🇮🇳 Tr. Viswanath विश्वनाथ ବିଶ୍ବନାଥ Profile Banner
🇮🇳 Tr. Viswanath विश्वनाथ ବିଶ୍ବନାଥ Profile
🇮🇳 Tr. Viswanath विश्वनाथ ବିଶ୍ବନାଥ

@Viswanath507480

Followers
5,875
Following
317
Media
4,132
Statuses
28,650

न साधारण न खास, बस एक इन्सान होने का एहसास Mariner by education, Educator by profession and Writer by passion Horoscope,Palmistry my hobby

भद्रक,ओड़िशा,ଭଦ୍ରକ,ଓଡ଼ିଶା,ଭାରତ
Joined July 2017
Don't wanna be here? Send us removal request.
Explore trending content on Musk Viewer
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଶୁଭ ସନ୍ଧ୍ୟା। ଆଜି ଯାଏଁ ପ୍ରାୟ ୩୦୦୦ ରୁ ଅଧିକ ନବଜାତ ମାନଙ୍କର ନାମକରଣ କରିଛି। କିନ୍ତୁ ମୋ‌ ଯମଜ ସନ୍ତାନ ସନ୍ତତି ଙ୍କ ପାଇଁ ଆପଣ ମାନଙ୍କ ମତାମତ ଲୋଡୁଛି। ଜାତକ ଅନୁସାରେ "ମ" ଅକ୍ଷର ରେ ମୋ ପୁଅ ଝିଅ ପାଇଁ କିଛି ନାମ suggest କରନ୍ତୁ। ଏମିତି ନାଁ ୨ଟି suggest କରିବେ ଯାହାକି ଆଧୁନିକ କିନ୍ତୁ ସଂସ୍କୃତି ସହ ଜଡ଼ିତ ହୋଇଥିବ । 🙏🙏
Tweet media one
353
17
1K
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
4 months
ବର୍ତ୍ତମାନ ଅଧଘଣ୍ଟା ସମୟ ହାତରେ ଅଛି। ୧/୨ ଜଣ ପ୍ରଶ୍ନ ପଚାରି ପାରିବେ। ଜାତକ ଦେଖିବା ପାଇଁ ସମୟ ନାହିଁ। କେବଳ ସାଂଖ୍ୟ ଜ୍ୟୋତିଷ ଅନୁସାରେ ଅଳ୍ପ କହିବି। ବିଶ୍ୱାସ ଥିଲେ ନିଜର ନାମ ଓ ଜନ୍ମ ତାରିଖ ଲେଖି ପଚାରି ପାରିବ। ବାବା ଆଖଣ୍ଡଳମଣି 👇🙏🙏
Tweet media one
110
11
562
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ମୋ ଶିକ୍ଷକ ଜୀବନ ବ୍ୟର୍ଥ। ଆଜି ପର୍ଯ୍ୟନ୍ତ କେବେ ସାହିତ୍ୟ ରେ ୧୦୦ ମାର୍କ ମିଳେ ବୋଲି ଜାଣି ନଥିଲି। ଆଜି ସ୍ୱଚକ୍ଷୁ ରେ ଦେଖିଲି। ଧନ୍ୟ କହିବ ଖାତା ଦେଖିଥିବା ଶିକ୍ଷକ ଓ ଆମ ଶିକ୍ଷା ବୋର୍ଡ କୁ।
Tweet media one
98
58
451
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ବର୍ତ୍ତମାନ ପ୍ରାୟ ୪୫ ମିନିଟ୍ ପାଇଁ ଫ୍ରି ଅଛି। ତେଣୁ ୨/୩ ଜଣଙ୍କ ବିଷୟରେ କିଛି କହି ପାରିବି। ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ଥିଲେ କେବଳ ନାଁ ଓ ଜନ୍ମ ତାରିଖ ଲେଖନ୍ତୁ। ଯେକୌଣସି ଗୋଟିଏ ପ୍ରଶ୍ନ ପଚାରିବ। ମୁଁ କହିବାକୁ ଚେଷ୍ଟା କରିବି। ରାଧାଗୋବିନ୍ଦ ଙ୍କ ଶରଣେ ମୃଣ୍ମୟ 🙏 👇👇
Tweet media one
155
5
407
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
If you have faith in Astrology and want to know anything about your life and future .. then DM me with your original date of birth , time of birth and place of birth... Please don't send date of birth mentioned in school certificate. Wrong data,wrong prediction. ( NB: No fee )
Tweet media one
347
19
380
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ମନରେ ଗୋଟିଏ ସନ୍ଦେହ। ରାହୁଲ ଗାନ୍ଧୀ ଜଣେ ଉଚ୍ଚ ଶିକ୍ଷିତ ଲୋକ। କିନ୍ତୁ ଏହି ଫଟୋ ଟି ଉଠାଇ ସେ କହିବାକୁ କଣ ଚାହୁଛନ୍ତି ମୁଁ ବୁଝିପାରୁନାହିଁ, ସତରେ। କେହି ଯଦି ବୁଝି ପାରୁଛନ୍ତି ଲେଖିବେ ନିଶ୍ଚୟ। କିନ୍ତୁ ଗୋଟିଏ ଅନୁରୋଧ। କେହି କାହାର ସମ୍ମାନ ହାନି କଲା ପରି କିଛି ଲେଖିବେ ନାହିଁ।
Tweet media one
91
6
361
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ମୁଁ ୩୦ ମିନିଟ୍ ପାଇଁ ଏବେ ଫ୍ରି ଅଛି। ୧/୨ ଜଣଙ୍କର କହି ପାରିବି। ଯଦି ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ଥାଏ, ତେବେ ନିଜର ନାମ ଓ ଜନ୍ମ ତାରିଖ ଲେଖନ୍ତୁ।
Tweet media one
175
6
348
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
Hi ! ମୁଁ ବର୍ତ୍ତମାନ ଅଳ୍ପ କିଛି ସମୟ ଚେଇଁବି। ଯଦି କେହି Numerology ରେ ବିଶ୍ୱାସ କରୁଥାନ୍ତି, ତେବେ ମୋତେ ପ୍ରଶ୍ନ ପଚାରି ପାରିବେ। ମୁଁ ଉତ୍ତର ଦେବାପାଇଁ ଚେଷ୍ଟା କରିବି। ତଥ୍ୟ ସ୍ୱରୂପ କେବଳ ନିଜର ପୁରା ନାମ ଓ ସମ୍ପୂର୍ଣ୍ଣ ଜନ୍ମ ତାରିଖ କହିବାକୁ ହେବ। ମାତ୍ର ୨୦/୨୫ ମିନିଟ୍ ଚେଇଁବି।
Tweet media one
80
6
328
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ମେଷ ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ମେଷ ରାଶି ବାର୍ଷିକ ରାଶିଫଳ ଅନୁଯାୟୀ, ତୁମର ରାଶ୍ୟାଧିପତି ମଙ୍ଗଳ ଗ୍ରହର ଶାସକ ଗ୍ରହ ସୂର୍ଯ୍ୟ ଙ୍କ ସହିତ ବର୍ଷ ଆରମ୍ଭରେ ଧନୁ ରାଶିର ନବମ ଘରେ ଅବସ୍ଥିତ, ଯାହା ଦୀର୍ଘ ଯାତ୍ରା କରିବାର ସମ୍ଭାବନା ସୃଷ୍ଟି କରିବ | ତୁମର ସମ୍ମାନ ବୃଦ୍ଧି ପାଇବ | ତୁମେ ସମାଜରେ ଏକ ଭଲ ସ୍ଥାନ ପାଇପାର |
Tweet media one
22
17
322
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
Good afternoon friends.. Half an hour in hand.. 3/4 people who are online can send their name and accurate date of birth.. I can tell them 2/3 things about their future.. NB: send only if you have faith in numerology or numeroastrology..
Tweet media one
43
2
319
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
4 months
ଆଜି ୭ ମାର୍ଚ୍ଚ ଗୁରୁବାର ମୋ ଯାଆଁଳା ପୁଅ ଝିଅ ମୃଣ୍ମୟ ଓ ମୃଣ୍ମୟୀ ଙ୍କ ପ୍ରଥମ ଜନ୍ମ ଦିନ ‌ । ତେଣୁ ସନ୍ଧ୍ୟା ୭ ଟା ବେଳକୁ ଆମ ଘରକୁ ଆସିବ ଓ ସେ ଦୁହିଁଙ୍କୁ ଆଶୀର୍ବାଦ ଦେବ। ନିମନ୍ତ୍ରଣ ରହିଲା 🙏🙏🙏
44
3
309
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
ମୁଁ ଲେଖିଥିବା ୨୦୨୪ ବାର୍ଷିକ ରାଶିଫଳ କୁ ପାଖାପାଖି ଅଢ଼େଇ ଲକ୍ଷ ରୁ ଅଧିକ ଲୋକ ପଢ଼ିଛନ୍ତି।ମୋ ପରିଶ୍ରମ ସଫଳ ହେଲା ପରି ଲାଗୁଛି। ରାଶି ଅନୁଯାୟୀ ପାଠକ ସଂଖ୍ୟା👇 ମେଷ- ୪୨,୯୦୦ ବୃଷ-୧୬,୭୦୦ ମିଥୁନ-୨୦,୦୦୦ କର୍କଟ-୨୨,୨୦୦ ସିଂହ-୨୯,୬୦୦ କନ୍ୟା-୨୨,୩୦୦ ତୁଳା-୨୦,୪୦୦ ବିଛା-୨୧,୦୦୦ ଧନୁ-୧୪,୨୦୦ ମକର-୧୩,୨୦୦ କୁମ୍ଭ-୧୪,୨୦୦ ମୀନ-୧୩,୩୦୦
Tweet media one
13
3
274
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଆଜି ମୁଁ ବହୂତ ଖୁସି। ମୋର ପ୍ରିୟ ଛାତ୍ର ( ମୋ ପୁଅ କହିଲେ ଅତ୍ୟୁକ୍ତି ହେବନାହିଁ) ଚିତ୍ତରଞ୍ଜନ ପ୍ରଥମ ପ୍ରଚେଷ୍ଟାରେ NEET ମେଡ଼ିକାଲ ଏଣ୍ଟ୍ରାନ୍ସ ରେ ୬୯୫ ମାର୍କ ରଖି ସର୍ବଭାରତୀୟ ରେଙ୍କ୍ ୫୭୮ ହାସଲ କରିଛି। ମୁଁ ତା ପାଇଁ ଗର୍ବ ଅନୁଭବ କରୁଛି ଓ ତାର ଭବିଷ୍ୟତ ଉଜ୍ଜ୍ୱଳ ଓ କୀର୍ତ୍ତିମୟ ହେଉ ଏତିକି ପ୍ରାର୍ଥନା କରୁଛି।
Tweet media one
29
3
271
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ଆଜି ସୈାଭାଗ୍ୟ ରୁ ଛତିଆ ବଟ ରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ ମିଳିଲା। ପୁରୀ ର ବଡ଼ ଠାକୁର ଓ ଛତିଆ ର ବଡ଼ ଠାକୁର ଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବି ଜାଣିଲି। ଅଭଡ଼ା ଖାଇ ଉଦର ଓ ହୃଦୟ ଉଭୟ ଶାନ୍ତ ହୋଇଗଲେ।
Tweet media one
7
4
239
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ଖଳା କୁ ସୁନା ବୁହା ଚାଲିଛି। ଏତେ ବ୍ୟସ୍ତ ଭିତରେ ବାର୍ଷିକ ରାଶିଫଳ ଲେଖିବାପାଇଁ ସମୟ ମିଳୁନାହିଁ। ଦେଖାଯାଉ, କେତେ ଲେଖିପାରୁଛି 🤔🤔🤔
Tweet media one
Tweet media two
8
2
237
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଭଗବାନ ଙ୍କୁ ଅଶେଷ ପ୍ରଣାମ। ଆପଣ ମାନଙ୍କୁ ଅଶେଷ ଧନ୍ୟବାଦ। ଆଜି ଏବେ ୨ ଟି ଯାଆଁଳା ପୁଅ ଝିଅ ର ବାପା ହେବାର ସୈାଭାଗ୍ୟ ମିଳିଲା । ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏
71
0
238
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
9 months
ଭାବୁଛି YouTube channel ଟିଏ ଖୋଲିବି ଓ ପ୍ରତିଦିନ ରାତି ୧୧-୧୨ ଗୋଟିଏ ଘଣ୍ଟା ପାଇଁ live ଜାତକ ଦେଖିବି। ଆପଣ ମାନଙ୍କର ମତାମତ କ'ଣ ? ?
69
3
232
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଝିଅ ଶୋଇଲା। ପୁଅ କୁ ତା ମା ଏବେ ଶୁଆଉଛି। ତେଣୁ ମୁଁ ଏବେ ନିଦ ଆସିବା ଯାଏ ଫ୍ରି। କେତେଜଣ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ପାରିବି ଜାଣେନି। ଦେଖୁ ଦେଖୁ ଶୋଇ ପଡ଼ିପାରେ। ତଥାପି ୧୫/୨୦ ମିନିଟ୍ ଚେଇଁବି ନିଶ୍ଚୟ। ଅନଲାଇନ୍ ଥିଲେ ନିଜ ନାମ ଓ ଜନ୍ମ ତାରିଖ ଲେଖନ୍ତୁ। ସମୟ କିମ୍ବା ଜନ୍ମ ସ୍ଥାନ ଆବଶ୍ୟକ ନାହିଁ।
Tweet media one
59
5
223
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରି ସୁଦୂର ଭୁବନେଶ୍ୱର ରୁ ବାଇକ୍ ଯୋଗେ ଆସି ମୋତେ ଦେଖା କରିଥିବା ବ୍ରଜେଶ ଭାଇ @Brajes_OdiaToka ଆଜି‌ ସକାଳେ ଏକ ପୁତ୍ର ସନ୍ତାନର ପିତା ହେବାର ସୈାଭାଗ୍ୟ ଅର୍ଜନ‌ କରିଛନ୍ତି।ମୁଁ ବହୁତ ଖୁସି।ବାବା ବକୁଳେଶ୍ୱର ଓ ମା ଭଦ୍ରକାଳୀ ଉଭୟ ମା ଓ ପିଲା କୁ ଦୀର୍ଘ ସୁସ୍ଥ ନିରାମୟ ଜୀବନ ର ଆଶୀର୍ବାଦ ଦିଅନ୍ତୁ।
Tweet media one
7
2
222
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଭାଇ ଓ ଭଉଣୀ ମାନେ, ଯେଉଁ ମାନଙ୍କର ଜାତକ ଦେଖି ଫଳାଫଳ କହିଛି ବା ପ୍ରଶ୍ନ ର ଉତ୍ତର ଦେଇଛି, ସେମାନେ ଟିକେ ଏଇ ଟୁଇଟ୍ ତଳେ ଧନ୍ୟବାଦ ଲେଖନ୍ତୁ। ଏହାଦ୍ବାରା ଅନ୍ୟ ମାନେ ଜାଣିପାରିବେ ଯେ ମୁଁ ଦେଖୁଛି ବୋଲି। କିଛି ଲୋକ ମୋ ନିଃସ୍ୱାର୍ଥ ସେବା କୁ ବି ସନ୍ଦେହ ଚକ୍ଷୁ ରେ ଦେଖି ମତାମତ ଦେଲେଣି।🙏🙏
34
6
216
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 month
Naveen Patnaik ଜଣେ ରାଜନୈତିକ ନେତା ନଥିଲେ। ବିଜୁ ବାବୁଙ୍କ ଦାୟାଦ ରୂପରେ ସେ ରାଜନୀତି କୁ ଆସିଥିଲେ। ଜଣେ ସାଧାରଣ ମଣିଷ ରୁ ଓଡ଼ିଶା ର ପରିଚୟ ହୋଇ ଯାଇ ଥିଲେ। ଜାତି ଧର୍ମ ଦଳ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। କିନ୍ତୁ ବୟସ ,ତାଙ୍କ ଅସୁସ୍ଥତା ଓ ସେହି ଅସୁସ୍ଥତା ର ସୁଯୋଗ ନେଇଥିବା କିଛି ଲୋକଙ୍କ ପାଇଁ ଆଜି ଏ ଯୁଗର...
Tweet media one
11
14
213
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ବର୍ତ୍ତମାନ ୭ ଜଣଙ୍କର ଜାତକ ଦେଖିଲି। ଯଦି କେହି ଏବେ ଆକ୍ଟିଭ୍ ଅଛ ତେବେ ମୋତେ reDM କର। ମୁଁ ମାତ୍ର ୪୫ ମିନିଟ୍ ପାଇଁ (୫:୧୫ ପର୍ଯ୍ୟନ୍ତ) ଫ୍ରି ଅଛି। ମୁଁ ଏବେ ଦେଖି ପ୍ରଶ୍ନ ର ଉତ୍ତର ଦେବି। କିଛି ଲୋକଙ୍କୁ ମୁଁ ଉତ୍ତର ଦେଲା ପରେ ବି ସେମାନଙ୍କର ଉତ୍ତର ଆସୁନାହିଁ। ଭଦ୍ରକ ର ବିରଞ୍ଚିନାରାୟଣ ମନ୍ଦିର 👇👇
Tweet media one
35
4
209
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ଅଯୋଧ୍ୟା ରେ ସୂର୍ଯ୍ୟ ତିଳକ ର ଅଦ୍ଭୂତ ବିହଙ୍ଗମ ଦୃଶ୍ୟ 👇 🚩ଜୟ ଶ୍ରୀ ରାମ 🙏ଜୟ ଜୟ ଶ୍ରୀ ରାମ 🚩
5
8
205
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ସିଂହ ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ଏହି ବର୍ଷ ସିଂହ ରାଶି ର ଲୋକଙ୍କ ପାଇଁ ଅନୁକୂଳ ଫଳାଫଳ ଆସିବ।ବର୍ଷସାରା ଶନି ତୁମର ସପ୍ତମ ଘରେ ଉପସ୍ଥିତ ରହିବେ, ଯାହା ତୁମର ଦାମ୍ପତ୍ୟ ଜୀବନକୁ ଦୃଢ କରିବ ଓ ତୁମର ଜୀବନ ସାଥୀ ର ବ୍ୟକ୍ତିତ୍ୱର ଉନ୍ନତି କରିବ ।ଏହା ବ୍ୟତୀତ ତୁମ ବ୍ୟବସାୟରେ ସ୍ଥାୟୀ ଉନ୍ନତି ହେବାର ସମ୍ଭାବନା ମଧ୍ୟ ରହିବ ।
Tweet media one
18
13
201
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ନିଦାଘ ଗ୍ରୀଷ୍ମ ର ଉତ୍ତାପ ବିରୁଦ୍ଧ ରେ ଜିତିଗଲା ଜ୍ୟୋତିଷ ଶାସ୍ତ୍ର ଉପରେ ଥିବା ବିଶ୍ୱାସ । ଏ ପ୍ରବଳ ଖରାରେ ଯାଜପୁର ରୁ ଆସି ଦେଖା କଲେ @SabyaMohnty ଓ ତାଙ୍କର ଜଣେ ସାଥି। ୨ ଜଣ ଙ୍କର ଅନେକ ଗୁଡ଼ିଏ ସମସ୍ୟା ର ସମାଧାନ କଲି। ‌ତାପରେ ସେ ମା ଭଦ୍ରକାଳୀ ଙ୍କୁ ଦର୍ଶନ କରି ଫେରିଗଲେ। ମା ଭଦ୍ରକାଳୀ ସେ ଦୁହିଁଙ୍କର ମଙ୍ଗଳ କରନ୍ତୁ।
Tweet media one
8
0
195
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
@sharadsharan पहले तो अपने नाम से col हटा दीजिए। देश के लिए जान देने वाला राजनीतिक गुलामी नहीं करता। आप जब राजनीति दल का सदस्य हो गए हैं, देश की गरिमामय पदवी को गंदा मत कीजिए। सेना की तौर पर आपका सम्मान करता हूं। राजनीति का मोहरा बनना है,बेशक बनो पर देस विरोधी न बनो 🙏🙏
67
11
184
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ଏତେ କାର୍ଯ୍ୟ ବ୍ୟସ୍ତ ଯେ ଶାନ୍ତି ରେ ଗଣ୍ଡେ ଖାଇବାକୁ ସମୟ ମିଳୁନାହିଁ। ଏବେ ଯାଇ ମଧ୍ୟାହ୍ନ ଭୋଜନ କରିବାକୁ ସମୟ ମିଳିଲା । ଆଜି ମଙ୍ଗଳବାର ନିରାମିଷ ଭୋଜନ। ଖରା ପାଇଁ ୪:୩୦ ରେ କ୍ଲାସ୍ ହେବ। ଅଧ ଘଣ୍ଟାଏ ସମୟ ଅଛି ହାତରେ। ୧/୨ ଜଣଙ୍କର କହିବି। ଜନ୍ମ ତାରିଖ ଓ ନାମ ଲେଖି ପ୍ରଶ୍ନ ପଚାର। ସମୟ କି ସ୍ଥାନ ଲେଖିବା ଦରକାର ନାହିଁ।
Tweet media one
45
1
193
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ହଠାତ୍ ଏବେ ଦେଖିଲି। ଆମ ଘରେ ଆଜି ସଂକ୍ରାନ୍ତି ହୋମ ର ଶିଖା ରେ ସଂକ୍ରାନ୍ତି ପୁରୁଷ । ଆପଣ ମାନେ ଦେଖି ପାରୁଛନ୍ତି କି ? ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ଭଗବତ୍ ବିଶ୍ୱାସ ଥିଲେ ନିଶ୍ଚୟ ଦେଖି ପାରିବେ । ॐ ସୂର୍ଯ୍ୟାୟ ନମଃ। ॐ ସଂକ୍ରାନ୍ତି ପୁରୁଷାୟ ନମଃ 🙏 👇👇
Tweet media one
22
5
191
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ଆଜି ଦିନ ରେ ଏତିକି ସୁନା ଅମଳ ହେଲା। ଏବେ ମୁଁ କ୍ଷୁଦ୍ର ଚାଷୀ ରେ ଗଣା ହେବି ତ ?😊😊
Tweet media one
15
3
191
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
4 months
ଶୁଭ ସନ୍ଧ୍ୟା। ମାତ୍ର ଅଧଘଣ୍ଟାଏ ଅର୍ଥାତ୍ ୧୦ ଟା ଯାଏ ସମୟ ଅଛି। ୧/୨ ଜଣ ଙ୍କର ସାଂଖ୍ୟ ଜ୍ୟୋତିଷ ଅନୁସାରେ ଗୋଟିଏ ଲେଖାଁଏ ପ୍ରଶ୍ନର ସମାଧାନ କହିବି। ଯଦି ବିଶ୍ୱାସ ଥାଏ ତେବେ ନିଜର ନାମ ଓ ଜନ୍ମ ତାରିଖ ସହ ପ୍ରଶ୍ନ କୁହନ୍ତୁ। ଜନ୍ମ ସମୟ କିମ୍ବା ଜନ୍ମ ସ୍ଥାନ କହିବା ଆବଶ୍ୟକ ନାହିଁ। ପ୍ରଥମେ ଆସିଥିବା ମେସେଜ୍ କୁ ଗୁରୁତ୍ଵ ଦେବି।
Tweet media one
51
1
188
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
Spent last few years together and miles to go together too.. May God keep us together till last breath... Love together ❤️ Live together 💖
34
0
192
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
@Gopi_KhataTweet କାରଣ ର ତର୍��� ବ୍ୟାପକ। ଯାହା ମୁଁ ମୋ ପିଲା ବେଳୁ ଶିକ୍ଷକ ମାନଙ୍କ ଠାରୁ ଶୁଣି ଆସିଛି ଓ ଦେଖି ଆସିଛି। ସାହିତ୍ୟ ଏକ ରଚନାତ୍ମକ ବିଷୟ। ଯେଉଁଥିରେ ଆହୁରି ଭଲ ଲେଖିବାର ଅବକାଶ ଥାଏ। ସରଳାର୍ଥ, ରଚନା ଓ ପ୍ରଶ୍ନୋତ୍ତର ଗୁଡ଼ିକ କେବେ ବି ୧୦୦% ହୋଇପାରେ ନାହିଁ। କେବଳ ବ୍ୟାକରଣ ବିଭାଗ ଟି ୧୦୦% ହୋଇପାରେ। ଏହା ମୋର ନିଜସ୍ବ ଅନୁଭୂତି।
22
3
183
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଆଜି ଆମ ଜୁଜୁ(ଜୟ ଆଦିତ୍ୟ) ର ଜନ୍ମ ଦିନ। ତାକୁ ଅନେକ ଅନେକ ଆଶୀର୍ବାଦ ଦିଅନ୍ତୁ ଯେମିତି ସେ ଭଲ ମଣିଷ ଟିଏ ହୋଇ ବଢିଉଠୁ।। ପ୍ରଭୂ ଜଗନ୍ନାଥ ତାକୁ ସେବା, ଭକ୍ତି,ଦାନ, ଜ୍ଞାନ ଆଦି ସତ୍ ଗୁଣରେ ଭରି ଦିଅନ୍ତୁ।🙏🙏🙏
Tweet media one
Tweet media two
32
1
185
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଏଇଟା କେଉଁ ମଞ୍ଜି? ଗାଁ ରେ ରହୁଥିବା ଲୋକମାନେ ସହଜରେ କହିପାରିବେ ।
Tweet media one
121
1
181
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ରାତ୍ରୀ ଭୋଜନ ସରିଲା। ଅଧଘଣ୍ଟାଏ ଚେଇଁବି ‌। ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ଦୁଇଜଣ ଙ୍କ ବିଷୟରେ କିଛି କହିପାରିବି। ଯଦି ବିଶ୍ୱାସ ଥାଏ, ତେବେ ନାମ ଓ ପ୍ରକୃତ ଜନ୍ମ ତାରିଖ ଲେଖନ୍ତୁ। ଆଧାର କାର୍ଡ ବା ସ୍କୁଲ ସାର୍ଟିଫିକେଟ ରେ ଥିବା ତାରିଖ ଲେଖନ୍ତୁ ନାହିଁ। ‌‌ ଏବେ ବି ଅନେକ ଭାଇ ଭଉଣୀ ସେୟା କରୁଛନ୍ତି।
Tweet media one
26
1
174
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଇଏ ଆମ ଭଦ୍ରକ, ଭଦ୍ରିକିଆ ଓ ଭଦ୍ରିକିଆ ରାମନବମୀ..…. Hows the Josh
@pani_patita
ପତିତପାବନ ପାଣି | Patitapaban Pani
3 months
ଭଦ୍ରକ ରାମ ନବମୀ 🚩🚩
2
5
84
15
5
164
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଏ ଅସହ୍ୟ ଖରା ରେ ଘର ଖୋଜି ଖୋଜି ସୁଦୂର ଯାଜପୁର ରୁ @Vikash06P ଭାଇ ଆସିଥିଲେ। ମୁଁ କେତେଦୂର ତାଙ୍କ ସମସ୍ୟା ର ସମାଧାନ କଲି, ତାହା ତ କହିପାରିବି ନାହିଁ। କିନ୍ତୁ ଟୁଇଟର୍ ରୁ ଅଜଣା ଅଶୁଣା‌ ମଣିଷ ମାନଙ୍କ ସହ ଜଣାଶୁଣା ମଣିଷ ଙ୍କ ପରି ସୁଖ ଦୁଃଖ ହୋଇ ବହୁତ ଭଲ ଲାଗିଲା। ସେ ଭାଇ ଦେଖିକି ଗଲେ, ସେ କହିପାରିବେ ମୁଁ କେତେ ବ୍ୟସ୍ତ ରହୁଛି।
Tweet media one
8
0
165
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ରାତି ୧ ଟା ବାଜିବାକୁ ମାତ୍ର ୧୫ ମିନିଟ୍ ବାକି ଅଛି। ନିଦ ବି ଆସିଲାଣି। ମାତ୍ର ଜଣଙ୍କର ଦେଖି ଶୋଇବାକୁ ଚାହୁଁଛି। ଯିଏ ଅନଲାଇନ୍ ଅଛ , ଯଦି ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ଥାଏ ତେବେ ନିଜର ନାମ ଓ ଜନ୍ମ ତାରିଖ ଲେଖନ୍ତୁ। ୨/୩ ଟି ପ୍ରଶ୍ନ ର ଉତ୍ତର ଦେବାକୁ ଚେଷ୍ଟା କରିବି।
Tweet media one
26
1
163
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ପିଲାଏ ଶୋଇଲେ। ୧୦/୧୫ ମିନିଟ୍ ଚେଇଁବି। ଜଣେ ଦୁଇଜଣଙ୍କ ବିଷୟରେ କିଛି କହିପାରିବି। ନିଜ ର ନାମ ଓ ଜନ୍ମ ତାରିଖ ଲେଖନ୍ତୁ ଓ ନିଜ ବିଷୟରେ ୨/୩ ଟି କଥା ଜାଣନ୍ତୁ।
Tweet media one
63
0
161
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ସକାଳୁ ସକାଳୁ ଖୁସି ଖବର ମିଳିଲା। ଟୁଇଟର୍ ର ଜଣେ ସାନଭାଇ @SunilParid52746 ଯିଏ ମୋ ଉପରେ ବହୁତ ଭରସା କରେ, ଚାକିରୀ ଟିଏ ପାଇଲା। ଆଜି ଚାକିରୀ ରେ ଯୋଗ ଦେବା ପୂର୍ବରୁ ମୋତେ ଜଣେଇ ଘରୁ ବାହାରିଲା। ଏହି ବିଶ୍ୱାସ ଓ ଭରସା ପାଇଁ ମୁଁ ୠଣୀ । ମୁଁ ତାର ସର୍ବବିଧ ଉନ୍ନତି ପ୍ରାର୍ଥନା କରୁଛି।
Tweet media one
12
0
163
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଗତକାଲି ରବିବାର ସତ୍ତ୍ୱେ ଅନେକ କାର୍ଯ୍ୟ ବ୍ୟସ୍ତ ରହିଲି। ତେଣୁ କାହାରି ଜାତକ ଦେଖି ପାରିନଥିଲି। ତେଣୁ ମୁଁ ଦୁଃଖିତ। ଆଜି ଚେଷ୍ଟା କରିବି କିଛି ଲୋକ ଙ୍କର ( ୧୦ ଜଣ) ଦେଖିବା ପାଇଁ। ଯେଉଁ ମାନେ ଅନ୍ ଲାଇନ୍ ଥିବେ ନିଜ ମେସେଜ କୁ ଆଉଥରେ‌ ପଠାଇ ଦିଅନ୍ତୁ ! ଦିନ ୧୦ ଟା ପରେ ଦେଖିବି।
Tweet media one
31
1
162
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ଶୁଭ ସକାଳ ର ଶୁଭେଚ୍ଛା ବନ୍ଧୁ ମାନେ। ଏବେ ସମୟ ଅଭାବ ଓ ତା ସହିତ ବାର୍ଷିକ ରାଶିଫଳ ଲେଖୁଛି। ତେଣୁ ଦୈନିକ ରାଶିଫଳ ଓ ଜ୍ୟୋତିଷ ତତ୍ତ୍ଵ ଲେଖି ପାରୁନାହିଁ। ବାର୍ଷିକ ରାଶିଫଳ ଲେଖା ସରିଲେ ଯାଇ ଜାତକ ଦେଖିବି ଓ ଦୈନିକ ରାଶିଫଳ ଲେଖିବି।ଜାତକ ଦେଖିପାରୁନଥିବା ରୁ ମୁଁ ଦୁଃଖିତ। ଆଶା କରୁଛି ଆପଣ ମାନେ ମୋ ସମସ୍ୟା ବୁଝିପାରୁଥିବେ। 🙏🙏🙏🙏
Tweet media one
5
1
164
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
4 months
ଶୁଭ ସନ୍ଧ୍ୟା X ବନ୍ଧୁ ମାନେ। ପରବର୍ତ୍ତୀ କ୍ଲାସ୍ ୬:୩୦ ପର୍ଯ୍ୟନ୍ତ ଅର୍ଥାତ୍ ୨୦ ମିନିଟ୍ ସମୟ ଅଛି। ଅତି ବେଶୀରେ ୨ ଜଣଙ୍କର କହିପାରିବି।‌କେବଳ ନାମ , ଜନ୍ମ ତାରିଖ ଓ ପ୍ରଶ୍ନ ଲେଖନ୍ତୁ। ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଭିତ୍ତିକ ଉତ୍ତର ବା ସମାଧାନ କହିବି।
Tweet media one
33
0
164
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ମୋ ଗେହ୍ଲା ସାନଭାଇ ସହ କିଛି ମୂହୁର୍ତ୍ତ ବିତେଇ ଆସିଲି। ତାକୁ ଚିହ୍ନିଛନ୍ତି କି କେହି ??😃
Tweet media one
14
0
161
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
କର୍କଟ ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ବର୍ଷ ଆରମ୍ଭରେ ବୃହସ୍ପତି ଦଶମ ଘରେ ଉପସ୍ଥିତ ରହି କ୍ୟାରିୟର ଏବଂ ପରିବାର ମଧ୍ୟରେ ସନ୍ତୁଳନ ସ୍ଥାପନ କରିବାରେ ତୁମକୁ ସାହାଯ୍ୟ କରିବେ। ମେ ମାସ ୨ ତାରିଖ ପରେ ସେ ଏକାଦଶ ଘରକୁ ଯିବେ । ତୁମର ଆୟ ବୃଦ୍ଧି ର ରାସ୍ତା ଖୋଲିବ।ଧାର୍ମିକ ବିଷୟ ପ୍ରତି ତୁମର ଆଗ୍ରହ ଜାତ ହେବ।
Tweet media one
21
11
163
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଭାବିଥିଲି ଆଜି ହୁଏତ ସମୟ ମିଳିଯିବ ଓ ଦୈନିକ ରାଶିଫଳ ଲେଖିବି। କିନ୍ତୁ ସମ୍ଭବ ହେଲା ନାହିଁ। ସୁଦୂର ଆନନ୍ଦପୁର ରୁ ବାଇକ୍ ଯୋଗେ ମୋ କୁଡିଆ ରେ ଆସି ପହଞ୍ଚିଲେ @sanjay889512460 । ଏ ଖରାରେ ତାଙ୍କ ପରିଶ୍ରମ ଓ ବିଶ୍ୱାସ ଦେଖି ସମୟ ଦେବାକୁ ପଡ଼ିଲା। ଈଶ୍ୱର ତାଙ୍କୁ ତାଙ୍କ ବିଶ୍ୱାସ ର ଫଳ ଦିଅନ୍ତୁ। 🙏🙏
Tweet media one
5
0
161
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ବିଛା ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ବିଛା ରାଶି ର ଲୋକଙ୍କ ପାଇଁ ନୂଆ ବର୍ଷ ନୂଆ ଆଶା ଆଣିବ ।ବର୍ଷ ଆରମ୍ଭରେ, ଶୁକ୍ର ଏବଂ ବୁଧ ତୁମ ରାଶି ରେ ରହି ତୁମକୁ ଖୁସି କରିବେ।ତୁମର ଆଚରଣ ଓ ତୁମ ବ୍ୟକ୍ତିତ୍ୱ ଆକର୍ଷଣର କେନ୍ଦ୍ରରେ ପରିଣତ ହେବ।ଲୋକମାନେ ତୁମ ଆଡକୁ ଆକର୍ଷିତ ହେବେ ।
Tweet media one
13
11
160
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ମଉସା ଉଠିଲେ ୟୁନିଟ୍ ୬ ଛକ ରୁ। ଯିବେ ଏ ଜି ଛକ ପର୍ଯ୍ୟନ୍ତ। ୫ ଟଙ୍କା ଟିଏ ବଢେଇ ଦେଲେ ମହିଳା କଣ୍ଡକ୍ଟର କୁ। ସେ କହିଲା "ମଉସା ୮ ଟଙ୍କା ଦିଅ " "କାହିଁକି, ମୁଁ ତ ସବୁଦିନେ ୫ ଟଙ୍କା ଦିଏ" "ମଉସା ଏଇଟା ଏସି ବସ୍। ୧୦‌ ଟଙ୍କା ସର୍ବନିମ୍ନ ଭଡା । କିନ୍ତୁ ଆପଣ ୬୦ ବର୍ଷ ରୁ ଉର୍ଦ୍ଧ୍ବ। ତେଣୁ ୮ ଟଙ୍କା। ଅନେକ ଯୁକ୍ତି ତର୍କ #ମୋ_ବସ_କାହାଣୀ
Tweet media one
12
8
156
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
My favourite breakfast is Dosa Sambar.. what is yours ?
Tweet media one
30
5
148
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ଇଂରାଜୀ ନବବର୍ଷ ୨୦୨୪ କୁ ସ୍ୱାଗତ କରୁଛି। ଯଦିଓ ଏହା ଆମ ସନାତନ ସଂସ୍କୃତିର ନବ ବର୍ଷ ନୁହେଁ, ତଥାପି ସାରା ବିଶ୍ବ ସହ କାନ୍ଧରେ କାନ୍ଧ ମିଳାଇ ଏହାକୁ ପାଳନ କରିବାର କ୍ଷମତା କେବଳ ଭାରତୀୟ ମାନଙ୍କ ପାଖରେ ଅଛି।‌ ଆଶା କରୁଛି ସମସ୍ତଙ୍କ ଆଗାମୀ ମୂହୁର୍ତ୍ତ ସୁଖ, ଶାନ୍ତି ଓ ସମୃଦ୍ଧି ଭରା ହେଉ। 💐🙏🙏🙏💐 #Welcome2024 #Welcome2K24
Tweet media one
7
2
152
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ପିଲାମାନେ ଶୋଇଲେ। ନିଦ ବି ଆସିଲାଣି। ମାତ୍ର ୧୫ ମିନିଟ୍ ବାକି ଅଛି। ୧/୨ ଜଣଙ୍କର ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭବିଷ୍ୟତ କହିବି। ମାତ୍ର ୧/୨ ଜଣଙ୍କର ସମ୍ଭବ ହେବ। ଯଦି ଭରସା ଥାଏ , ତେବେ ଜନ୍ମ ତାରିଖ ଓ ନାମ ଲେଖନ୍ତୁ। ବିଦ୍ର: ଦେଖୁ ଦେଖୁ ଶୋଇ ଯାଇପାରେ।
Tweet media one
39
2
149
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
15 days
ଶୁଭ ଦେବ‍ସ୍ନାନ ପୂର୍ଣ୍ଣିମା ର ଶୁଭେଚ୍ଛା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣା ରୁ ସମସ୍ତେ ଭଲରେ ରୁହନ୍ତୁ। ସମସ୍ତଙ୍କ ସତ୍ ମନସ୍କାମନା ପୂର୍ଣ୍ଣ ହେଉ। #ଜୟଜଗନ୍ନାଥ
5
1
151
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
Hi good evening.. ଝିଅ ଶୋଇଲା ଏବେ। ପୁଅ ଶୋଉଛି। ୧୫/ ୨୦ ମିନିଟ୍ ଫ୍ରି ଅଛି। ୧/୨ ଜଣଙ୍କ ବିଷୟରେ କିଛି କହିପାରିବି। ନାଁ ଓ ଜନ୍ମ ତାରିଖ ( ଅସଲି) ଲେଖନ୍ତୁ। ଯଦି ନ ଜାଣିଛନ୍ତି ତେବେ ଆଧାର କାର୍ଡ ବା ସ୍କୁଲ ସାର୍ଟିଫିକେଟ ତାରିଖ ଲେଖି ଅଯଥା ମୋର ଓ ନିଜର ସମୟ ନଷ୍ଟ କରନ୍ତୁ ନାହିଁ । କାରଣ ଭୁଲ prediction ହେବ।
Tweet media one
41
0
148
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ଆଜି ଏକ ଅଦ୍ଭୁତ ମାନସିକତା ଦେଖିଲି। ଗୋଟେ ଦିନ ମଜୁରିଆ ର ପୁଅ ଓ‌ ଗୋଟେ ବାପ ଛେଉଣ୍ଡ ଝିଅ ଠାରୁ ଟ୍ୟୁସନ୍ ଫି କମ୍ ନେଲି ବୋଲି ଜଣେ ସରକାରୀ ସ୍କୁଲ ଶିକ୍ଷକ ଯାହାର‌ ମାସିକ ଦରମା ପ୍ରାୟ ୫୫୦୦୦ ଟଙ୍କା ଆସି ଯୁକ୍ତି କଲା। ସେମାନଙ୍କର ଯଦି କମ୍ ତେବେ ମୋ ପୁଅ ର ଅଧିକ କାହିଁକି ? ମୁଁ କ'ଣ ଉତ୍ତର ଦେବା ଠିକ୍ ହେବ ?
Tweet media one
38
3
139
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
9 months
Happy International Girl Child Day ❤️❤️ Happy to be father of Gungun and Munmun ❤️❤️❤️ 🧑‍🍼🧑‍🍼🧑‍🍼 ବିଶ୍ୱ କନ୍ୟା ସନ୍ତାନ ଦିବସ ର ଶୁଭେଚ୍ଛା 👯👯👯
Tweet media one
13
0
141
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
13 days
I m available for half an hour. If you faith in numero astrology, then write your name and original date of birth here. No need of time or place of birth. I will try predict 2/3 things about you... #jayshreejagannath #astrology #numeroastrology #maabhadrakali
Tweet media one
102
1
147
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ତୁଳା ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ଏହି ବର୍ଷ ସାରା ତୁଳା ରାଶିର ଲୋକଙ୍କୁ କଠିନ ପରିଶ୍ରମ, ଦକ୍ଷତା ଏବଂ ସଚ୍ଚୋଟତା ଉପରେ ବିଶ୍ୱାସ କରିବାକୁ ପଡିବ କାରଣ ବର୍ଷ ଆରମ୍ଭରୁ ଶନି ବର୍ଷସାରା ତୁମ ପଞ୍ଚମ ଘରେ ରହିବେ ଓ ସେଠାରୁ ଥାଇ ତୁମର ସପ୍ତମ, ଏକାଦଶ ଓ‌ ଦ୍ୱିତୀୟ ଘର ଉପରେ ନଜର ରଖିବେ ।
Tweet media one
10
13
140
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
ॐ ନମଃ ଶିବାୟ 🚩ॐ କ୍ଷପାକରାୟ ନମଃ 🙏ଫେବୃଆରୀ ୧୨ ତାରିଖ ମାଘ ମାସ ୨୯ ଦିନ ମାସାନ୍ତ। ତୃତୀୟା ତିଥି ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର। ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ,ମକର, କୁମ୍ଭ ରାଶି ର ଚନ୍ଦ୍ର ଶୁଦ୍ଧି। ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର। ଦିନ ୧:୨୬ ପରେ ଧନୁ ରାଶି ର ଘାତ ଚନ୍ଦ୍ର। ପୋଟଳ ଓ ମୂଳା ଭକ୍ଷଣ ନିଷେଧ।
Tweet media one
4
3
142
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
ସକାଳ ୫:୩୦-୬:୩୦ ଘର ପାଖରେ ରାସ୍ତା ସଫେଇ। ଏଇଟା ମୋର #RozanaEkGhanta Inspired by Loki 🙂🙂
Tweet media one
Tweet media two
Tweet media three
Tweet media four
12
3
140
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
How many of us think that this is true ??? 👇👇
Tweet media one
25
8
131
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
19 days
ମୋ ପାଇଁ ଆଉ ଏକ ଖୁସିର ମୂହୁର୍ତ୍ତ। ଜଣେ ଭାଇ ମୋତେ ସାହାଯ୍ୟ ମାଗିଥିଲେ ତାଙ୍କ ମା ଙ୍କର ହଜିଥିବା କାନଫୁଲ ଖୋଜିଦେବା ପାଇଁ। ମୁଁ କହିଥିଲି ଯେ ତାହା ହଜି ନାହିଁ। ସେ ସେଦିନ ୧୨-୪ ଭିତରେ ଯେଉଁଠି ଥିଲେ , ସେଇଠି ଖୋଲି ରଖିଛନ୍ତି। ଖୋଜିଲେ ମିଳିଯିବ। କିନ୍ତୁ ତା ପରଦିନ ସେ ସେଇଠୁ ପାଇଲେ। ସତରେ ଏହା ଖୁସି ର କଥା ମୋର ପାଇଁ।
Tweet media one
Tweet media two
Tweet media three
14
1
140
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
Aerial view of Ram mandir of Bhubaneswar... Just mesmerizing view.. Jay Shree Ram 🙏🙏
Tweet media one
2
7
140
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ଓଡ଼ିଶା ର ସମସ୍ତ ଚାଷୀ ପୁଅ ଙ୍କୁ ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଓ ଅଭିନନ୍ଦନ 💐। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନଯାତ୍ରା ଅବସରରେ ସମସ୍ତ ଭକ୍ତ ମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା।🙏🙏 ସକାଳୁ ଉଚିତ ସମୟରେ ୭:୩୭-୮:୩୧ ମଧ୍ୟରେ ଅକ୍ଷି ମୁଠି ବାହି ନୂଆ ଧାନ ବୁଣି ଆସିଲି।
Tweet media one
4
2
140
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ॐ ଘୃଣି ଆଦିତ୍ୟାୟ ନମଃ 🙏 ଦୁଇଦିନ ହେଲା କାର୍ଯ୍ୟବ୍ୟସ୍ତ ଏତେ ଯେ ଦ��ନିକ ରାଶିଫଳ ଲେଖିବାକୁ ସମୟ ପାଉନାହିଁ। ଆଜି କି ଭାଗ୍ୟ ମୋର। ପ୍ରିୟ ସାନଭାଇ @pani_patita ଆସି ମୋ କୁଡ଼ିଆ ରେ ପହଞ୍ଚିଗଲେ "ଗୈାରୀପ୍ରଭା" ମ୍ୟାଗାଜିନ୍ ଟିଏ ହାତରେ ଧରି। କ୍ଲାସ୍ ରେ ଥିଲି। ତେଣୁ ଅଳ୍ପ ସମୟ ବସି ସୁଖଦୁଃଖ ହେଇ ପାରିଲୁ। ତଥାପି ମନ ଖୁସି ହେଇଗଲା ।
Tweet media one
5
1
139
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଝିଅ ଶୋଇଲା। ପୁଅ ଶୋଇନି। ମୋ ପାଖରେ ବସି ଖେଳୁଛି। ୩୦ ମିନିଟ୍ ପ୍ରାୟ ମିଳିବ। ଜଣେ ଦୁଇଜଣ ଙ୍କ ବିଷୟରେ ସାଂଖ୍ୟ ଜ୍ୟୋତିଷ ଅନୁସାରେ କିଛି କହିବି। ଯଦି ବିଶ୍ୱାସ ଥାଏ ତେବେ ନିଜ ନାମ ସହ ଅସଲି ଜନ୍ମ ତାରିଖ ଲେଖ । ସ୍କୁଲ ଜନ୍ମ ତାରିଖ ବା ଆଧାର କାର୍ଡ ରେ ଥିବା ନକଲି ଜନ୍ମ ତାରିଖ କହିଲେ କିଛି ଲାଭ ନାହିଁ। ସବୁ ଭୁଲ୍ ହେବ।
Tweet media one
90
1
138
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ଆଜି ପିଲା ମାନଙ୍କର test ଚାଲିଛି। ତେଣୁ ଟିକେ ଫ୍ରି ଅଛି। ମଝିରେ ମଝିରେ ୨/୩ ଜଣଙ୍କର କହି ପାରିବି। ଯଦି କେହି ବିଶ୍ୱାସ ର ସହ ଅପେକ୍ଷା କରିଛନ୍ତି, ତେବେ ନିଜର ନାମ ଓ ପ୍ରକୃତ ଜନ୍ମ ତାରିଖ ଲେଖନ୍ତୁ । ସମୟ ମିଳିଲେ ନିଶ୍ଚୟ କହିବି।
Tweet media one
73
1
136
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ମିଥୁନ ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ମିଥୁନ ରାଶି ରେ ଗ୍ରହମାନଙ୍କର ସ୍ଥିତି ଅନୁସାରେ ବର୍ଷର ଆରମ୍ଭ ତୁମ ପାଇଁ ଅନୁକୂଳ ହେବ। ବୃହସ୍ପତି ଏକାଦଶ ଘରେ ରହି ଅନେକ ସଫଳତା ପ୍ରଦାନ କରିବେ । ଏହା ଆର୍ଥିକ ଦୃଷ୍ଟିରୁ ବହୁତ ଶକ୍ତି ଯୋଗାଇବ । ପ୍ରେମ ସଂପର୍କରେ ମଧ୍ୟ ପ୍ରେମ ବୃଦ୍ଧି ପାଇବ ।
Tweet media one
17
6
136
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ତୁଳା ରାଶି ୨୦୨୩ ବାର୍ଷିକ ରାଶିଫଳ 💐 ତୁଳା ଚିହ୍ନରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ନୂତନ ବର୍ଷ ଆରମ୍ଭରେ ଘର କିମ୍ବା ସେମାନଙ୍କ ସ୍ୱପ୍ନର କାର କିଣିବାର ସୁଯୋଗ ପାଇପାରନ୍ତି | ତୁମର ଧନ ମଧ୍ୟ ବୃଦ୍ଧି ପାଇବ ଏବଂ ତୁମେ ବହୁତ ପରିଶ୍ରମ କରିବ | ଜାନୁଆରୀ ୧୭ ରେ, ତୁମର ଯୋଗ କାରକ ଗ୍ରହ ଶନି ତୁମର ଚତୁର୍ଥ ଘର ଛାଡି ପଞ୍ଚମକୁ ଯିବେ।
Tweet media one
15
9
137
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ଜନ୍ମ ଦିନରେ କେକ୍ କଟା ନହେଲା ନାହିଁ, ପ୍ରିୟ ଦୋଷା ମିଳିଗଲା। ଧନ୍ୟବାଦ ଘରଣୀ ଯିଏ ମୋ ମନ ବୁଝି କରିଛି। ଦୋଷା ,ସାମ୍ବର ସହ ସୋନପାପଡି 👌👌
Tweet media one
17
0
130
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଓଡ଼ିଶାରେ ସର୍ବ ପ୍ରଥମେ ଲିଙ୍ଗରାଜ ମନ୍ଦିର ରେ ମହାଦୀପ ଉଠେ ଓ ସର୍ବ ଶେଷରେ ଆରଡିଶ୍ୱର ବାବା ଆଖଣ୍ଡଳମଣି ଙ୍କ ର ମହାଦୀପ। ଆଉ ଠିକ୍ ମଝି ସମୟରେ ବାବା ବକୁଳେଶ୍ୱର ଙ୍କର ମହାଦୀପ। ଦର୍ଶନ କରି ସାରି ନିର୍ଜଳା ବ୍ରତ ଉଦଯାପନ କଲି। ଏତେ ବେଳେ ଯାଇ ଟିକେ ଦୂର୍ବଳ ଲାଗୁଛି। ଶୋଇବାକୁ ଯାଉଛି। ଶୁଭ ରାତ୍ରୀ। ॐ ନମଃ ଶିବାୟ 🙏🙏
4
1
136
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
କନ୍ୟା ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ଏହି ବର୍ଷ ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ଅନୁଯାୟୀ ତୁମ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ।ବର୍ଷ ଆରମ୍ଭରୁ ଶନି ଷଷ୍ଠ ଘରେ ଉପସ୍ଥିତ ରହିବେ ଓ ଅଷ୍ଟମ ଏବଂ ଦ୍ୱାଦଶ ଘରକୁ ମଧ୍ୟ ଦୃଷ୍ଟି ଦେବେ। ତେଣୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ।
Tweet media one
18
11
132
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ଶୁଭ ସନ୍ଧ୍ୟା। ଆଜି ପିଲା ଦୁହେଁ ଶୋଇଗଲେ। ତେଣୁ ବହୁତ ଦିନ ପରେ ଅଧ ଘଣ୍ଟାଏ ମିଳିଛି ଜଣେ ଦୁଇଜଣ ଙ୍କ ବିଷୟରେ କିଛି କହିପାରିବି। ଯଦି ସାଂଖ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ଥାଏ ଓ ନିଜର ପ୍ରକୃତ ଜନ୍ମ ତାରିଖ ଜାଣି ଥାଅ, ତେବେ ଏଇଠି ଲେଖ। କେବଳ ନାମ ଓ ଜନ୍ମ ତାରିଖ। ଗୋଟିଏ ପ୍ରଶ୍ନ ମଧ୍ୟ ଲେଖିବ‌‌।
Tweet media one
51
0
134
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ବହୁତ ଦିନରୁ ଚେଷ୍ଟା କରୁଥିଲି ମେଷ ଆଦି ଦ୍ୱାଦଶ ରାଶି ମାନଙ୍କର ୨୦୨୪ ବାର୍ଷିକ ରାଶିଫଳ ଲେଖିବାପାଇଁ କିନ୍ତୁ ସମୟ ପାଉନାହିଁ। ବାଧ୍ୟ ହୋଇ ରାତି ଅନିଦ୍ରା ହୋଇ ଲେଖିବି ବୋଲି ଭାବୁଛି। କିନ୍ତୁ ମୋ ପରିଶ୍ରମ କେତେଦୂର ସଫଳ ହେବ ଜାଣିନି। ସବୁ ଈଶ୍ୱର ଙ୍କ ଇଚ୍ଛା। #ରାଧେକୃଷ୍ଣ #radhekrishna
Tweet media one
5
2
134
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
26 days
ॐ ନମଃ ଶିବାୟ 🙏 ॐ ଅଙ୍ଗାରକାୟ ନମଃ 🚩 ସମସ୍ତଙ୍କୁ ପବିତ୍ର ଶ୍ରୀ ଶିବ ବିବାହ ଉତ୍ସବ ର ଶୁଭେଚ୍ଛା ଓ ଅଭିନନ୍ଦନ। ବାରିକ ଛକ ସ୍ଥିତ ଶିବ ମନ୍ଦିର ରେ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହେବ।ଆମର ଏଥର ବରପକ୍ଷ। ତେଣୁ ସମସ୍ତ ଶିବ ଭକ୍ତ ମାନଙ୍କୁ ଶିବ ଙ୍କ ବିବାହ ଶୋଭାଯାତ୍ରା ରେ ଯୋଗ ଦେଇ ପ୍ରସାଦ ସେବନ କରିବାକୁ ନିମନ୍ତ୍ରଣ ରହିଲା 🙏🙏।
Tweet media one
8
1
134
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଆଜି ଚାଲିଛି ଅଷ୍ଟପ୍ରହରୀ ନାମଯଜ୍ଞ 🙏 ସକାଳ ୫ ଟା ରୁ ଅଧିବାସ ସହ ମହାମନ୍ତ୍ର ଜପ। ସନ୍ଧ୍ୟା ବେଳକୁ ପ୍ରାୟ ୧୨୦୦ ରୁ ୧୫୦୦ ଲୋକ‌ ଙ୍କ ପାଇଁ ପ୍ରସାଦ ସେବନ ଓ ଭୋଜନ ର ଆୟୋଜନ ହେଇଛି। ଆଖପାଖ ରେ ଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ସାଦର ନିମନ୍ତ୍ରଣ। ସନ୍ଧ୍ୟା ୭ ଟାରୁ ୧୦ ଭିତରେ ଆସନ୍ତୁ ଆମ ସଂକୀର୍ତ୍ତନ ମଣ୍ଡପ କୁ। 🙏🙏🙏
Tweet media one
5
0
134
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ମୀନ ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ଏହି ବର୍ଷ ମୀନ ରାଶି ର ଲୋକଙ୍କ ପାଇଁ ଭଲ ଆଶା ଓ ସ୍ୱପ୍ନ ଆଣିବାକୁ ଯାଉଛି।ବୃହସ୍ପତି, ତୁମ ରାଶିରେ, ବର୍ଷ ଆରମ୍ଭରୁ ଦ୍ୱିତୀୟ ଘରେ ରହିବେ ଓ ତୁମର ଧନ ଓ ପରିବାର କୁ ସୁରକ୍ଷା ଦେବେ। ତୁମର କଥାବାର୍ତ୍ତା ରେ ମଧୁରତା ବଢିବ ଯାହା ତୁମର ଲୋକମାନଙ୍କ ସହ ସମ୍ପର୍କକୁ ଦୃଢ କରିବ।
Tweet media one
8
16
132
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ବଡ଼ ପୁଅ ସିନା, ବୁଢ଼ା ହେଲିଣି। ପ୍ରଥମାଷ୍ଟମୀ କ'ଣ? କିନ୍ତୁ ବୋଉ ମନ‌ ବୁଝୁଛି କେଉଁଠୁ। ତା ପାଇଁ ତ ମୁଁ ଏବେବି ସାନ‌ ପିଲା ଟେ। ସକାଳୁ ବାଧ୍ୟ କରି‌ ପଠାଇଲା । ନୂଆ କଣ ଗୋଟେ ଆଣିବୁ। ପ୍ୟାଣ୍ଟ୍ ଟେ ଆଣି ପିନ୍ଧି ପକେଇ ମୁଣ୍ଡିଆ ଟିଏ‌ ମାରି‌ଦେଲା ପରେ ତା ମୁହଁ ରେ ଚେନାଏ ହସ ଖେଳିଗଲା।‌ କହିଲା " ବୁଢ଼ା ଟେ ହେଇଥା".. ମୁଁ ହସିଲି।
Tweet media one
19
0
131
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 month
ଆସନ୍ତା ୪ ତାରିଖ ରାତି ୩:୦୪ ପରେ ବୃଷ ରାଶି ର ପଞ୍ଚଗ୍ରହ କୁଟ ଆରମ୍ଭ ହେବ। ଏହା ର ଶୁଭ ଅଶୁଭ ଫଳ ଓ ପ୍ରତିକାର ବିଷୟରେ ଲେଖିବି ଜାଣିବାକୁ ଚାହୁଁଥିଲେ ଅନୁସରଣ କରି ଧୈର୍ଯ୍ୟ ର ସହ ଅପେକ୍ଷା କରିବେ।🙏🙏
Tweet media one
15
4
132
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ରାତିରେ ଏକ ତୃପ୍ତିର ନିଦ ଶୋଇଲି। X ରେ ଜଣେ ସାନଭାଇ @PratyushNanda19 ଙ୍କର apple laptop ଟିଏ ମାର୍ଚ୍ଚ ୨୯ ତାରିଖ ଦିନ ଟ୍ରେନ୍ ରେ ହଜିଯାଇଥିଲା। ସେ ସନ୍ଦେହ ରେ ଥିଲା ଯେ ଏହା ଚୋରି ହେଇଯାଇଛି ନାଁ ଛାଡ଼ି ଆସିଛି। ମୋର କିନ୍ତୁ ବିଶ୍ୱାସ କହିଲା ଯେ ସେ ଛାଡି ଆସିଛି। ତେଣୁ RPF ରେ FIR କରିବା ପାଇଁ କହିଲି। ଯାହା ହେଉ ସେ ପାଇଗଲା।
Tweet media one
Tweet media two
Tweet media three
Tweet media four
8
2
131
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ଏତେ ବ୍ୟସ୍ତ ଯେ ଖାଇବାକୁ ବି ସମୟ ମିଳୁନାହିଁ। ଅପରାହ୍ନ ୩:୧୦ ରେ ମଧ୍ୟାହ୍ନ ଭୋଜନ କରିବାର ସୁଯୋଗ ମିଳିଲା। ଆଜିକାଲି ଅଳ୍ପକେ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଗୃହିଣୀ ମାନେ ଆମ ଅପେକ୍ଷା ପିଲା ମାନଙ୍କୁ ବେଶୀ ଗୁରୁତ୍ବ ଦେଉଛନ୍ତି 😊😊 ଭଦ୍ରକ ର ଗାଉଁଲି ଖାଦ୍ୟ 👇 ବିଶେଷ ଖାଦ୍ୟ ଟି କଣ କହିବେ ।
Tweet media one
3
1
131
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
10 months
ଆଜିର ମଧ୍ୟାହ୍ନ ଭୋଜନ, ଟିକେ ଡେରିରେ ହେଲା। ଗରିବ ପେଟ କୁ ଗାଉଁଲି ସ୍ୱାଦ ମିଳିଗଲା 😊😊 ତେଣୁ ପେଟେ ଠୁଙ୍କି ଦେଲି। କହିଲେ ଦେଖି ସେ ଗାଉଁଲି ଖାଦ୍ୟ ଟା କଣ ?😊😊
Tweet media one
17
3
130
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ଜୟ ଶ୍ରୀ ରାମ 🙏🙏 ନିମନ୍ତ୍ରଣ ପହଞ୍ଚିଲା।
Tweet media one
Tweet media two
4
2
130
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ଆଜି ମୋ ଘରେ ଦେଖି କରିବାକୁ ଆସିଲେ @Brajes_OdiaToka । ଧନ୍ୟବାଦ। ବ୍ୟସ୍ତତା ଭିତରେ ରହି ତାଙ୍କ ଜାତକ ଟି ଦେଖି ପାରିନଥିଲି। କିନ୍ତୁ ସେ ପଚାରି ପଚାରି ମୋ ଘର‌କୁ ଚାଲି ଆସିଲେ। ବହୁତ ଖୁସି ଲାଗିଲା। ଜ୍ୟୋତିଷ ଶାସ୍ତ୍ର ଉପରେ ଅଗାଧ‌ ବିଶ୍ୱାସ ତାଙ୍କୁ ମୋ ପାଖକୁ ଟାଣି ଆଣିଲା।
Tweet media one
4
1
130
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
5 months
ସରସ୍ୱତୀ ପୂଜା ଥିଲା।ବହୁତ ବ୍ୟସ୍ତ ଭିତରେ ଦୁଇଦିନ ହେଲା ରାଶିଫଳ ଲେଖିପାରିନାହିଁ। କାହିଁକି ଲେଖିନାହିଁ ବୋଲି ଅନେକ ଲୋକ DM ଓ WhatsApp ରେ ପଚାରିଛନ୍ତି। ଏଥିରୁ ମୁଁ ଜାଣିପାରିଲି ଯେ ମୁଁ ଲେଖୁଥିବା ରାଶିଫଳ ପାଇଁ କେତେ ଲୋକ ପ୍ରତିଦିନ ଅପେକ୍ଷା କରୁଛନ୍ତି। ଧନ୍ୟବାଦ ସମସ୍ତଙ୍କୁ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ କରୁଥିବାରୁ।
Tweet media one
8
0
128
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ॐ ରୋହିଣେୟାୟ ନମଃ 🙏 ଆସନ୍ତା କାଲି ଅପ୍ରେଲ ୧୭ ତାରିଖ ବୈଶାଖ ସୈାର ମାସ ୫ ଦିନ ଶୁକ୍ଳ ନବମୀ ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର। ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା,ମକର, କୁମ୍ଭ, ମୀନ ରାଶି ର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର ନାହିଁ। ଆମିଷ,ଲାଉ,କଖାରୁ,କଳମ ଶାଗ ଭକ୍ଷଣ ନିଷେଧ।କାଳବେଳା ସକାଳ ୮:୨୦-୯:୫୩।ବାରବେଳା ୧୧:୨୮-୧:୦୨।
Tweet media one
6
1
129
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
Bless my Son and Daughter, ମୋ‌ ପୁଅ ଝିଅ ଙ୍କୁ ସ୍ନେହ ଓ ଆଶୀର୍ବାଦ ଦିଅ
Tweet media one
40
0
129
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
3 months
ଅମିତ୍ ଙ୍କ ଧୈର୍ଯ୍ୟ ଓ ବିଶ୍ୱାସ ମାନିବାକୁ ପଡ଼ିବ।ଏ ଟାଣ ଖରା ରେ କାଲି ଏତେ ଦୂର ଆସି ନିରାଶ ହୋଇ ଫେରି ଯାଇଥିଲେ।ଆଜି ପୁଣି ସକାଳୁ ଘରୁ ବାହାରି ମୋ ଘରେ ୯:୩୦ ରେ ପହଞ୍ଚିଗଲେ। ଗତକାଲି ର ମନ ର ବୋଝ ଟିକେ ହାଲକା ହେଇଗଲା। ସେ କେତେଦୂର ତାଙ୍କ ବିଶ୍ୱାସର ଫଳ ପାଇଲେ, ସେ କଥା ସେ ହିଁ କହିପାରିବେ।ମୋତେ କିନ୍ତୁ ଆତ୍ମତୃପ୍ତି ମିଳିଲା।
Tweet media one
6
1
128
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
4 months
୫ ଦିନ ପରେ ପିଲା ଦୁହିଁଙ୍କ ଜନ୍ମ ଦିନ ର କିଛି ଫଟୋ ପୋଷ୍ଟ କରୁଛି । ବଡ଼ ପୁଅ ସାନ ପୁଅ ଓ ସାନ ଝିଅ ବଡ଼ ଝିଅ।
Tweet media one
Tweet media two
10
1
128
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
କର୍କଟ ରାଶି ପାଇଁ ବାର୍ଷିକ ରାଶିଫଳ ଲେଖା ସରିଲା।ରାତି ପାହି ଆସିଲାଣି। ହାତ ରେ ମାତ୍ର ୧ ଘଣ୍ଟା ଅଛି। ୫:୩୦ ରେ ଉଠିବି।ଯାଉଛି ଟିକେ ଶୋଇପଡେ। ଶୁଭ ରାତ୍ରୀ/ ଶୁଭ ପ୍ରତ୍ୟୁଷ ବନ୍ଧୁ ମାନେ। ❤️❤️❤️❤️
9
3
126
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
6 months
ବୃଷ ରାଶି ପାଇଁ ୨୦୨୪ ର ବାର୍ଷିକ ରାଶିଫଳ 👇 ବୃଷ ରାଶିଫଳ ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରେ ବୃହସ୍ପତି ଦ୍ୱାଦଶ ଘରେ ରହିବେ । ଖର୍ଚ୍ଚ ବଢିବ କିନ୍ତୁ ତୁମେ ଧାର୍ମିକ କାର୍ଯ୍ୟକଳାପ ଓ ଭଲ କାର୍ଯ୍ୟରେ ମଧ୍ୟ ଖର୍ଚ୍ଚ କରିବ।। ମେ ମାସ ୧ ତାରିଖ ପରେ ବୃହସ୍ପତି ବୃଷ ରାଶି କୁ ଆସିବେ | ସେତେବେଳେ ଏହି ସମସ୍ୟାଗୁଡ଼ିକ ହ୍ରାସ ପାଇବ ।
Tweet media one
6
9
125
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ପଞ୍ଜୁରୀରେ ନୂଆ ଶୁଆ ଶାରୀ ଯୋଡ଼ି ଓ ସେମାନଙ୍କ ସହ ମୁଁ। ବହୁତ ସୁନ୍ଦର ଯୋଡ଼ି। ଈଶ୍ୱର ତାଙ୍କୁ ସଦା ସୁଖୀ ରଖନ୍ତୁ 🙏💐💐🙏 @RoyalTea_07 @TRachna_11
Tweet media one
5
0
124
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ମୋ ଭଣଜା ତିହିଡ଼ି CRS ହାଇସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଷେକ ବିଶ୍ୱାଳ ବ୍ଲକ୍ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ଗଳ୍ପ ଲିଖନ ପ୍ରତିଯୋଗିତା ରେ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ଗଳ୍ପ ଲିଖନ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ମୁଁ ବହୁତ ଖୁସି। ଆପଣ ମାନେ ମଧ୍ୟ ଆଶୀର୍ବାଦ କରନ୍ତୁ କି ସେ ଭଦ୍ରକ ଜିଲ୍ଲାର ମାନ ରଖୁ । 💐💐💐💐💐
Tweet media one
15
2
125
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ଖୁସି ର କଥା। ଆମ ପରିବାରକୁ ନୂଆ ସଦସ୍ୟା ର ଆଗମନ । ମାର୍ଗଶିର ମାସରେ ଲକ୍ଷ୍ମୀ ଆସିଛନ୍ତି। ସାନଭାଇ ର ଝିଅ ଟେ ହେଇଛି । 🕺🕺🕺🕺🎊🎊
Tweet media one
15
0
122
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 years
ବିତି ତ ଗଲାଣି ଦ୍ୱାଦଶ ବରଷ, ଜୀବନ ବି ବିତି ଯିବ, ସୁଖ ହେଉ ଦୁଃଖ,ଝଡ ହେଉ ଝଞ୍ଜା , ସାଥେ ସାଥେ ସଦା ଥିବ।। ନିଜ ସହଧର୍ମିଣୀ ଙ୍କୁ ବିବାହ ବାର୍ଷିକୀ ର ଶୁଭେଚ୍ଛା। ତତ୍ ସହିତ ଆମ ଦୁହିଁଙ୍କ ପାଇଁ ଆପଣ ସମସ୍ତଙ୍କର ସ୍ନେହ, ଆଶୀର୍ବାଦ ଓ ଭଲ ପାଇବା ଲୋଡ଼ା !! 🎉🎉💐💐🌹🌹🎉🎉 @Kalpana525 @soumyasikuliku @sushamabuda
Tweet media one
40
1
119
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ରାସ୍ତା ରେ ଛିଡ଼ା ହୋଇଥିଲି। ଜୁଜୁ କହିଲା ବାବା କଣ ବାସୁଛି। ମୁଁ ଶୁଙ୍ଘିଲି। ବାସ୍ନା ଟା ଚିର ପରିଚିତ ଲାଗିଲା। ଦାଆ ଟିଏ ଆଣିଲି। ହାତରେ ଚିପି ଗୋଟିଏ କାଟି ଆଣିଲି। ବୋଉ କୁ କହିଲି ଖୋଲିଦେବା ପାଇଁ। ଆହା କି ବାସ୍ନା। ପେଟ ଭରି ଖାଇଲି।
Tweet media one
Tweet media two
Tweet media three
6
0
122
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଆଜି ଏକ ନୂଆ ଅନୁଭୂତି ହେଲା। ଜଣେ ଝିଅ ଅନୁସରଣ କରି ନିଜର ବିବାହ ଓ ଚାକିରୀ ବିଷୟରେ ପ୍ରଶ୍ନ ପଚାରିଲା। ସାଂସାରିକ ସମସ୍ୟା ଭିତରେ ବି ସମୟ ବାହାର କରି ଉତ୍ତର ଦେଲି। ଉତ୍ତର ପାଇସାରିବା ପରେ unfollow ଆଉ block କରିଦେଲା। ଧନ୍ୟ କହିବ ମଣିଷ ର ସ୍ୱାର୍ଥପରତା ଓ କୃତଘ୍ନ ବ୍ୟବହାର କୁ। ଶୁଭ ରାତ୍ରୀ। #ଜୟ_ଜଗନ୍ନାଥ #ସ୍ୱାର୍ଥପର_ମଣିଷ
26
2
124
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
2 months
ମୁଁ ଆଜି ପୁରାପୁରି ବ୍ୟସ୍ତ ଅଛି। ସମୟ ମିଳିଲେ ନିଶ୍ଚୟ ଜାତକ ଦେଖିବି, ଯେଉଁ ମାନେ DM କରିଛନ୍ତି। ମୋ ପାରିଶ୍ରମିକ ହେଉଛି ବିଶ୍ୱାସ ଓ ଧୈର୍ଯ୍ୟ। ବା୍ଧ୍ୟ କଲେ ମୁଁ ଦେଖିବିନି।ଅପେକ୍ଷା କରିବେ ତ ଦେଖିବି। ଯଦି ବିଶ୍ୱାସ ନାହିଁ ତେବେ ନିଜ ନିଜ ମେସେଜ୍ ଡିଲିଟ୍ କରି ଦିଅ। କିନ୍ତୁ ଏଣୁତେଣୁ ଲେଖି ମୋତେ ଡିଷ୍ଟର୍ବ କର ନାହିଁ। Please 🙏🙏
Tweet media one
20
0
121
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ଘରଣୀ ପୁରି ତରକାରୀ କରିଥିଲେ। ମୁଁ ��ହିଲି ଏତେ ତେଲ ଅଛି ପୁରି ରେ। ମୁଁ ଖାଇବିନି। ମୋତେ କିଛି ତେଲ ନଥିବା ଖାଦ୍ୟ ଦିଅ। ମୁଁ ଭାବିଲି ଇଡଲି କରିଦେବେ। ଘରଣୀ କହିଲେ ହଉ ଦେଉଛି ତେଲ ବିହୀନ ଖାଦ୍ୟ। ତାପରେ ଆଣି ବସେଇ ଦେଲେ 👇
Tweet media one
18
0
123
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
1 year
ମୋ ଭଣଜା ପିକୁନୁ (ଅବିନାଶ ବିଶ୍ୱାଳ) ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ୯୧.୧୬ ପ୍ରତିଶତ ମାର୍କ ରଖି ସଫଳତା ର ସହ ଉତ୍ତୀର୍ଣ୍ଣ ହେଇଛି । ତାକୁ ଅନେକ ଅନେକ ଆଶୀର୍ବାଦ ଦିଅନ୍ତୁ, ସେ ଯେମିତି ତାର ଭବିଷ୍ୟତ ର‌ ସ୍ୱପ୍ନ ସଫଳ‌ ହେଉ।। 💐💐💐💐 #Bseodisha_10thboardexam_result #10thresult2023 #OdishaMatricResults
Tweet media one
21
0
122
@Viswanath507480
🇮🇳 Tr. Viswanath विश्वनाथ ବିଶ୍ବନାଥ
4 months
ॐ ନବଗ୍ରହାୟ ନମଃ 🙏 ମୁଁ ଏବେ ଅଳ୍ପ ସମୟ ପାଇଁ ଉପଲବ୍ଧ ଅଛି। ଯଦି କେହି କିଛି ପଚାରିବାକୁ ଚାହେଁ, ତେବେ ଏଇଠି ପଚାର । ମୁଁ ଉତ୍ତର ଦେବାପାଇଁ ଚେଷ୍ଟା କରିବି।
79
3
123