟକ୍ରମ ରେକର୍ଡ଼ିଂ ସମୟରେ #Cuttack
Tweet media one
11
0
160
@jp_mohapatra
Jyoti Prakash Mohapatra
1 year
Drop the last food pic from your gallery. ମୋର ଏଇଟି
Tweet media one
@QRbabun
p R R
1 year
Mine 👇😍
Tweet media one
0
0
16
30
2
147
@jp_mohapatra
Jyoti Prakash Mohapatra
11 months
କାର୍ତ୍ତିକରେ ଆକାଶ ଦୀପ #ଗାଁ
Tweet media one
3
7
156
@jp_mohapatra
Jyoti Prakash Mohapatra
2 years
ମାଆ ବିରଜା #ଯାଜପୁର
Tweet media one
8
7
154
@jp_mohapatra
Jyoti Prakash Mohapatra
3 years
ଶିକ୍ଷକ ଓ ଛାତ୍ର। ମଣି��� ଓ ମାନବିକତା। ସ୍ନେହ ଓ ଆଦରର ଚିରନ୍ତନ ପ୍ରତୀକ IIMC Dhenkanal. An unending affair of intense love.
Tweet media one
11
3
150
@jp_mohapatra
Jyoti Prakash Mohapatra
3 years
#Olympics ସରିଗଲେ ଏ ହକି, ଭାର ଉତ୍ତୋଳନ, ବକ୍ସିଂ, ବ୍ୟାଡମିଣ୍ଟନ, ଜାଭେଲିନ, ସିନ୍ଧୁ, ମେରି କମ, ରବି କୁମାର, ମନପ୍ରୀତ ସିଂହ ସବୁ ଆପେ ପାଶୋରି ହୋଇଯିବେ। କେବଳ କ୍ରିକେଟ ରାଜୁତି କରିବ। କୋହଲି, ରୋହିତ ଏମିତି ବର୍ଷ ବର୍ଷ ଧରି ଚାଲି ଆସିଛି ଓ ଚାଲିବ। ମାଲେଶ୍ୱରୀ କିଏ? ପ୍ରେମ କ୍ରିକେଟରେ କିନ୍ତୁ ପଦକ ଅଲିମ୍ପିକରେ ଦର୍କାର।
21
21
146
@jp_mohapatra
Jyoti Prakash Mohapatra
2 years
ଅନେକ ସମୟରେ ଅସଫଳ ଲୋକ ଭଲ ଲାଗନ୍ତି। ତାଙ୍କ ପାଖେ ଅହଂକାର ନୁହେଁ ବରଂ ଅନୁଭବ ଥାଏ।
7
7
151
@jp_mohapatra
Jyoti Prakash Mohapatra
3 years
#ସାମ୍ବାଦିକତାର_ଫର୍ଦ୍ଦ (୩) ଅପହଞ୍ଚ ଆକାଶ ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି। ୧
21
10
144
@jp_mohapatra
Jyoti Prakash Mohapatra
3 years
ମାଆ ବିରଜା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ
Tweet media one
11
5
145
@jp_mohapatra
Jyoti Prakash Mohapatra
3 years
ଯୁକ୍ତ ତିନି ପଢ଼ିଲା ବେଳେ ଅଳ୍ପ ଦିନ ପ୍ରେମ କରିଥିଲି। ତା' ଭିତରେ ଜନ୍ମଦିନ ଆସିଲା। ସେ ପଚାରିଲା- କଣ ଦେବି କୁହ। - ଯଶୋଧରା ମିଶ୍ରଙ୍କ ଗପ ବହି କେଇ ଖଣ୍ଡି ଦିଅ, ବାସ୍। ସେଇ, ଯାହାଙ୍କ ଗପରେ ମୁଁ ବିଭୋର, ସେଇ ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଲା। ବ��ଭୋର ମୁଁ ପୁଣି।
Tweet media one
3
4
142
@jp_mohapatra
Jyoti Prakash Mohapatra
3 years
ଗାନ୍ଧୀ ଗାଳି ଆଜିକାଲି ଏକ ଫେସନରେ ପରିଣତ ହେଲାଣି। ବାପୁଙ୍କ ସମ୍ପର୍କରେ ଧାଡ଼ିଏ ପଢ଼ି ନଥିବା ଲୋକେ କି ଇତିହାସ ଜାଣି ନ ଥିବା ମହାମଣିଷ ତାଙ୍କୁ ଗାଳି ଦେଉଛନ୍ତି। ଆଇନଷ୍ଟାଇନ ଠିକ କହିଥିଲେ- ଏ ପୃଥିବୀ କେବେ ବିଶ୍ୱାସ କରିବ ହିଁ ନାହିଁ, ଏମିତି ରକ୍ତ ମାଂସ ଧାରୀ ମଣିଷ ଏଠି ଜୀଇଁଥିଲେ। ଯେତେ ଗାଳିଦେଲେ- ବାପୁ ଆହୁରି ମହକିବେ। ଚମକିବେ।
16
17
140
@jp_mohapatra
Jyoti Prakash Mohapatra
1 year
ଓଡ଼ିଆ ସାମ୍ବାଦିକତା ଦିବସର ଶୁଭେଚ୍ଛା। ୧୮୬୬ ମସିହାରେ ଆଜିର ଦିନରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଖବରକାଗଜ- ଉତ୍କଳ ଦୀପିକା। ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଭୋକରେ ଆଉଟୁପାଉଟୁ ହେଉଥିବା, କଙ୍କାଳ ସାଜିଥିବା ଏବଂ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା- ଉତ୍କଳ ଦୀପିକା। ଓଡ଼ିଆଙ୍କୁ
Tweet media one
5
23
143
@jp_mohapatra
Jyoti Prakash Mohapatra
3 years
ଜୀବନରେ ନିର୍ଦ୍ଧିଷ୍ଟ ସମୟ ପରେ ଆଉ ବନ୍ଧୁ ମିଳନ୍ତି ନାହିଁ। ମଣିଷ ମିଳନ୍ତି। #JP
9
7
139
@jp_mohapatra
Jyoti Prakash Mohapatra
6 years
This is how The Samaja reported the demise of #UtkalGouraba Madhusudan Das.
Tweet media one
0
18
138
@jp_mohapatra
Jyoti Prakash Mohapatra
4 months
#ଖିଅ ସୁରେନ୍ଦ୍ର ମହାନ୍ତି ଯଦି କୌଣସି ଭାରତୀୟ ଲେଖକଙ୍କୁ ଜ୍ଞାନପୀଠ ନ ଦେଇ ପାରିବାର କ୍ଷୋଭ କେବେ ଜ୍ଞାନପୀଠ ଏକାଡେମୀ ଅନୁଭବ କରିବ- ସେ ତାଲିକାରେ ପ୍ରଥମେ ଆସିବେ ସୁରେନ୍ଦ୍ର ମହାନ୍ତି। ଆଜି ସେଇ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଜୟନ୍ତୀ। ୧
Tweet media one
7
15
139
@jp_mohapatra
Jyoti Prakash Mohapatra
2 years
#ଖିଅ #ଯାଜପୁର ଏକ୍ ଛୋଟି ସି ଲଭ୍ ଷ୍ଟୋରି ସେ ଝିଅ ଠିକ ମୋ ତଳ ବ୍ୟାଚରେ ପଢୁଥିଲା। ମୋର ସେତେବଳକୁ ଥାର୍ଡ ଇଅର ବଟାନି ଅନର୍ସ। ଯାଜପୁର କଲେଜର ଗୋଟିଏ କଣକୁ ବଟାନି ବିଭାଗ। ଉପରେ ଜୁଲୋଜି, କଡ଼କୁ ବଡ଼, ବୁଢ଼ା ବରଗଛଟେ। ଏମିତି ସବୁବେଳେ କଲେଜ ଜୀବନରେ ହୁଏ। ୧
31
8
139
@jp_mohapatra
Jyoti Prakash Mohapatra
5 years
ଜୟ କଳା !!! ଫୋଟୁ ସୌଜନ୍ୟ: ସାମାଜିକ ଗଣମାଧ୍ୟମ
Tweet media one
28
24
133
@jp_mohapatra
Jyoti Prakash Mohapatra
4 months
ମଣିମା, ଏ ତମ ଚାହାଣୀ ନା ! ଆପେ ଆଖି ହଳକ ଓଦା କରିଦିଏ ! କୋଟି ଜନ୍ମର ପାପରୁ କ୍ଷମା କରିବ, ମହାବାହୁ !! #ସ୍ନାନଯାତ୍ରା #ରଥଯାତ୍ରା
Tweet media one
7
9
137
@jp_mohapatra
Jyoti Prakash Mohapatra
1 year
ଆପଣ ଆରାମରେ ଖରାବେଳେ ବସି ତତଲା ଭାତ ଓ ଚିଙ୍ଗୁଡ଼ି ଝୋଳ ଖାଉଥିବେ। ଜଣେ କିଏ ବାହାରେ ଆସି ଖାଇବାକୁ ମାଗିଲା। ଖାଇବା ଥାଳି ଛାଡି ଉଠିଯିବେ ଆପଣ ଓ ଭୋକିଲା, ଅସହାୟ ମଣିଷକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦିବେ। ଆପଣଙ୍କ ତତଲା ଭାତ ଓ ଗରମ ଚିଙ୍ଗୁଡ଼ି ଝୋଳ ସେମିତି ପଡ଼ି ରହିଥିବ। କୋଉଠି ଏମିତି ନିର୍ମାୟା ଓ ନିହାତି କାନ୍ଦୁରା ମଣିଷ ଆପଣ
6
5
137
@jp_mohapatra
Jyoti Prakash Mohapatra
3 years
#ArindamDas ଯିଏ ଫୋନ କରୁଛି, କାନ୍ଦୁଛି କେହି କିଛି କହିବା ଅବସ୍ଥାରେ ନାହାନ୍ତି ସମସ୍ତେ ନିଶବ୍ଦ। ଶବ୍ଦଶୂନ୍ୟ ଇମିତି ଯାଆନ୍ତିନିରେ ଟୋକା! ନଈରେ ଗଲୁ, ଡାହାଣୀ ନଈ ତତେ ଖାଇଗଲା ଏଣେ ପ୍ରତି ଆଖି ହଳକରେ ଲଘୁଚାପରେ ଟୋକା! ବର୍ଷା, ବନ୍ୟା, ବାତ୍ୟା ବି ସଭିଙ୍କ ଆଖିରେ, ଯାହାକୁ ଭୟଶୂନ୍ୟ ହୋଇ ତୁ ରିପୋର୍ଟର ଭାବେ ସାମ୍ନା କରିଥିଲୁ ୧
6
5
132
@jp_mohapatra
Jyoti Prakash Mohapatra
3 years
କାର୍ତ୍ତିକ ପୂର୍ଣ୍ଣିମା ବେଶରେ ମା' ବିରଜା
Tweet media one
5
4
135
@jp_mohapatra
Jyoti Prakash Mohapatra
3 years
#ଯାଜପୁର ବିରଜା ବେଢ଼ା ବିରଜା ବେଢ଼ା ସଦାକାଳ ଅଦ୍ଭୁତ ଓ ଅଜବ ଆକର୍ଷଣ ମୋ ପାଇଁ। ମା'ର ଦାଉ ଦାଉ ଆଖି, ସଂଜ ଆଳତିର ଅପୂର୍ବ ଛନ୍ଦ, ଟୁନା ନନାର ଗମ୍ଭୀର ସ୍ୱରରେ ଶୂଳ ଲାଙ୍ଗୁଳା ହସ୍ତା... ମନ୍ତ୍ର ଉଚ୍ଚାରଣ ଲୋମ ଟାଙ୍କୁରି ପକାଏ। ଯାଜପୁର ଲୋକଙ୍କ ପାଇଁ ମା' ସବୁଦିନେ ଅଭୟ ଆଶୀର୍ବାଦର ଚିରନ୍ତନ ପ୍ରତୀକ। ୧
Tweet media one
7
12
131
@jp_mohapatra
Jyoti Prakash Mohapatra
3 years
ଷ୍ଟାଫ ସିଲେକ୍ସନ କମିଶନ୍ କିରାଣୀ ଘରୁ ଯେବେ କୋଟି କୋଟି ଟଙ୍କା ବାହାରିଲା, ସେତେବେଳେ ଭିଜିଲାନ୍ସ ଗୋଟିଏ ମହା ଭୁଲ କରିଦେଲା। ଏ ଖବର ବାହାରକୁ ତୁରନ୍ତ ନ ଜଣେଇ, ସମୁଦାୟ ଷ୍ଟାଫ ସିଲେକ୍ସନ୍ କମିଶନ ଅଫିସ, ସମସ୍ତ ବ୍ୟକ୍ତିଗତ ସଚିବ ଓ ଅନ୍ୟାନ୍ୟଙ୍କ ଉପରେ ସଂଗେ ସଂଗେ ସେଇଦିନ ଚଢ଼ାଉ କରିବାର ଥିଲା।
16
6
130
@jp_mohapatra
Jyoti Prakash Mohapatra
6 years
ଗାଁଟିର ନାଁ ଟିକେ ଦେଖିଲ ~ଭାବିଲ~ ପଞ୍ଚାୟତ- ମିର୍ଜାପୁର ବ୍ଲକ- ଧର୍ମଶାଳା ଜିଲ୍ଲା- ଯାଜପୁର #Jajpur
Tweet media one
14
10
132
@jp_mohapatra
Jyoti Prakash Mohapatra
5 years
ଶାସ୍ତ୍ରୀୟ ଭାଷା ବୋଲି ଓଡ଼ିଆକୁ ଛାଡ଼ିଗଲେ !
Tweet media one
12
19
130
@jp_mohapatra
Jyoti Prakash Mohapatra
3 years
ଆଜି ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ। ମା' ସଭିଙ୍କ ମଙ୍ଗଳ କରନ୍ତୁ, ପଣତ ଘୋଡ଼େଇ ରଖନ୍ତୁ। ପ୍ରାର୍ଥନା।
Tweet media one
6
7
133
@jp_mohapatra
Jyoti Prakash Mohapatra
3 years
ମୁଁ ପାର ବୋଉ ବୋଲି ଡାକେ। କୁନିଟେ ଥିଲି, ତାଙ୍କ ଘରେ ସବୁ ସମୟ ଯାଇଛି। ପରେ ପାର ବୋଉ ଚଣ୍ଡୀଗଡ଼ ଗଲା ଟିକି କକାଙ୍କ ସାଥେ ସଂସାର କରିବାକୁ। ଫେରିଲା, ଆଖିରୁ ପାଣି ମରିଗଲା ପରେ, ଉଣେଇଷ ବର୍ଷ ଶେଷେ। ଗାଁକୁ ଗଲେ ପାର ବୋଉକୁ ନ ଦେଖିଲେ, ନାଲି ଚାହା ନ ପିଇଲେ, ଗାଁ ଅଧା ଲାଗେ। ଏଇ ସେଇ ପାର ବୋଉ। ମମତା ଓ ସ୍ନେହର ଜୀବନ୍ତ ପ୍ରତୀକ।
Tweet media one
13
0
127
@jp_mohapatra
Jyoti Prakash Mohapatra
4 years
Today 4 August is Odia Journalism day. Exactly 155 years ago on this day first Odia Newspaper 'Utkal Deepika' was published. Utkal Deepika was born at a time when Odisha was beleaguered with many problems.
Tweet media one
6
16
129
@jp_mohapatra
Jyoti Prakash Mohapatra
3 years
10
9
131
@jp_mohapatra
Jyoti Prakash Mohapatra
2 years
#ରସଗୋଲା_ଦିବସ ରସଗୋଲା ଓଡ଼ିଶାର କେବଳ। ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର କଙ୍କାଳ ଭାଙ୍ଗି ଦେଇଥିଲା। ଲୋକେ ମଢ଼ ଖାଇଲେ। ତେନ୍ତୁଳି ଗଛରୁ ପତ୍ର ସବୁ ସରିଗଲା। ଗଛ ନଣ୍ଡା ହେଲା। ଭୋକରେ ଆତୁର ଏ ଜାତିର ମଣିଷ ପାଖ ବଡ଼ ସହର- କଲିକତାକୁ ଦାଦନ ହୋଇ ଚାଲିଗଲେ। ପାଠ ତ ପଢ଼ି ନଥିଲେ। ତେଣୁ ରାନ୍ଧୁଣିଆ, ମାଳି ହେଲେ। ୧
5
20
126
@jp_mohapatra
Jyoti Prakash Mohapatra
2 years
୧. ମାଲ ମହୁ ଜୀବନ ମାଟି ୨. ଦୁର୍ବଳରୁ ପେଲି ହେଉଛି ୩. କଣ କଲା ସେ ୪. ଆପଣମାନେ ଖୁସି ତ ୫. ଗୋଟେ ଖୁସି ଆଉ ୬. କଣ କଲୁରେ ନାରଣ ୭. ମୁଁ ନ ଥିଲେ ତ କିଛି ହବନି ଆଉ ଏବେ ଯୋଡନ୍ତୁ ତ...
48
7
133
@jp_mohapatra
Jyoti Prakash Mohapatra
3 years
କବିତା #ବାପା ବାପା ହେବା ଭାରି ସହଜ ମ ! ବୋଉ ଉପରେ ସଂସାର ଛାଡ଼ିଦେଇ ଖରା, ବର୍ଷାରେ ସେ ସଂସାର ପାଇଁ ତିଆରୁ ଥିବ ଛାତ, ପୁଅ ଝିଅ ଶୋଇଗଲେ ଅନ୍ଧାରରେ ଲୁଚି ତାଙ୍କ କପାଳରେ ଛୁଉଁଥିବ ଆଶୀର୍ବାଦର ଅଭୟ ହାତ ୧
14
13
133
@jp_mohapatra
Jyoti Prakash Mohapatra
2 years
#ଖିଅ ଉପନ୍ୟାସର ନାଁ ଶ୍ରେୟା ଏକଦମ ଓଡ଼ିଆ ବାହାଘର ଯେମିତି, ଠିକ ସେଇମିତି। ଆଉ ମୁଁ ଠିକ କରିଥିଲି ଗାଁରେ ହିଁ ବାହାଘର ହେବ। ଚିହ୍ନା ପରିଚିତ ମଣିଷଙ୍କ ମେଳରେ। ପିଉସୀମାନେ, ମାଉସୀମାନେ ଆସିବେ। ସବୁ ନିକଟ ଓ ସମ୍ପର୍କୀୟ ଆସିବେ। ବାହାଘର ସାହି ବସିବ। ଥଟ୍ଟାମଜାରେ ଘର ଫାଟି ପଡ଼ିବ। ୧
Tweet media one
14
4
131
@jp_mohapatra
Jyoti Prakash Mohapatra
3 years
ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କିରାଣୀ କୋଟି କୋଟି ଟଙ୍କାର ମାଲିକ ହେବା ଭୟଙ୍କର ଘଟଣା। ବ୍ୟବସ୍ଥା କେଉଁଠି ନା କେଉଁଠି ପଚା ଓ ଗନ୍ଧିଆ ରହିଛି ଓ ସେଥିରେ ବଡ଼ ବଡ଼ ଲୋକ ବି ସାମିଲ। ସରକାର ଚାହିଁଲେ ମାସେ ଭିତରେ ସବୁ ତଦନ୍ତ ସାରି ପାରିବେ। ପୁରୁଣା ସମସ୍ତ ନିଯୁକ୍ତିର ବି ତଦନ୍ତ ହେଉ। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
9
17
129
@jp_mohapatra
Jyoti Prakash Mohapatra
9 months
ଆହା, ଛାତି ଫାଟି ଗଲା ପରି ଖବର ଏ । ସାଧୁ ମେହେର ଚାଲିଗଲେ। ଏ ମାଟି ଜଣେ ଅନନ୍ୟ କଳାକାରଙ୍କୁ ହରେଇଲା। ବିଦାୟ, ଚିର ବିଦାୟ।
Tweet media one
11
9
133
@jp_mohapatra
Jyoti Prakash Mohapatra
2 years
ବାପା ବୋଉଙ୍କ ବିବାହ ବାର୍ଷିକୀ ଆଜି। ସେଇ ଅବସରରେ ତାଙ୍କୁ ଛୋଟିଆ ଭେଟିଟେ। #ପ୍ରଥମ_ପୁଲକ
Tweet media one
33
5
132