Goutam Buddha Das Profile Banner
Goutam Buddha Das Profile
Goutam Buddha Das

@goutambuddha71

Followers
1,439
Following
354
Media
781
Statuses
1,161

Proud Odia. MLA, Bhograi. Seeker of Truth and Knowledge, Believe in Humanity, Love Nature. Think Globally, Act Locally.

Bhograi/Balasore/Bhubaneswar
Joined August 2015
Don't wanna be here? Send us removal request.
Explore trending content on Musk Viewer
Pinned Tweet
@goutambuddha71
Goutam Buddha Das
2 years
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ... ଜୟ ଜଗନ୍ନାଥ 🙏 #JayJagannath
6
1
46
@goutambuddha71
Goutam Buddha Das
2 years
ଏକ ପ୍ରତିଷ୍ଠିତ ଚାନେଲର ସାମ୍ବାଦିକ ଚର୍ଚ୍ଚିତ ଅଟୋ ଡ୍ରାଇଭରକୁ ପ୍ରଶ୍ନ କଲେ : ଭାଉଜ ପ୍ରେମ ମିଠା ନା ଖଟା ? ଏ ଖବର ଦେଖିଲା ବେଳେ ମୋ ୧୭ ବର୍ଷର ପୁଅ ମୋ ପାଖରେ ବସିଥିଲା। ମୁଁ ୨୬ ବର୍ଷ ସାମ୍ବାଦିକତା କରିଛି। କିନ୍ତୁ ଏବେ ସାମ୍ବାଦିକତା ଯେଉଁଭଳି ଭାବରେ ନିମ୍ନମୁଖୀ ହେଉଛି, ଦିନେ ସାମ୍ବାଦିକତା କରୁଥିଲି ବୋଲି କହିବାକୁ ଲଜ୍ଜା ଲାଗୁଛି।
70
73
763
@goutambuddha71
Goutam Buddha Das
1 month
ଭାରତ ଅଲିମ୍ପିକ ହକିରେ ପଦକ ଜିତିଲା, ଘରକୁ ଫେରି ଅମିତ ରୋହିଦାସ ନବୀନ ନିବାସ ଛୁଟିଆସିଲେ। "ଦମନ" ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପାଇଲା, ଆଜି ଦମନ ଟିମ୍ ନବୀନଙ୍କୁ ଭେଟିଲେ । ଆଚ୍ଛା..ନବୀନ ବାବୁ ତ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି । ତଥାପି ସମସ୍ତେ ତାଙ୍କୁ କାହିଁକି ଭେଟିବାକୁ ଆସୁଛନ୍ତି? କାରଣ ସେ ସଭିଙ୍କ ହୃଦୟରେ ଅଛନ୍ତି।
Tweet media one
Tweet media two
48
25
677
@goutambuddha71
Goutam Buddha Das
3 months
ନବୀନ ଲକ୍ଷ୍ମୀ ବସ୍ ଦେଇଥିଲେ। ମୋହନଙ୍କୁ ଲକ୍ଷ୍ମୀ ନାଁ ଭଲ ଲାଗିଲା ନାହିଁ। ପ୍ରଥମେ ନାଁ ଉଡ଼ାଇଦେଲେ, ଏବେ ରଙ୍ଗ ବଦଳାଉଛନ୍ତି। ଏ କେମିତିକା ରୂପାନ୍ତରଣ ? ଏଇଥିପାଇଁ ଲୋକେ ବିଜେପିକୁ ଭୋଟ ଦେଇଥିଲେ? ଆସୁ ଆସୁ ଏତେ ଅସହିଷ୍ଣୁତା? #laccmibus #besarmbjp
Tweet media one
164
25
520
@goutambuddha71
Goutam Buddha Das
3 months
ମହାମହିମ ରାଜ୍ୟପାଳଙ୍କ ପୁଅ ଶ୍ରୀ ଲଲିତ କୁମାର ମାଡ଼ ମାରି ତାଙ୍କ କାର୍ଯ୍ୟାଳୟର ଜଣେ ଓଡ଼ିଆ କର୍ମଚାରୀ ବୈକୁଣ୍ଠନାଥ ପ୍ରଧାନଙ୍କ ମୁହଁ ଫଟାଇ ଦେଇଥିବା ସଂଗିନ ଅଭିମୋଗ ହୋଇଛି। କିଛି କାର୍ଯ୍ୟାନୁଷ୍ଠାନ ହେଲାଣି? କେହି ପାଟି ଖୋଲିଲେଣି? #ଓଡ଼ିଆ ଅସ୍ମିତା
Tweet media one
Tweet media two
45
53
374
@goutambuddha71
Goutam Buddha Das
10 months
ଯେଉଁମାନେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ ବୋଲି ବର୍ଷ ବର୍ଷ ଧରି ଅପପ୍ରଚାର ଚଳାଇଛନ୍ତି, ପ୍ରକୃତରେ ସେହି ନିନ୍ଦୁକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ନାହିଁ। ସେମାନେ ଥରେ ତାଙ୍କ ସୁସ୍ଥ ଜୀବନଯାପନର ଶୈଳୀ ଦେଖି ଯାଆନ୍ତୁ, ହୁଏତ ସେମାନଙ୍କର ମାନସିକ ରୋଗ ବି ଦୂର ହୋଇଯିବ। #NaveenOdisha #CMOOdisha #NaveenPatnaik
Tweet media one
53
9
218
@goutambuddha71
Goutam Buddha Das
29 days
କେନ୍ଦ୍ର ସରକାର ୯ଟି ରାଜ୍ୟର ୧୨ଟି ସହରକୁ ସ୍ମାର୍ଟ ଶିଳ୍ପ ସିଟିରେ ପରିଣତ କରିବା ପାଇଁ ୨୮,୬୦୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମାତ୍ର ଓଡ଼ିଶା ଏହି ୯ଟି ରାଜ୍ୟ ତାଲିକାରୁ ବାଦ୍ ପଡିଛି । ଆଜି ବିଧାନସଭାରେ ମୁଁ ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଲି। ଡବଲ ଇଞ୍ଜିନ ସରକାରର ଏହା ଡବଲ୍ ଧୋକା ନୁହେଁ ତ ଆଉ କ'ଣ ?
17
19
216
@goutambuddha71
Goutam Buddha Das
10 days
ଜୀବନସାରା ଆମ ପାଇଁ ଯିଏ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲା, ଆଜି ତାକୁ ଭଗବାନ ନିଜ ପାଖକୁ ନେଇଗଲେ। ମୋ ମା'ଙ୍କୁ ଭଲରେ ରଖିବ ଭଗବାନ । ଉପରେ ଥାଇ ଆମକୁ ଆଶୀର୍ବାଦ ଦେଉଥିବୁ ମା'।🙏🙏
Tweet media one
36
6
221
@goutambuddha71
Goutam Buddha Das
24 days
ସୁଭଦ୍ରା ଯୋଜନା ଭାରତୀୟ ଜନତା ପାର୍ଟିର ପ୍ରତାରଣାର ଆଉ ଏକ ଦସ୍ତାବିଜ । ଏଥିରେ ସବୁ ମହିଳାଙ୍କୁ ସାମିଲ କରାଯାଉ ନାହିଁ। ବରଂ ରାଜ୍ୟର ଅଧାରୁ ଅଧିକ ମହିଳା ଯୋଜନାରୁ ବଂଚିତ କରିବା ପାଇଁ ଫନ୍ଦି କରାଯାଇଛି। ଆଜି ବିଧାନସଭାରେ ସରକାରଙ୍କ ଏହି ଚରମ ପ୍ରତାରଣା ସଂପର୍କରେ ନିଜର ମତ ରଖିଲି ।
15
10
183
@goutambuddha71
Goutam Buddha Das
3 years
ରାଜନୀତିକୁ ଲୋକନୀତିରେ ପରିଣତ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଭଲ ଲାଗନ୍ତି ବୋଲି ଆଜି ବିଜୁ ଜନତା ଦଳରେ ଯୋଗ ଦେଲି। ମୋ ଉପରେ ଆସ୍ଥା ରଖି ମୋତେ ଦଳରେ ସ୍ଥାନ ଦେଇଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ଅଶେଷ କୃତଜ୍ଞତା ଜଣାଉଛି।
Tweet media one
21
3
170
@goutambuddha71
Goutam Buddha Das
27 days
ଆପଣ ପଚାରିବେ: ୩୦୦ ୟୁନିଟ ମାଗଣା ବିଜୁଳି କେତେ ବାଟ ଗଲା ? ସେ ଉତ୍ତର ଦେବେ: ରେଭେନ୍‌ସା କଲେଜ ନାଁ ବଦଳିବା ଦରକାର । ଧନ୍ୟରେ... ତୁମ ରଙ୍ଗ ବଦଳା ଶାସନ, ନାଁ ବଦଳା ରାଜନୀତି। @BjpOdisha01 #DharmendraPradhan
25
17
161
@goutambuddha71
Goutam Buddha Das
16 days
ଓଡ଼ିଶାର ଲକ୍ଷ ଲକ୍ଷ ମା'ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ମିଶନ ଶକ୍ତି ଅଭିଯାନ । ମାତ୍ର ନୂଆ ସରକାର ଇସି ସଭ୍ୟାମାନଙ୍କୁ ବହିଷ୍କାର କରିବାକୁ ଚକ୍ରାନ୍ତ କରୁଛନ୍ତି। ଏହା ବିରୋଧରେ ରାଜଧାନୀର ଗାନ୍ଧୀ ମାର୍ଗରେ ଆନ୍ଦୋଳନରତ ହଜାର ହଜାର ମା'ମାନଙ୍କ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଲି।
19
11
155
@goutambuddha71
Goutam Buddha Das
5 months
ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ପୂର୍ବରୁ ଆଜି ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଠାରୁ ଆଶୀର୍ବାଦ ଏବଂ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କଠାରୁ ପ୍ରେରଣା ନେଲି । ଜୟ ଜଗନ୍ନାଥ । #NaveenOdisha #BJDWithOdisha
Tweet media one
Tweet media two
23
2
139
@goutambuddha71
Goutam Buddha Das
5 years
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏଇ ଭିଡିଓଟି ଦେଖି ସତରେ ଜଣେ ସାମ୍ବାଦିକ ଭାବେ ମୁଁ ଲଜ୍ଜତ। କ’ଣ ହୋଇଛି ଆମ ସାମ୍ବାଦିକ ଭାଇ-ଭଉଣୀମାନଙ୍କର? ଆମେ କ’ଣ ହଟଚମଟ ସୃଷ୍ଟି କରିବା ପାଇଁ ଏତେ ବ୍ୟାକୁଳ ଯେ ମଟର ଯାନ ଆଇନ ଉଲ୍ଲଂଘନ କରି ଫାଇନ ଭରୁଥିବା ଜଣେ ଭଉଣୀଙ୍କୁ ବିଚ୍‌ ରାସ୍ତାରେ ଏମିତି ରାଗିଂ କରିବୁ? ଏ ଅଧିକାର ଆମକୁ ଦେଲା କିଏ?
@apanilive
ASHUTOSH PANI
5 years
କିଛି ଅଧା ପାଠୁଆ ସାମ୍ବାଦିକ ମାନଙ୍କର ଦାଦାଗିରି.. "ଏତେ ଗରମ କାହିଁକି " ମହିଳାଙ୍କୁ ପଚାରୁଥିବା ସାମ୍ବାଦିକ କେବେ କୌଣସି ନେତା କିମ୍ବା ସରକାରୀ ବାବୁଙ୍କୁ ଏପରି ପଚାରି ଥିବେ କି? ବାକି ରହିଲା ଏଠି Media Ethics କୁ କିଏ ମାନୁଛି?? ନୈତିକତାର ପାଠ ପଢାଉଥିବା ସାମ୍ବାଦିକ ନା ଟିଭି ଚ୍ୟାନେଲ?? ଦୁର୍ଭାଗ୍ୟ..
97
59
387
25
17
128
@goutambuddha71
Goutam Buddha Das
2 months
ଜଣେ ଅଣଓଡ଼ିଆ ଅଭିଯୁକ୍ତ ଠାରୁ ଓଡ଼ିଆ କର୍ମଚାରୀ ମାଡ଼ ଖାଇଲା ବେଳେ ଆମ ଓଡ଼ିଆ ଅସ୍ମିତା ଯାଉଛି କୁଆଡେ?
16
7
127
@goutambuddha71
Goutam Buddha Das
17 days
ପୂର୍ବର ନବୀନ ସରକାର ବିଗତ ୨୪ ବର୍ଷ ଭିତରେ ଓଡ଼ିଶାକୁ ଏକ ଦୃତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଆଗେଇ ନେଇଥିଲେ । ମାତ୍ର କ୍ଷମତାକୁ ଆସିବା ପରେ ବିଜେପି ସରକାର ଓଡ଼ିଶା ପାଇଁ ଯେଉଁ ବଜେଟ୍ ପ୍ରସ୍ତୁତ କରିଛନ୍ତି, ତାହା ଆମ ଅର୍ଥନୀତିକୁ ଦିଗହରା କରିଦେବ। ଋଣ କରି ଘିଅ ପିଇଲେ, ଆମେ ଆଗକୁ ବଢ଼ିବା ବଦଳରେ ପୁଣି ପଛକୁ ଫେରିଯିବା ।
8
9
127
@goutambuddha71
Goutam Buddha Das
1 month
ଗଞ୍ଜାମ ଜିଲ୍ଲାର ମଦ ମାଫିଆଙ୍କ କିଛି ବିଜେପି ନେତାଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି କାଲି ବିଧାନସଭାରେ କହିଥିଲି । ଆଜି ହାତେ ହାତେ ଏହାର ପ୍ରମାଣ ମିଳିଗଲା। ଜିଲ୍ଲାର ଜଣେ ବିଜେପି ବିଧାୟକ ବାଲି ମାଫିଆଙ୍କୁ ଚାନ୍ଦା ମାଗୁଥିବା ଅଡିଓ ଭାଇରାଲ ହୋଇଛି । ଏମାନେ ଏମିତି ଜନସେବା କରିବାକୁ ନିର୍ବାଚିତ ହୋଇ ଆସିଛନ୍ତି । #bjpagainstodisha
8
13
127
@goutambuddha71
Goutam Buddha Das
3 years
ମୁଁ ଜଣେ ବଡ଼ ନେତା, ଅଫିସର କି ବିଧାୟକ ନୁହେଁ। କୌଣସି ଚଳଚ୍ଚିତ୍ର କି କ୍ରୀଡ଼ା ତାରକା ମଧ୍ଯ ନୁହେଁ। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିର ବିଜୁ ଜନତା ଦଳରେ ଯୋଗଦାନ ଖବରକୁ ପ୍ରମୁଖତାର ସହ ପ୍ରକାଶ କରିଥିବାରୁ ସମ୍ବାଦ, ସମାଜ, ପ୍ରମେୟ, ସକାଳ ଓ ପ୍ରଗତିବାଦୀର ସମ୍ମାନନୀୟ ସମ୍ପାଦନା ମଣ୍ଡଳୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।
Tweet media one
12
4
125
@goutambuddha71
Goutam Buddha Das
27 days
କେଉଁଠି ଦଙ୍ଗା ତ କେଉଁଠି ମଦମୃତ୍ୟୁ । ରଥଯାତ୍ରା ଅବ୍ୟବସ୍ଥା ଯୋଗୁଁ ଅପଦସ୍ଥ। ରାଜ୍ୟପାଳଙ୍କ ପୁଅର ଗୁଣ୍ଡାଗର୍ଦ୍ଦି ପରେ ବି ସରକାର ଚୁପ୍ । ଆଇନ ତା ବାଟରେ ଯାଉଛି ତ ? ତିନି ମାସର ମୋହନ ସରକାର ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ନୁହେଁ କି?
15
7
121
@goutambuddha71
Goutam Buddha Das
2 years
"ମାରିବି ଥାପ୍ପଡ଼.. ତୁ ଡକାୟତ..ତୋ ଥାନା ପୋଡ଼ି ଦେବି ..।" ଇଏ ହେଉଛି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭାଷା। ସର୍ବସମ୍ମୁଖରେ ତାଙ୍କୁ ଧକ୍କା ମାରିବାର ଦୃଶ୍ୟକୁ ବି ଟିକେ ଦେଖି ନିଅନ୍ତୁ । ଭଲ କରି ଚିହ୍ନି ରଖନ୍ତୁ ଆତଙ୍କ ସୃଷ୍ଟିକାରୀ ଅଭ୍ୟାସଗତ ଅପରାଧୀ ଏଇ ବିରୋଧୀଦଳ ନେତାଙ୍କ ବଦନକୁ ।
24
8
107
@goutambuddha71
Goutam Buddha Das
2 months
ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ପୁଅକୁ ଆକ୍ରମଣ କରିବାର ୧୫ ଦିନ ବିତିଗଲାଣି। କିନ୍ତୁ "ଓଡ଼ିଆ ଅସ୍ମିତା' କଥା କହି ଶାସନକୁ ଆସିଥିବା ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୁହଁ ବି ଖୋଲୁ ନାହାନ୍ତି। ଆମେ ବିଜେଡି ବିଧାୟକମାନେ ବିଧାନସଭାରେ ଝାଡ଼ଖଣ୍ଡି ଗୁଣ୍ଡାଙ୍କ ପାଦ ତଳେ ଓଡ଼ିଆ ଅସ୍ମିତାକୁ ଭୂଲୁଣ୍ଠିତ କରିଥିବା ମୋହନ ସରକାରର ମୁଖା ଖୋଲିଲୁ।
8
10
100
@goutambuddha71
Goutam Buddha Das
3 years
ବିଜୁ ଜନତା ଦଳର ଜଣେ ମିଡିଆ ପେନାଲିଷ୍ଟ ଭାବେ ମୋତେ ନିଯୁକ୍ତି ଦେଇଥିବାରୁ ଦଳର ରାଜ୍ୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ଏହି ଗୁରୁ ଦାୟିତ୍ଵକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଦଳକୁ ଭଲ ପାଉଥିବା କୋଟିକୋଟି ଓଡ଼ିଆଙ୍କ ସମର୍ଥନ କାମନା କରୁଛି।
Tweet media one
18
10
100
@goutambuddha71
Goutam Buddha Das
3 months
ଏଥର ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାର ସୁଯୋଗ ମିଳିନଥିଲା। ତେବେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀଜିଉମାନଙ୍କର ପହଣ୍ଡି ଦେଖିବାର ସୌଭାଗ୍ୟ ପ୍ରାପ୍ତ ହେଲା। ଆମକୁ ଶ୍ରଦ୍ଧାର ସହ ଆମନ୍ତ୍ରଣ କରି ଏହି ମହାର୍ଘ୍ୟ ଦୃଶ୍ୟ ଉପଭୋଗ କରିବାରେ ସହାୟତା କରିଥିବା ରାଜ୍ୟସଭା ସାଂସଦ ସାନଭାଇ ଶୁଭାଶିଷ ଖୁଣ୍ଟିଆଙ୍କୁ ଅଶେଷ ଧନ୍ୟବାଦ ।
Tweet media one
Tweet media two
Tweet media three
1
1
93
@goutambuddha71
Goutam Buddha Das
1 month
ନିର୍ବାଚନ ବେଳେ ବିଜେପି ରାଜ୍ୟରେ ମଦ ବନ୍ଦ କରିବ କହି ଭୋଟ ମାଗିଥିଲା। ମାତ୍ର ସରକାରକୁ ଆସୁ ଆସୁ ବିଷାକ୍ତ ମଦ ମୃତ୍ୟୁ ଘଟଣା ଘଟିଲା। ଏହା ଆମ ରାଜ୍ୟ ପାଇଁ କଳଙ୍କର ଦିନ । ଏଥିାଇଁ ସରକାର ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର । #bjdodisha
11
6
91
@goutambuddha71
Goutam Buddha Das
9 days
ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ଏବେ ଗମ୍ଭୀର । ଆମ ଭୋଗରାଇର ୧୨ରୁ ଅଧିକ ପଞ୍ଚାୟତର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆରୁହାବୃତ୍ତି, ଖରିଦପିପଳ ଓ ନାଚିନ୍ଦା ପଞ୍ଚାୟତ ବୁଲି ଦୁର୍ଦଶାଗସ୍ତ ଲୋକଙ୍କ ସହ କଥା ହେଲି ଏବଂ ଶୁଖିଲା ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା ପାଇଁ ପ୍ରଶାସନକୁ ଜଣାଇଲି ।
Tweet media one
Tweet media two
Tweet media three
0
2
91
@goutambuddha71
Goutam Buddha Das
2 years
ସେନାରେ ଚାରି ବର୍ଷିଆ ଠିକା ନିଯୁକ୍ତି ଯୋଜନାର ନାଁ ଦେଇଥିଲେ "ଅଗ୍ନିପଥ"l ଏହାର ପ୍ରତିବାଦରେ ଅଧା ଦେଶ ଜଳିବା ଆରମ୍ଭ କଲାଣି ।ବିହାରରେ ଟ୍ରେନ୍‌ରେ ନିଆଁ ଲଗାଇଦେଲେ । ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନରେ ବି ଆନ୍ଦୋଳନ ଓ ହିଂସା । ଜନ ଆକ୍ରୋଶର କାରଣ ଅତି ସ୍ପଷ୍ଟ : ୮ ବର୍ଷ ଭିତରେ ଚାକିରି ତ ଦେଇ ପାରିଲନି । ଏବେ ଜନତାଙ୍କୁ ଭଣ୍ଡଉଛ?
Tweet media one
13
9
82
@goutambuddha71
Goutam Buddha Das
3 years
ଗତ କିଛି ଦିନ ହେଲା କିଛି ଲୋକ "ମୁଖ୍ୟମନ୍ତ୍ରୀ ଏବେ କୋମାରେ ଅଛନ୍ତି" ବୋଲି ସୋସିଆଲ ମିଡିଆରେ ଲେଖି ଗୁଜବ ଓ କୁତ୍ସା ରଟନାର ସବୁ ସୀମା ଲଂଘି ଯାଇଥିଲେ। ଆଉ ଏସବୁ ଗୁଜବକୁ ସତ ବୋଲି ଭାବି କିଛି ବିରୋଧୀ ଦଳ ନେତା ମଧ୍ୟ ଭାରି କୁତୁକୁତୁ ହେଉଥିଲେ। ଆଜି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେମାନେ ଏବେ ମୁହଁ ଲୁଚାଇଛନ୍ତି।
Tweet media one
Tweet media two
Tweet media three
10
6
76
@goutambuddha71
Goutam Buddha Das
2 months
କିଛି ଦିନ ତଳେ ଏକ ଟ୍ରକ୍ ଧକ୍କାରେ ଚନ୍ଦନେଶ୍ଵର ବଜାରରେ ଥିବା ବିଜୁ ପଟ୍ଟନାୟକ ଗୋଲେଇଟି ଭାଙ୍ଗିରୁଜି ଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧକ୍ରମେ ଆଜି ପୂର୍ତ୍ତ ବିଭାଗର ଇଞ୍ଜିନିୟରଙ୍କୁ ଡକାଇ କ୍ଷେତ୍ର ପରିଦର୍ଶନ କଲି। ଏହାର ପୁନଃନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହେଲା। ଖୁବଶୀଘ୍ର ଗୋଲେଇଟି ଏଭଳି ନୂତନ ରୂପ ପାଇବ। #bijubabu
Tweet media one
Tweet media two
Tweet media three
1
3
74
@goutambuddha71
Goutam Buddha Das
2 months
ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ବଜେଟ୍ ଆଲୋଚନାରେ ଭାଗ ନେଲି। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନାନା ଲୋଭନୀୟ ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରେ କିଭଳି ଭାବେ ବଜେଟ ନାଁରେ ଓଡ଼ିଶାବାସୀଙ୍କୁ ପ୍ରତାରଣାର ଦସ୍ତାବିଜ ଭେଟି ଦେଇଛନ୍ତି, ତାହା ତଥ୍ୟର ସହ ଉପସ୍ଥାପନ କଲି ଏବଂ ଏହି ଜୁମଲା ସରକାରର ମୁଖା ଖୋଲିଲି। #Budget
3
5
74
@goutambuddha71
Goutam Buddha Das
24 days
ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ଦେଇଥିବା ଉତ୍ତର ଆଜି ବଦଳିଗଲା । ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ବାଁ ହାତ କ'ଣ କରୁଛି, ଡାହାଣ ହାତ ତାହା ଜାଣୁ ନାହିଁ। ତେଣୁ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଛେପ ଢୋକିବାକୁ ପଡ଼ୁଛି । ଏହା ରାଜ୍ୟ ପାଇଁ ଶୁଭ ଲକ୍ଷଣ ନୁହେଁ ।
0
10
73
@goutambuddha71
Goutam Buddha Das
2 months
ବାଃ ବାଃରେ ମୋହନ ସରକାର! ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ । ଏଇ ତୁମ ଓଡ଼ିଆ ଅସ୍ମିତା ? ମନେ ରଖ, ଓଡ଼ିଆ ଅସ୍ମିତାର ସୂତ୍ରଧର ଏଇ ବିଜୁବାବୁ ଦିନେ ନିଜ ଉଦ୍ୟମରେ ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା କରିଥିଲେ ଆନ୍ତର୍ଜାତିକ କଳିଙ୍ଗ ପୁରସ୍କାର। ଓଡ଼ିଶାବାସୀ ତୁମକୁ କ୍ଷମା କରିବେନି।
Tweet media one
11
3
70
@goutambuddha71
Goutam Buddha Das
2 years
ମାନ୍ୟବର ବିଧାୟକ ! ଲୋକେ ଆପଣଙ୍କୁ ଭୋଟ ଦେଇଛନ୍ତି ମାନେ ଆପଣ ରାଜା ନୁହନ୍ତି, ଆପଣ ଜନ ପ୍ରତିନିଧି । ଜନତା ବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାର ଅଧିକାର ଆପଣଙ୍କର ନାହିଁ। ଆପଣ ବିଜେଡିର ହୁଅନ୍ତୁ କି ବିଜେପିର , ଆପଣ ଚିଲିକାର ପ୍ରଶାନ୍ତ ଜଗଦେବ ହୁଅନ୍ତୁ କି ଦେବଗଡ଼ର ସୁବାସ ପାଣିଗ୍ରାହୀ, ଆପଣଙ୍କୁ ଆଇନର ସାମ୍ନା କରିବାକୁ ପଡିବ।
Tweet media one
9
3
69
@goutambuddha71
Goutam Buddha Das
3 months
ମୋର ପ୍ରିୟ ଭୋଗରାଇବାସୀଙ୍କ ଆଶୀର୍ବାଦ ଲାଭ କଲା ପରେ ଆଜି ବିଧାୟକ ଭାବେ ପ୍ରଥମ ଥର ପାଇଁ ଗଣତନ୍ତ୍ରର ପବିତ୍ର ମନ୍ଦିର ଓଡ଼ିଶା ବିଧାନସଭାରେ ପ୍ରବେଶ କଲି ଏବଂ ନିଷ୍ଠାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଈଶ୍ଵରଙ୍କ ନାଁରେ ଶପଥ ନେଲି। ଜୟ ଜଗନ୍ନାଥ 🙏🙏 Naveen Patnaik #bhograi #MLA
Tweet media one
5
4
67
@goutambuddha71
Goutam Buddha Das
5 months
"ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ ବାରି ବାରି ପଦଚିହ୍ନ , ଏ ବିସ୍ମୃତ ତିମିର ଶିବିରେ, ବେନିକରେ ଆଣିଥିବି ସେଦିନ ମୁଁ ଆବୋରି ଯତନେ, ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା ସଦନେ ।" ଆମ ମାଟିର ବରପୁତ୍ର, ପଦ୍ମଭୂଷଣ ମନୋଜ ଦାସଙ୍କ ପବିତ୍ର ପୁଣ୍ୟତିଥିରେ ଅନ୍ତରର ଗଭୀରତମ ପ୍ରଦେଶରୁ ଶତକୋଟି ପ୍ରଣାମ ଏବଂ ବିନମ୍ର ଶ୍ରଦ୍ଧାଞ୍ଜଳି
Tweet media one
3
2
66
@goutambuddha71
Goutam Buddha Das
2 years
ଆମେ ଏକାଠି ହେଲେ ଆମ ମାଟିରୁ ଉଡ଼ିବ ବିମାନ (୩) : ଏହାଛଡ଼ା ଏହି ପଦଯାତ୍ରୀ ଦଳ ସହ ଯାଇ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଏ ବିଷୟରେ ଅବଗତ କଲି । ଦୁଇ ଜିଲ୍ଲାବାସୀଙ୍କ ଏହି ନ୍ୟାଯ୍ୟ ଦାବିକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ ଜଣାଇ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ତାଙ୍କୁ ନିବେଦନ କଲି । @pranabpdas
Tweet media one
4
4
62
@goutambuddha71
Goutam Buddha Das
2 years
ଯଦି ମୁଁ ଖରାପ ବ୍ୟବହାର କରିଥିବା କି�� ପ୍ରମାଣ କରିଦେବ, ତାହେଲେ ରାଜନୀତି ଛାଡ଼ିଦେବି : ଜୟନାରାୟଣ ମିଶ୍ର ହେ ଧରିତ୍ରୀ ! ତୁ ଫାଟିଯା... 😭😭 @bjd_odisha @BJP4Odisha @manasrmangaraj @sasmitpatra @JaydevDas19 @swayam4Odisha
Tweet media one
9
1
63
@goutambuddha71
Goutam Buddha Das
2 months
ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ମୋତେ ପୁନର୍ବାର କହିବାର ସୁଯୋଗ ମିଳିଲା। ଏହି ଅବସରରେ ମୁଁ ଆମ ଭୋଗରାଇର ପ୍ରାୟ ୨୦ ହଜାର ପରିବାରର ଜୀବନ ଜୀବିକା ଖଡ଼ି ଓ ଇକଡ଼ ଚାଷକୁ ପାନଚାଷ ଭଳି କୃଷିର ମାନ୍ୟତା ଦେବାକୁ ଏବଂ ସହାୟତା ରାଶି ପ୍ରଦାନ କରିବାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କଲି। #bhograi
4
4
64
@goutambuddha71
Goutam Buddha Das
3 years
କୁନୁର ହେଲିକପ୍ଟର ଦୁର୍ଘଟଣାରେ ମୃତ ଜେନେରାଲ ବିପିନ ରାୱତଙ୍କ ସହ ୧୩ ସେନା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯବାନ ରାଣାପ୍ରତାପ ଦାସ। ଏହି ହୃଦୟବିଦାରକ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ସବୁ ଓଡ଼ିଆଙ୍କୁ ବ୍ୟଥିତ କରିଛି। ସହିଦ ରାଣାପ୍ରତାପ ଓ ସମସ୍ତ ସେନା ଅଧିକାରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।
Tweet media one
4
6
61
@goutambuddha71
Goutam Buddha Das
3 months
୨୭ରେ ଜବଲପୁର, ୨୮ରେ ଦିଲ୍ଲୀ, ଆଜି ରାଜକୋଟ୍। ୩ ଦିନରେ ୩ଟି ବିମାନବନ୍ଦରର ଛାତ ଗଳି ପଡ଼ିଲାଣି। ତେଣୁ ବିମାନ ଯାତ୍ରା ପୂର୍ବରୁ ଜୀବନବୀମା କରିକି ଯାଆନ୍ତୁ। ଅଥବା ମା' ତାରିଣୀଙ୍କୁ ନଡ଼ିଆ ଯାଚି ଘରୁ ଗୋଡ଼ କାଢ଼ନ୍ତୁ । #ଅମୃତକାଳ
4
7
58
@goutambuddha71
Goutam Buddha Das
1 month
ନବନିର୍ବାଚିତ ବିଧାୟକଙ୍କ ପାଇଁ ବିଜେଡି ପକ୍ଷରୁ ଏକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହେଉଛି । ମାନ୍ୟବର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ବିଧାନସଭା ଭିତରେ ଏବଂ ବାହାରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆମକୁ ପରାମର୍ଶ ଦେଲେ ।
9
6
57
@goutambuddha71
Goutam Buddha Das
8 days
ମୋ ପ୍ରିୟ ଭୋଗରାଇର ବନ୍ୟା ବିପନ୍ନ ସବୁ ମା'ଙ୍କ ଭିତରେ ମୁଁ ମୋର ଜନ୍ମଦଦାତ୍ରୀ କରୁଣାମୟୀ ମା'ଙ୍କୁ ଦେଖୁଛି । ଏହି ଦୁଃସମୟରେ ମୁଁ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ପାଖରେ ଛିଡ଼ା ହୋଇପାରିଲେ ହିଁ ସ୍ଵର୍ଗରେ ଥାଇ ମୋ ମା' ଖୁସି ହେବେ । ତାଙ୍କର ଆତ୍ମା ଶାନ୍ତି ପାଇବ। #Maa #flood #Bhograi
3
4
105
@goutambuddha71
Goutam Buddha Das
2 years
ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଜାତିର ଗୌରବମୟ ଇତିହାସ, ଆଧ୍ୟାତ୍ମିକତା, ପରମ୍ପରା ଓ ସଂସ୍କୃତି ଆଧାରିତ ଏକ ଚମତ୍କାର ନାଟକ "ଆହେ ନୀଳ ଶଇଳ" ଦେଖିବାର ସୁଯୋଗ ମିଳିଲା। ଓଡ଼ିଆ ଅସ୍ମିତାର ଏହି ସଂକଟ କାଳରେ ଏଭଳି ଏକ ନାଟକ ଭେଟି ଦେଇଥିବାରୁ ସମ୍ବାଦ ଗ୍ରୁପର ନର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ। @tanaya_p @SambadGroup
Tweet media one
Tweet media two
Tweet media three
Tweet media four
1
2
53
@goutambuddha71
Goutam Buddha Das
2 years
ରାଜ୍ୟସଭାରେ ତିନି ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବା ଆମ ଦଳର ସାଂସଦ ସସ୍ମିତ ପାତ୍ରଙ୍କ ପାଇଁ ମୁଁ ଗର୍ବିତ। ଓଡ଼ିଶାର ହକ୍ ପାଇଁ ସେ କେବଳ ସଂଗ୍ରାମ କରି ନାହାନ୍ତି, ଜଣେ ଦକ୍ଷ, ବିଚକ୍ଷଣ ଓ ବିଜ୍ଞ ସାଂସଦ ଭାବେ ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସସ୍ମିତ ବାରମ୍ଵାର ସଂସଦକୁ ଯାଆନ୍ତୁ ଓ ଓଡ଼ିଶାର ନାଁ ଉଜ୍ଜ୍ବଳ କରନ୍ତୁ । @sasmitpatra
Tweet media one
1
2
54
@goutambuddha71
Goutam Buddha Das
1 year
୨୨ ମିନିଟର ପୂରା ଅଡିଓ ଶୁଣିଲି। ଗୋଟିଏ ବିଭାଗୀୟ ସମୀକ୍ଷା ବୈଠକକୁ ବିଜେପି ନେତାମାନେ ଯେଉଁଭଳି ରାଜନୈତିକ ରଂଗ ଦେବାକୁ ଚେଷ୍ଟା କରୁଛନ୍ତି, ତାହା ଦେଖି ଦୟା ଲାଗୁଛି। ବୋଧହୁଏ ମାଡାମଙ୍କ ଶୁଦ୍ଧ ଇଂରାଜି ସେମାନଙ୍କ ଗୋବରଯୁକ୍ତ ମସ୍ତିଷ୍କ ବୁଝିବାରେ ଅକ୍ଷମ ହୋଇଛି।
12
3
52
@goutambuddha71
Goutam Buddha Das
4 months
ଭୋଗରାଇବାସୀଙ୍କ ଆଶୀର୍ବାଦ ମିଳିବା ପରେ ପ୍ରଥମ ଥର ପାଇଁ ଆପଣଙ୍କ ପାଦ ଛୁଇଁ ଭୋଗରାଇର ସର୍ବାଙ୍ଗୀନ ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଲି। ଆପଣଙ୍କ ହାତ ମୋ ମୁଣ୍ଡରେ ଥାଉ, ଏତିକି ଯଥେଷ୍ଟ। @naveenpatnaik
Tweet media one
7
3
53
@goutambuddha71
Goutam Buddha Das
2 years
ବୈଜୟନ୍ତ ବାବୁଙ୍କୁ ଏତେ ବେଜ୍ଜତି? ପ୍ରଶ୍ନ ବାଣରେ ଘାଇଲା କଲେ, ବାରମ୍ଵାର ପାଣି ପିଆଇଲେ ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ସୌରଭ ଦ୍ଵିବେଦୀ । ଏଇଟା ଗୋଟେ ସାକ୍ଷାତକାର ଥିଲା ନା ଦୁଃସ୍ଵପ୍ନ? #BJPHataoDeshBachao #BjpJokers
2
8
48
@goutambuddha71
Goutam Buddha Das
6 months
Tweet media one
98
4
24
@goutambuddha71
Goutam Buddha Das
3 years
ଲୋକଙ୍କୁ ବାଧୁଛି ଦରଦାମ ବୃଦ୍ଧି। ହାଣ୍ଡିଶାଳ ଉପରେ ବାରମ୍ଵାର ମହଙ୍ଗା ମାଡ଼ । ଲୋକେ ପଚାରୁଛନ୍ତି- ମାନନୀୟ ପ୍ରଧାନମନ୍ତ୍ରୀ ଜୀ! ଏଇଆ କଣ ଆପଣଙ୍କ ଆଚ୍ଛେଦିନ? ଆଜି ନନ୍ଦିଘୋଷ ଟିଭିରେ ଗ୍ୟାସ ଦରବୃଦ୍ଧିର ବିଭ���ନ୍ନ ଦିଗ ଉପରେ ବିଜୁ ଜନତା ଦଳର ଆଭିମୁଖ୍ୟ ରଖିବାର ସୁଯୋଗ ମିଳିଥିଲା। @bjd_odisha @BJDITWing @BJDITWing
Tweet media one
1
2
46
@goutambuddha71
Goutam Buddha Das
5 years
କିଛି ଲୋକ ଭାରତ ବର୍ଷର ମହାନ ରାଷ୍ଟ୍ରନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ତୁଳନା ପ୍ୟାରୀ ମହାପାତ୍ର, ଅମର ସିଂ, ଶରଦ ପାୱାର ଓ ଅମିତ୍ ଶାହଙ୍କ ଭଳି କିଣାବିକା ଓ ଘୋଡ଼ା ବେପାର କରି ସରକାର ବନାଉଥିବା ବର୍ତ୍ତମାନର ନୀତିହୀନ ରାଜନେତାଙ୍କ ସହ କରନ୍ତି। ଏହା ପୁଣ୍ୟତୋୟା ଗଙ୍ଗା ସହ ତାଳଦଣ୍ଡା କେନାଲର ତୁଳନା କରିବା ଭଳି ହାସ୍ୟାସ୍ପଦ।
@ttindia
The Telegraph
5 years
There is only one Chanakya. Or Kautilya. He lived in the 3rd century BC and counselled Chandragupta Maurya.
Tweet media one
90
1K
3K
4
2
43
@goutambuddha71
Goutam Buddha Das
3 years
ଖାଲି ସ୍ବପ୍ନ ଦେଖନ୍ତିନି, ସ୍ବପ୍ନକୁ ସାକାର ବି କରନ୍ତି। ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ।
Tweet media one
4
1
44
@goutambuddha71
Goutam Buddha Das
21 days
ବ୍ରିଟିସର ଗୋଲାମଗିରି କିଏ କରୁଥିଲା, ସେ କଥା ଇତିହାସରେ ଲେଖା ଅଛି | ଦିନେ ଯେଉଁ ନେତାମାନେ ବ୍ରିଟିସ ସରକାରର ପଦ ଲେହନ କରୁଥିଲେ ଏବଂ ଭାରତ ବର୍ଷର ସ୍ଵାଧୀନତା ��ଂଗ୍ରାମକୁ ପ୍ରକାଶ୍ୟରେ ବିରୋଧ କରୁଥିଲେ ସେମାନେ ଏବେ ଦେଶପ୍ରେମର ପାଠ ପଢ଼ାଉଛନ୍ତି । ଏହାଠୁ ବଳି ହାସ୍ୟାସ୍ପଦ କଥା ଆଉ କଣ ହୋଇପାରେ ?
4
3
45
@goutambuddha71
Goutam Buddha Das
1 month
ସାମ୍ବାଦିକଙ୍କ ପାଇଁ ଏ ସରକାରଙ୍କ ଦରଦ କେତେ ଦେଖନ୍ତୁ । ପୂର୍ବର ନବୀନ ସରକାର ସମୟରେ ସାମ୍ବାଦିକଙ୍କ ପାଇଁ କରାଯାଇଥିବା ସ୍ଵାସ୍ଥ୍ୟବୀମା ଯୋଜନାର ଅବଧି ଆଉ ମାତ୍ର ୭ ଦିନ ପରେ ସରୁଛି । ମାତ୍ର ଏହାର ନବୀକରଣ ପାଇଁ ନୂଆ ସରକାର ଏଯାଏ କୌଣସି ପଦକ୍ଷେପ ନେଇ ନାହାନ୍ତି। ଆଜି ବିଧାନସଭାରେ ମୋ ପ୍ରଶ୍ନର ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।
Tweet media one
3
2
43
@goutambuddha71
Goutam Buddha Das
2 months
ମାନନୀୟ ନବୀନ ପଟ୍ଟନାୟକ ଆଜି ଦଳର ବିଧାୟକମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ଵ ବଣ୍ଚନ କରିଥିବାବେଳେ ମୋତେ ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ବ ଦେଇଛନ୍ତି। ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଆମେ ନୂଆ ସରକାରଙ୍କ କାର୍ଯ୍ୟ ଉପରେ ତୀକ୍ଷଣ ନଜର ରଖିବୁ ଏବଂ ଓଡ଼ିଶାବାସୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବୁ।
Tweet media one
Tweet media two
4
2
43
@goutambuddha71
Goutam Buddha Das
3 years
ସାଧାରଣ ଲୋକଙ୍କ ସ୍ଵର ପାଲଟୁ ଗଣମାଧ୍ୟମ ସତ ଉନ୍ମୋଚନ କରୁ କ୍ୟାମେରା ଆହୁରି ଶକ୍ତିଶାଳୀ ହେଉ କଲମ ସୁଦୃଢ଼ ହେଉ ଗଣତନ୍ତ୍ର, ସଶକ୍ତ ହେଉ ମଣିଷ ।। ଜାତୀୟ ପ୍ରେସ ଦିବସରେ ସବୁ ସାମ୍ବାଦିକ ଭାଇଭଉଣୀମାନଙ୍କୁ ହୃଦୟରୁ ଅଭିନନ୍ଦନ।🎉🎉 @manasrmangaraj @ManoranjanMedia @swayamjourno @bhaktatripathy @sisirbhtmishra
Tweet media one
1
0
41
@goutambuddha71
Goutam Buddha Das
5 years
Delighted to have the Living Legend of Indian Tennis Leander Paes with us in Sambad Office today. @JaydevDas19 @tanaya_p @bhaktatripathy @Ratikant70 @swayamjourno @TapasReporter @skdas2010
Tweet media one
2
5
41
@goutambuddha71
Goutam Buddha Das
5 years
ସକାଳୁ ସକାଳୁ ଏ ଖବର ମୋତେ ବିଚଳିତ ଓ ବିମର୍ଷ କରିଦେଲା। ଏହାକୁ କଣ କୁହାଯିବ? ଭାଗ୍ୟର ବିଡମ୍ବନା ନା ବିଧାତାର ନିଷ୍ଠୁର ପରିହାସ? ଆଶା, ଖେଳକୁ ପ୍ରାଥମିକତା ଦେଉଥିବା ଆମ ମୁଖ୍ୟମନ୍ତ୍ରୀ ଶୁଭାଙ୍କ ଦୁଃଖ ଦୂର କରିବାକୁ ତୁରନ୍ତ କିଛି ବଡ଼ ପଦକ୍ଷେପ ନେବେ।
Tweet media one
9
9
40
@goutambuddha71
Goutam Buddha Das
1 month
ଚିକିଟି ମଦମୃତ୍ୟୁ ଘଟଣାକୁ ସରକାର ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି । ବିଜେପି ନେତା-ଅବକାରୀ ବିଭାଗ ଓ ମଦ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବିଷାକ୍ତ ମଦ ବିକ୍ରି ହେଉଛି ଏବଂ ମଦ ମୃତ୍ୟୁ ଘଟୁଛି। ତେଣୁ ଆଜି ବିଧାନସଭାରେ ବିଜୁ ଜନତା ଦଳ ପକ୍ଷରୁ ଆମେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲୁ।
5
4
39
@goutambuddha71
Goutam Buddha Das
1 month
ହେ ମହାପ୍ରଭୁ ! ଏମାନେ କଣ କହୁଛନ୍ତି, ନିଜେ ଜାଣି ନାହାନ୍ତି। ଏମାନଙ୍କୁ କ୍ଷମା କରିଦିଅ । ସଦବୁଦ୍ଧି ଦିଅ । #BJP_ सरकार #bjdforodisha
4
2
38
@goutambuddha71
Goutam Buddha Das
18 days
ସୁଭଦ୍ରା ପ୍ରତିଶ୍ରୁତି ଯେ ଅଧିକାଂଶ ମହିଳାମାନଙ୍କ ପାଇଁ ଏକ ପ୍ରତାରଣା, ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସୁଭଦ୍ରା ଯୋଜନାରେ ନିଜକୁ ପଞ୍ଜୀକୃତ କରିବା ଏବେ ମା'ମାନଙ୍କ ପାଇଁ କାଠିକର ପାଠ ହୋଇଛି । ସେବାକେନ୍ଦ୍ର ଆଗରେ ରାତିରୁ ଧାଡ଼ି ବାନ୍ଧି ଯନ୍ତ୍ରଣା ଭୋଗୁଛନ୍ତି ମାଆ, କିନ୍ତୁ ନିଦାବିଷ୍ଣୁ ହୋଇ ବସିଛନ୍ତି ସରକାର।
2
4
38
@goutambuddha71
Goutam Buddha Das
4 months
୩୪ ବର୍ଷ ଧରି ବିଜେଡିର ଗଡ଼ ହୋଇ ରହିଥିବା ଭୋଗରାଇ ମାଟିରେ ମୋତେ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ଆଜି ଏକ ସମାବେଶରେ ୫୦ଟି ପଞ୍ଚାୟତରୁ ଆସିଥିବା ଦଳର ସହସ୍ରାଧିକ ଆଗ ଧାଡ଼ିର ନେତା, କର୍ମଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ସାଥିରେ ନେଇ ଭୋଗରାଇବାସୀଙ୍କ ପାଇଁ ଅବିଶ୍ରାନ୍ତ ଭୋବେ କାର୍ଯ୍ୟ କରିବାର ସଂକଳ୍ପ ନେଲି। ଜୟ ଜଗନ୍ନାଥ ।
Tweet media one
Tweet media two
Tweet media three
4
2
38
@goutambuddha71
Goutam Buddha Das
1 year
ଯୁବ ବିଧାୟକ ସୂରଯ ସୂର୍ଯ୍ୟବଂଶୀଙ୍କୁ ସବୁଥିରେ ଖାଲି ରାଜନୀତି ହିଁ ଦେଖାଯାଉଛି। କେଉଁଠି ସବୁଜ ରଂଗ ଦେଖିଲେ ସେ ବାଉଳିଚାଉଳି ହେଉଛନ୍ତି। ତାଙ୍କ ମୁଣ୍ଡ ଆଉ କାମ କରୁନି। ଅଧିକାଂଶ ପନିପରିବା ଓ ଗଛଲତାର ରଂଗ ସବୁଜ । ତାହେଲେ କଣ ସୂରଯ ସବୁଜ ପରିବା ଖାଇବା ଛାଡ଼ିଦେବେ? ଗଛଲତା ଦେଖିଲେ ଆଖି ବୁଜି ଦେବେ?
11
2
37
@goutambuddha71
Goutam Buddha Das
2 months
କାଳିଆ ଯୋଜନାକୁ ନେଇ ଗାଁ ଗହଳିରେ ଲୋକଙ୍କ ମଧ୍ୟରେ ଏବେ ମାଳମାଳ ପ୍ରଶ୍ନ। ପୁରୁଣା ସରକାରଙ୍କ ଏହି ଲୋକପ୍ରିୟ ଯୋଜନାକୁ ନୂଆ ସରକାର ରଖିବେ ତ? ଆଜି ବିଧାନସଭାରେ ଏହି ପ୍ରଶ୍ନ ମୁଁ ମାନ୍ୟବର କୃଷିମନ୍ତ୍ରୀଙ୍କୁ ପଚାରିଥିଲି। ସେ ଉତ୍ତର ରଖିଲେ ସତ, ମାତ୍ର କାଳିଆ ଯୋଜନା ରହିବ ନା ନାହିଁ ଏଥିରୁ କିଛି ଜଣା ପଡ଼ିଲାନି।
Tweet media one
4
6
37
@goutambuddha71
Goutam Buddha Das
5 months
ବିଜେଡିର ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଭୋଗରାଇ ମାଟିରେ ମୋ ପାଇଁ ଆୟୋଜିତ ସ୍ୱାଗତ ଶୋଭାମାତ୍ରାରେ ଏ ବିପୁଳ ଜନ ସମାଗମ କ'ଣ ସୂଚିତ କରୁଛି? ବିଦୁ ଜନତା ଦଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଏକମାତ୍ର ବିକଳ୍ପ । #bjdodisha #naveenodisha
3
1
37
@goutambuddha71
Goutam Buddha Das
5 years
ତୁଳସୀ ପତ୍ର ଖାଅ ଭଲ କଥା; କିନ୍ତୁ ଗୁଜବକୁ ବିଶ୍ୱାସ କରନି। କାରଣ ଜଗନ୍ନାଥ କୌଣସି ପଣ୍ଡାଙ୍କ ସ୍ୱପ୍ନରେ ଆସନ୍ତିନି, ସେ ବାସ୍ତବ ଜୀବନରେ ଥାଆନ୍ତି। @bhaktatripathy @swayamjourno @JaydevDas19 @laxmikantatrip5 @skdas2010 @kanak_news @JajatiKMohanty @Ratikant70
1
3
34
@goutambuddha71
Goutam Buddha Das
15 days
ନୂଆ ସରକାର ଆସିବା ପରେ ରାଜ୍ୟରେ ଚୋରା ମଦ କାରବାର ବଢ଼ିଛି। ଚିକିଟିରେ ବିଷାକ୍ତ ମଦ ପିଇ ୫ ଜଣ ମଲେ। ତଥାପି ସରକାରଙ୍କ ଚେତା ଫେରିଲାନି। ଏବେ ବାଲେଶ୍ଵରରେ ବି ମଦ ମୃତ୍ୟୁ କଥା ସାମ୍ନାକୁ ଆସିଲାଣି। ଏଭଳି ସମୟରେ ଆମ ଭୋଗରାଇର ମା'ମାନେ ଚୋରା ମଦ କାରବାରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।
2
4
36
@goutambuddha71
Goutam Buddha Das
2 months
ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ତିଥିରେ ଭୋଗରାଇ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦଘାଟିତ ହେଲା। ଏହି ଅବସରରେ ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ନେତୃବୃନ୍ଦ, ୫୦ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ସଭାପତି ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବାକୁ ସଂକଳ୍ପବଦ୍ଧ ହେଲେ I
Tweet media one
Tweet media two
0
0
34
@goutambuddha71
Goutam Buddha Das
23 days
୧୯୫୨ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଓଡ଼ିଆ ଅସ୍ମିତାର ପ୍ରତୀକ ଅନ୍ତର୍ଜାତୀୟ କଳିଙ୍ଗ ୟୁନେସ୍କୋ ପୁରସ୍କାର ଆଜି ବନ୍ଦ ହେବାକୁ ବସିଛି। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏଥିପାଇଁ ବାର୍ଷିକ ଆର୍ଥିକ ଅନୁଦାନ ବନ୍ଦ କରିଦେଇଛନ୍ତି । ଓଡ଼ିଆ ଅସ୍ମିତା ପ୍ରତି ଏହା କୁଠାରାଘାତ ନୁହେଁ କି ?
1
8
33
@goutambuddha71
Goutam Buddha Das
2 years
ସେ କ୍ରିକେଟର ଭଗବାନ କି ନୁହନ୍ତି, ତାହା ଜାଣେନି। କିନ୍ତୁ ଏ କଥା ସତ ଯେ ...ସେ କ୍ରିକେଟକୁ ଭଗବାନଙ୍କ ସବୁଠୁ ଚମତ୍କାର ଉପହାର। Happy Birthday ସଚିନ!!
Tweet media one
0
0
32
@goutambuddha71
Goutam Buddha Das
4 years
ଭାବୁଥିଲି ପ୍ରଧାନମନ୍ତ୍ରୀଙ୍କ ଆଜିର ସମ୍ବୋଧନ ଉପରେ କେଇ ପଦ ଲେଖିବି। ମାତ୍ର ଏବେ ଭାବୁଛି କିଛି ନ ଲେଖିବା ହିଁ ଭଲ। କାରଣ କିଛି ଲେଖିଲା ଭଳି ନାହିଁ। @Ratikant70 @pagalakhana @JaydevDas19 @Bhabanikanak @PDas_odisha @geminianguddu @JajatiKMohanty
6
1
28
@goutambuddha71
Goutam Buddha Das
16 days
ରାଜ୍ୟରେ ବିଜେପି କ୍ଷମତାକୁ ଆସୁ ଆସୁ ଖାଲି ନାମ ଓ ରଙ୍ଗ ବଦଳାଇବାରେ ଲାଗିଛନ୍ତି । ଉଦାହରଣ ସ୍ୱରୂପ ଓମଫେଡ୍ କ୍ଷୀର ପ୍ୟାକେଟର ରଙ୍ଗ ଗେରୁଆ କରିଛନ୍ତି। ଦାମ୍ ବଢାଇଛନ୍ତି, ଏପଟେ ପୁଣି ଓଜନ କମାଇ ଦେଇଛନ୍ତି। କିନ୍ତୁ ଦୁଗ୍ଧଚାଷୀଙ୍କୁ ଏଥିରୁ ଟଙ୍କାଟିଏ ମଧ୍ୟ ଲାଭ ଦେଇ ନାହାନ୍ତି । ଏମିତି କରି ଉଭୟ ଚାଷୀ ଓ ଗ୍ରାହକଙ୍କୁ ଠକୁଛନ୍ତି ସରକାର।
1
4
29
@goutambuddha71
Goutam Buddha Das
2 years
ଏକଦା ବିଜୁବାବୁ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରି ଉତ୍କଳ କଂଗ୍ରେସ ଗଢିଥିଲେ। ତାଙ୍କ ପୁଅ ନବୀନବାବୁ ଆଞ୍ଚଳିକ ଦଳ ଗଢ଼ି ଲଗାତାର ଜିତି ଆସୁଛନ୍ତି। ଏଇଥିରୁ ଜଣା ପଡ଼ୁଛି, ଓଡ଼ିଶାରେ ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳମାନେ ଲୋକଙ୍କ ସହ ଯୋଡ଼ି ହୋଇ ପାରୁନାହାନ୍ତି। ପୁଣି ନବୀନବାବୁଙ୍କ କିଛି ତ ବିଶେଷତ୍ଵ ଅଛି: ପୁଣ୍ୟପ୍ରସୂନ ବାଜପେୟୀ
Tweet media one
2
4
29
@goutambuddha71
Goutam Buddha Das
25 days
ସୁଭଦ୍ରା ଯୋଜନା ନାଁ ରେ ବିଜେପି ସରକାର ଓଡ଼ିଶାର ମା'ମାନଙ୍କୁ ଧୋକା ଦେଇଛନ୍ତି । ବିଜେପି ସଂକଳ୍ପପତ୍ରରେ ସବୁ ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ଦେବ ବୋଲି କହିଥିଲା l ଏବେ ସେମାନେ ଅଧିକରୁ ଅଧିକ ମହିଳାଙ୍କୁ କିପରି ଏହି ଯୋଜନାରୁ ବାଦ୍ ଦିଆଯିବ, ସେଥିପାଇଁ ଏସଓପି କରିଛନ୍ତି । ବଞ୍ଚିତ ମା'ମାନେ ଏହାର ଉଚିତ ଜବାବ ଦେବେ ।
3
4
30
@goutambuddha71
Goutam Buddha Das
3 years
ୟୁପିରେ ଗତକାଲି ମନ୍ତ୍ରୀ ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଓ ୪ ବିଧାୟକ ବିଜେପି ଛାଡ଼ିଥିଲେ। ଆଜି ଆଉ ଜଣେ ଓବିସି ନେତା ତଥା ମନ୍ତ୍ରୀ ଦାରା ସିଂ ଚୌହାନ ବିଜେପି ଛାଡ଼ିଲେ। ସେମାନଙ୍କ ଅଭିଯୋଗ ହେଲା- ବିଜେପି ଦଳିତ, ଓବିସି, କୃଷକ ଓ ସଂଖ୍ୟାଲଘୁଙ୍କୁ ଅବହେଳା କରୁଛି। ଆଉ ଏଠି ଆମ ଓଡ଼ିଶାରେ ବିଜେପି ଓବିସି ସଂରକ୍ଷଣ ନେଇ ମିଛ କାନ୍ଦଣା କାନ୍ଦୁଛି।
0
1
29
@goutambuddha71
Goutam Buddha Das
5 years
BJP may have suffered because of hate statements made by party leaders: Amit Shah in Times Now Summit today. ଘୃଣାକୁ ଅସ୍ତ୍ର କରିଥିବା ଖୋଦ୍ ସେନାପତି ଏବେ ପଶ୍ଚାତାପ କଲେଣି। ଏବେ ଅନ୍ଧ ଅନୁସରଣକାରୀମାନେ ତ ଟିକେ ଆତ୍ମଚିନ୍ତନ କରନ୍ତୁ।
2
2
27
@goutambuddha71
Goutam Buddha Das
2 years
On your birthday, I'm proud to call you my leader. You are an inspiration to many and I hope you have many more years to keep up the good work. Thank you for everything and happy birthday. @pranabpdas @bjd_odisha @BJDDIGITALWING @BYJD_Odisha
Tweet media one
1
2
29
@goutambuddha71
Goutam Buddha Das
1 month
ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ଥିବା ଫାଟ ଜଳଜଳ ଦେଖାଯାଉଛି । ଦଳ ଭିତରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିବା ଫଳରେ କନ୍ଦଳ ପଦାରେ ପଡିଯାଇଛି। ବିଜେପି ନେତାମାନେ ଏହାକୁ ସେମାନଙ୍କ ରଣନୀତି ବୋଲି ଯେତେ ସଫେଇ ଦେଲେ ମଧ୍ୟ ଲୋକେ ବିଶ୍ୱାସ କରିବେ ନାହିଁ। କାରଣ ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ଏଭଳି କେବେ ହୋଇ ନ ଥିଲା।
2
2
29
@goutambuddha71
Goutam Buddha Das
2 years
ଓଡ଼ିଶା ତାଙ୍କ ହୃଦୟରେ... ସେ ଓଡ଼ିଶାବାସୀଙ୍କ ହୃଦୟରେ...
Tweet media one
Tweet media two
1
1
26
@goutambuddha71
Goutam Buddha Das
2 months
ବନ୍ୟା ଓ ସମୁଦ୍ର ଜୁଆର ବିପଦ ଥିବା ଆମ ଭୋଗରାଇର ତଟବର୍ତ୍ତୀ ଗାଁଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଜି ଜଳସଂପଦ ଓ ଡ୍ରେନେଜ୍ ବିଭାଗର ଅଧିକାରୀଙ୍କୁ ନେଇ ବୁଲିଲା ବେଳେ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କଲି। ଏହି ଅଭିଜ୍ଞତା ଆଗାମୀ ଦିନରେ ମୋତେ ଲୋକଙ୍କ ଲାଗି ବିଭିନ୍ନ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। #flood #embakement
Tweet media one
Tweet media two
Tweet media three
1
1
28
@goutambuddha71
Goutam Buddha Das
2 years
Thank you Honorable CM Sir for believing in me. Thank you Dear Boby Bhai and Dear Manas Bhai for giving me this opportunity to prove myself. I promise to carry out my responsibility of Spokesperson and take our party to the next level. @Naveen_Odisha @pranabpdas @manasrmangaraj
Tweet media one
2
1
27
@goutambuddha71
Goutam Buddha Das
2 years
ଆମେ ଏକାଠି ହେଲେ ଆମ ମାଟିରୁ ଉଡିବ ବିମାନ (୧) : ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରନ୍ତୁ କେନ୍ଦ୍ର ସରକାର। ଦଳମତ ନିର୍ବିଶେଷରେ ଆମେ ଏକାଠି ହୋଇ ଏହି ଦାବି ହାସଲ କରିପାରିଲେ ଏଠାରୁ ଦେଶର ବିଭିନ୍ନ ସହରକୁ ଘରୋଇ ବିମାନ ସେବା ଆରମ୍ଭ ହୋଇପାରିବ ଏବଂ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ।
Tweet media one
2
3
25
@goutambuddha71
Goutam Buddha Das
2 years
ଆଦି ! ଆଜିଠାରୁ ତୁ ସାବାଳକ ହୋଇଗଲୁ। ହେଲେ ତୋ ଭିତରର ସେଇ ସରଳ, ନିଷ୍ପାପ ଓ ସମ୍ବେଦନାପୂର୍ଣ୍ଣ ଦିବ୍ୟ ଶିଶୁଟିକୁ ସବୁଦିନ ବଞ୍ଚାଇ ରଖିବା ହିଁ ଆଜି ଦିନରେ ତୋ ପାଇଁ ସବୁଠୁ ବଡ଼ ଆହ୍ଵାନ । ମୋର ବିଶ୍ୱାସ ଚେତନାର ଏହି ଆନନ୍ଦମୟ ଅଭିଯାତ୍ରାରେ ବିଦ୍ୟ ଜନନୀ ତୋ ହାତ ଧରି ବାଟ କଢ଼ାଇ ନେବେ। Happy birthday Adi.
Tweet media one
4
1
27
@goutambuddha71
Goutam Buddha Das
2 months
କାଳିଆ ଯୋଜନାକୁ ଏ ସରକାର ଜାରି ରଖିବେ ତ? ବିଧାନସଭାରେ ମୋର ଏ ପ୍ରଶ୍ନରେ କୃଷିମନ୍ତ୍ରୀଙ୍କ ଉତ୍ତର କିନ୍ତୁ ଦ୍ବନ୍ଦ୍ବ ବଢ଼ାଉଛି। #bjpodisha #bjdodisha #cmoodisha
1
2
27
@goutambuddha71
Goutam Buddha Das
5 years
JNU ରେ ପଢିଛ ମାନେ ତୁମେ ଦେଶଦ୍ରୋହୀ। Magsaysay ପୁରସ୍କାର ପାଇଛ? ପୂରା ଦେଶଦ୍ରୋହୀ। Noble ପାଇଗଲ? ଆଉ ସନ୍ଦେହ ନାହିଁ। ନିଶ୍ଚୟ ଦେଶଦ୍ରୋହୀ।... ଆମ ଦେଶରେ ଏବେ ଯୁକ୍ତି ନୁହେଁ, ଭକ୍ତି ଯୁଗ ଚାଲିଛି। ଯିଏ ମୋଦୀଙ୍କ ନୀତି ବିରୋଧରେ କହିଲା, ସେ ଦେଶଦ୍ରୋହୀ। ଭାବୁଛି ଏବେ ସୀତାରମଣଙ୍କ ସ୍ଵାମୀ ବିଚରା ପ୍ରଭାକରଙ୍କ ଅବସ୍ଥା କଣ ହେବ।
8
4
25
@goutambuddha71
Goutam Buddha Das
3 years
ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ ଥିଲେ । ତେଣୁ ଆଶା କରିବା ଆସନ୍ତାକାଲି ବାଲେଶ୍ଵର ଗସ୍ତରେ ଆସିଲାବେଳେ ସେ ଜିଲ୍ଲାବାସୀଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ଉଚିତ ପଦକ୍ଷେପ ନେବେ । @AshwiniVaishnaw @EastCoastRail @GMSECR @CMO_Odisha @rabindrakjena
Tweet media one
2
3
26
@goutambuddha71
Goutam Buddha Das
4 years
ଶେଷରେ ସୁପ୍ରିମ କୋର୍ଟ ସରକାରଙ୍କୁ ସିଧାସଳଖ ପଚାରିଲେ: ତୁମେ ସ୍ଥଗିତ ରଖିବ ନା ଆମେ ରଖିବୁ? କୃଷି ଆଇନ କୃଷକଙ୍କ ହିତରେ ବୋଲି ଯେଉଁମାନେ ସରକାରଙ୍କ କଥାରେ ଥାଳି, ଗିନା, ଘଣ୍ଟା ବଜାଇ ଭଜନକୀର୍ତ୍ତନ କରୁଛନ୍ତି, ସେମାନେ ଟିକେ ଆଖି ଖୋଲନ୍ତୁ ଏବଂ ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ। # ଅନ୍ଧଭକ୍ତି ଦେଶଭକ୍ତି ନୁହେଁ।
2
2
25
@goutambuddha71
Goutam Buddha Das
5 years
ଓଡ଼ିଆ ସାହିତ୍ୟ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର, ସାମ୍ବାଦିକତା ଜଗତର ନିଆରା ତପସ୍ୱୀ ନାରଦ, "କଥା"ର ରୂପକାର, "ରବିବାର"ର ରବି, ଆମ ପାଇଁ ପ୍ରେରଣାର ଉତ୍ସ କଥାଶିଳ୍ପୀ ଗୌରହରି ଦାସଙ୍କୁ ଜନ୍ମଦିନରେ ଅୟୁତ ପ୍ରଣାମ, ଅନେକ ଅନେକ ଶୁଭକାମନା। @Gourahari123 @tanaya_p @sambad_odisha @kanak_news @sahityaakademi @SagarSpeaksNews
Tweet media one
2
1
26
@goutambuddha71
Goutam Buddha Das
2 years
ଓଡ଼ିଶାରେ ସରିଲା ଚୁକ୍ତିଭିତ୍ତିକ ନିଯୁକ୍ତି ଯୁଗ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ହଟାଇବାକୁ ଘୋଷଣା କଲେ। ୫୭ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ନିୟମିତ ହେବେ। ଖର୍ଚ୍ଚ ହେବ ୧୩୦୦ କୋଟି। ଧନ୍ୟବାଦ ମୁଖ୍ୟମନ୍ତ୍ରୀ। ଆପଣ ଯାହା କହନ୍ତି, ତାହା କରନ୍ତି। @Naveen_Odisha @CMO_Odisha
Tweet media one
3
4
26
@goutambuddha71
Goutam Buddha Das
1 month
ମଦମୃତ୍ୟୁ ସଂପର୍କରେ ଆଜି ବିଧାନସଭାରେ ଆସିଥିବା ମୁଲତବୀ ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତ ରଖିଲି ଏବଂ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା ପାଇଁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲି । #OdishaAssembly #BJDOdisha
3
4
26
@goutambuddha71
Goutam Buddha Das
3 months
ଭୋଗରାଇର ଚାଷଜମିରୁ ଜଳ ନିଷ୍କାସନ ସମସ୍ୟାର ନିରାକରଣ କରିବା ଲାଗି ନବୀନ ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କଲି। ଆଶା, ଖୁବ୍ ଶୀଘ୍ର ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ।
Tweet media one
Tweet media two
0
2
26
@goutambuddha71
Goutam Buddha Das
2 years
ଦୁଇ ମା' : ଅଥଚ କେତେ ତଫାତ୍‌ ? ଜଣେ ମା' ପୁଅର ଦୋଷ ଜାଣିପାରି ବୋହୂଙ୍କୁ ସମର୍ଥନ କଲେ। ଆଉ ଜଣେ ମା' ଝିଅର ଦୋଷ ଜାଣି ବି ଅନ୍ୟର ଝିଅକୁ ଦୋଷାରୋପ କରି ଚାଲିଛନ୍ତି। @JaydevDas19 @ParthaRout77 @g
4
1
26
@goutambuddha71
Goutam Buddha Das
2 years
ଏମିତି ଆମ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଭାବେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଖାଲି ବିଜୁ ଜନତା ଦଳର ବିଧାୟକମାନଙ୍କୁ କହିଲେନି, ଦଳମତ ନିର୍ବିଶେଷରେ ଓଡ଼ିଶାର ସବୁ ବିଧାୟକଙ୍କୁ ମଧ୍ୟ ଆହ୍ଵାନ ଦେଲେ । @Naveen_Odisha @bjd_odisha @BJDDIGITALWING @pranabpdas @manasrmangaraj @sasmitpatra
Tweet media one
2
5
24
@goutambuddha71
Goutam Buddha Das
5 years
ହାଇଦ୍ରାବାଦରେ ପୁଲିସ ଏନକାଉଣ୍ଟର କରି ୪ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ହତ୍ୟା କରିବା ପରେ ତ୍ୱରିତ ନ୍ୟାୟ ମିଳିଗଲା କହି ଅନେକ ଲୋକ ବହୁତ୍ ଖୁସି। ଏକ ସଭ୍ୟ ସମାଜରେ ଏହା ଶୁଭ ଲକ୍ଷଣ ନୁହେଁ। ଦେଶର ବିଚାର ବ୍ୟବସ୍ଥା ଓ ଗଣତନ୍ତ୍ର ଲୋକଙ୍କ ଆସ୍ଥା ହରାଉଛି। ରାସ୍ତା ଉପରେ ଏଭଳି ନ୍ୟାୟ ପ୍ରଦାନ ଆମକୁ ଆଦିମ ଯୁଗକୁ ନେଇ ଯାଉ ନାହିଁ ତ?
5
0
24
@goutambuddha71
Goutam Buddha Das
3 years
ଦେଶର ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ଏବଂ ତାଙ୍କ ସହିତ ସେନା ବାହିନୀର ବହୁ ବରିଷ୍ଠ ଅଧିକାରୀଙ୍କ ଏମିତି ଆକସ୍ମିକ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଭାରତ ମାତାର ଏହି ବୀର ସନ୍ତାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । #Bipin_Rawat #BipinRawatHelicopterCrash #HelicopterAccident
3
1
25
@goutambuddha71
Goutam Buddha Das
3 years
ଆଜି ନନ୍ଦିଘୋଷ ଟିଭି ବିତର୍କରେ ପ୍ରସଙ୍ଗ ଥିଲା - କରୋନା ସମୟରେ ନିର୍ବାଚନ ହେବା ଉଚିତ କି ନୁହେଁ? ବିଜୁ ଜନତା ଦଳ ତରଫରୁ ମୋ ମତ ଥିଲା ଏମିତି...। @bjd_odisha @BJDITWing @ParthaRout77 @pranabpdas @JaydevDas19 @manasrmangaraj @sisirbhtmishra @pagalakhana @sasmitpatra @bjdpradeep
2
1
23
@goutambuddha71
Goutam Buddha Das
1 month
ପ୍ରାୟ ଏକ ମାସ ତଳେ ଚନ୍ଦନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଗୋଲେଇଟି ଏକ ଟ୍ରକ୍ ଧକ୍କାରେ ଭାଙ୍ଗିରୁଜି ଯାଇଥିଲା। ତୁରନ୍ତ ଏହାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ପ୍ରତିଶ୍ରୁତି ମୁତାବକ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଏହାର ଶୁଭ ଉଦପାଟନ କଲି ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁବାବୁଙ୍କ ଆଶୀର୍ବାଦ ଭିକ୍ଷା କଲି ।
Tweet media one
Tweet media two
Tweet media three
0
1
25
@goutambuddha71
Goutam Buddha Das
3 years
ଏ ଫଟୋ ଯଦି ସତ ହୋଇଥାଏ ତେବେ ବହୁତ କଥା କହୁଛି। ଆମ ସଂସ୍କୃତି, ଆମ ଅସ୍ମିତା, ଆମ ଐତିହ୍ୟ ଓ ଆମ ଗଣଦେବତା ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆମ ନେତାମାନଙ୍କର କେତେ ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ରହିଛି ତାହା ଜଳଜଳ ଦିଶି ଯାଉଛି। ପ୍ରଭୁ ଶ୍ରୀରାମଙ୍କୁ ନେଇ ଢେର ରାଜନୀତି ହେଲା। ଓଡ଼ିଶାରେ ଜଗନ୍ନାଥଙ୍କୁ ନେଇ ଆଉ ସେମିତି ନ ହେଉ... ଏତିକି ବିନତୀ।
Tweet media one
0
2
24
@goutambuddha71
Goutam Buddha Das
2 years
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜୁନିୟର ସାଫ୍ ଫୁଟବଲ ଚାମ୍ପିଅନସିପ୍ ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଓ ଫୁଟବଲ ଭଳି ଲୋକପ୍ରିୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ସେ ସଦା ତତ୍ପର । ଭାରତୀୟ କ୍ରୀଡ଼ାର ବିକାଶ ପାଇଁ ସଂକଳ୍ପବଦ୍ଧ ଏମିତି ଜନନେତା ଦେଶରେ ଆଉ କେହି ଅଛନ୍ତି କି? @Naveen_Odisha @CMO_Odisha @bjd_odisha
Tweet media one
Tweet media two
Tweet media three
0
2
24
@goutambuddha71
Goutam Buddha Das
3 months
ଗାଁ, ମାଟି ଓ ମମତାର ପର୍ବ ରଜ । ଆମ ଭୋଗରାଇର ମଲାରୁଆ ଗାଁରେ ଆୟୋଜିତ ରଜ ଉତ୍ସବ ଖାଲି ନାଚଗୀତ କି ପିଠାପଣାରେ ସୀମିତ ନ ଥିଲା, ରଜରେ ମନ ଭରି ସଜବାଜ ହୋଇଥିବା କିଶୋରୀମାନଙ୍କ ମଧ୍ୟରୁ ରଜ କୁଇନ୍ ବି ମନୋନୀତ ହୋଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ଏଭଳି ଏକ ଚମତ୍କାର ଉତ୍ସବରେ ଯୋଗ ଦେଇ ଅପାର ଆନନ୍ଦ ଲାଭ କଲି। #happyraja #RajaUtsav
Tweet media one
Tweet media two
Tweet media three
2
2
25
@goutambuddha71
Goutam Buddha Das
2 years
ଯାହା ହଉ ଷ୍ଟାର ପ୍ରଚାରକ ତାଲିକାରେ ମାଡାମ ଅପରାଜିତାଙ୍କ ନାଁ ଅଛି। ନ ହେଲେ ଶୋଚନୀୟ ପରାଜୟ ପରେ ସେ ମିଡିଆ ଆଗକୁ ଆସି "ପୁରି ଜିମ୍ମେଦାରି କେ ସାଥ୍" କହିଥାନ୍ତେ, ରାଜ୍ୟରେ ଦୁର୍ବଳ ନେତୃତ୍ଵ ଯୋଗୁଁ ବିଜେପି ହାରିଲା। (ଅବଶ୍ୟ ସେ ପ୍ରଚାରରେ ବ୍ରଜରାଜନଗର ଯିବେ କିନା ମୁଁ ଏଯାଏ ଜାଣିନି।) @swayam4Odisha @pagalakhana @JaydevDas19
1
0
24
@goutambuddha71
Goutam Buddha Das
16 days
ରେଭେନ୍‌ସାର ନାଁ ବଦଳାଇବା ପ୍ରସଙ୍ଗ ଉଠାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରଡଘଣାରେ ପଡ଼ି ଯାଇଛନ୍ତି । ଏବେ ତ ଏହାକୁ ଓଡ଼ିଶାର ବୁଦ୍ଧିଜୀବୀ, ସାହିତ୍ୟିକ ସମସ୍ତେ ବିରୋଧ କଲେଣି। ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଇଜ୍ଜତ ବଞ୍ଚାଇବା ଲାଗି ବିଜେପି ବିଧାୟକମାନେ ମେଳି ବାନ୍ଧୁଛନ୍ତି। ଏହାକୁ କହନ୍ତି ବିନାଶ କାଳେ ବିପରୀତ ବୁଦ୍ଧି।
0
3
25