![I & PR Department, Odisha Profile](https://pbs.twimg.com/profile_images/1631267961611882498/iSaJ5Y7b_x96.jpg)
I & PR Department, Odisha
@IPR_Odisha
Followers
781K
Following
2K
Statuses
19K
Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର
Bhubaneswar
Joined June 2016
କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଭାରତ ବନାମ୍ ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍ ଅବସରରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ @ImRo45 ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ: #INDvENG #Cuttack #BarabatiStadium
7
8
148
ମାନ୍ୟ��ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସୁଭଦ୍ରା ଯୋଜନାରେ ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ପୂର୍ବରୁ ୩ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ, ଆଜିକୁ ମିଶାଇ ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳା #ସୁଭଦ୍ରା ଯୋଜନାରେ ସହାୟତା ପାଇଲେ। ଯାଜପୁର ଠାରେ ଆୟୋଜିତ ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, #ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। #ବିକଶିତଓଡ଼ିଶା
8
8
174
କ୍ୟାବିନେଟ୍ ନିଷ୍ପତ୍ତି | ଅନ୍ତୋଦୟ ଗୃହ ଯୋଜନା ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନା'ର ମୂଳ ଲକ୍ଷ୍ୟ। ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀ, (ଶୌଚାଳୟର ଅଞ୍ଚଳକୁ ହିସାବକୁ ନ ନେଇ) ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ। ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ଅନ୍ୟୁନ୍ୟ ୨, ୨୫,୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ। ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି। ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି। ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ମାନେ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
3
14
196
RT @MohanMOdisha: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରେରଣା ଦେବା ସହ ସେମାନେ କିଭଳି ଭାବେ ଚିନ୍ତାମୁକ୍ତ ରହି ପରୀକ୍ଷାକୁ ସାମ୍ନା କରିବେ ସେ ସମ୍ପର୍କରେ ସୁନ୍ଦର…
0
35
0
RT @CMO_Odisha: ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜିକରଣ ଜାରି ରହିଛି। ଚାଷୀମାନେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ୟାମ୍ପ, କୃଷକ ରେଜିଷ୍ଟ୍ରି ପୋର୍ଟାଲ୍ (http…
0
43
0
RT @CMO_Odisha: Hon'ble Chief Minister Shri @MohanMOdisha engages in discussion with the members of 16th Finance Commission, led by Chairma…
0
32
0
RT @CMO_Odisha: 'ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ମଜଭୁତ କରିଛି। ଏହି ଯୋଜନାର ସଫଳ ରୂପାୟନ ବଳରେ ରାଜ୍ୟରେ ପ୍ରଗତି…
0
41
0
RT @CTOdisha: #ComeHomeSafe with @odishayatri Experience safe & secure journeys with @odishayatri, an initiative by Government of Odisha d…
0
16
0
ଉତ୍କଳର ପରିଚୟ ଓ ପ୍ରତିଷ୍ଠାର ପୁନରୁଦ୍ଧାର ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନବ୍ୟାପି ସାଧନାର ଲକ୍ଷ୍ଯ। ସେଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧୁବାବୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭାରେ ବିଶିଷ୍ଟ ଅତିଥିଗଣ ଏଭଳି ମତବ୍ୟକ୍ତ କରିଛନ୍ତି। ଜୟଦେବ ଭବନରେ ଆୟୋଜିତ ଏହି ସଭାରେ ମଧୁବାବୁଙ୍କ ଜୀବନାଦର୍ଶ ତଥା ଓଡ଼ିଆ ଜାତି ପ୍ରତି ଅବଦାନ ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ। #ବରପୁତ୍ର #ମଧୁବାବୁ
0
1
108
RT @CMO_Odisha: ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ପଦକ୍ଷେପ। ବିଭିନ୍ନ ପରିସ୍ଥିତିରେ ଲୋ…
0
57
0
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମିଳି ପାରିବ ତୁରନ୍ତ ଉନ୍ନତ ଚିକିତ୍ସା। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଟ୍ରମା ସେଣ୍ଟର୍ ଟି କେନ୍ଦ୍ର ସରକାରଙ୍କ 'ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା'ରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ। କଟକ ଏସସିବି ମେଡିକାଲରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି। ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ।
0
15
101
ଦେଶ ବିଦେଶର ନିବେଶକଙ୍କ ପାଇଁ ଏବେ ପ୍ରମୁଖ ଲକ୍ଷ୍ୟସ୍ଥଳ ପାଲଟିଛି ଓଡ଼ିଶା। ଖଣିଜ ଶିଳ୍ପ, ପେଟ୍ରୋକେମିକାଲ୍ସ, ବନ୍ଦର, ଆଇଟି, ଇଏସଡିଏମ୍, ଅକ୍ଷୟ ଶକ୍ତି, ବାୟୋଟେକ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ଆଦି ଶିଳ୍ପ ଲାଗି ଓଡ଼ିଶାରେ ରହିଛି ବିପୁଳ ସମ୍ଭାବନା। ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ରାଜ୍ୟର ଏହି ଶିଳ୍ପ ବିକାଶର ଚିତ୍ର ସ୍ପଷ୍ଟ ପ୍ରତିଫଳିତ ହୋଇଛି। #UtkarshOdisha
1
6
40